ଏହି ଗ୍ରାମର ଲୋକମାନେ ପାଳି କରି କାହିଁକି ପିନ୍ଧୁଛନ୍ତି ଭାଲୁ ଭଳି ପୋଷାକ ? ଜାଣନ୍ତୁ କାରଣ

Advertisment
ଏହି ଗ୍ରାମର ଲୋକମାନେ ପାଳି କରି କାହିଁକି ପିନ୍ଧୁଛନ୍ତି ଭାଲୁ ଭଳି ପୋଷାକ ? ଜାଣନ୍ତୁ କାରଣ

Navbharat Times

ଶାହଜହାଁପୁର: ଶୀର୍ଷକ ପଢ଼ି ଓ ଫଟୋ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିଥିବ କି, କାହିଁକି ଗ୍ରାମର ଲୋକମାନେ ଭାଲୁ ଭଳି ପୋଷାକ ପିନ୍ଧି ବୁଲୁଛନ୍ତି। ଉତ୍ତରପ୍ରଦେଶର ଶାହଜହାଁପୁରର ଏକ ଗ୍ରାମର ଲୋକମାନଙ୍କୁ ଭାଲୁ ଭଳି ପୋଷାକ ପିନ୍ଧି ବୁଲିବାକୁ ପଡ଼ୁଛି। କାରଣ ଏହି ଗ୍ରାମରେ ମାଙ୍କଡ଼ ଆକ୍ରମଣରେ ୧୫୦ରୁ ଊର୍ଧ୍ୱ ଲୋକେ ଆହତ ହୋଇସାରିଲେଣି।

Image result for ople-of-shahjahanpur-are-playing-role-of-bear TFIPOST

ଗ୍ରାମରେ ଥିବା ହଜାରହଜାର ମାଙ୍କଡ଼ଙ୍କ ଉପଦ୍ରବକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ି ଯାଇଥିଲେ। ବନବିଭାଗ ପକ୍ଷରୁ ବି ସେମାନଙ୍କୁ କୌଣସି ସହାୟତା ମିଳି ନଥିଲା। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଭାଲୁ ଭଳି ପୋଷାକ ପିନ୍ଧି ମାଙ୍କଡ଼ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉପାୟ ଆପଣାଇଛନ୍ତି।

ଶାହଜହାଁପୁର ଜିଲ୍ଲାର ଜଲାଲାବାଦ ବ୍ଲକ୍‌ର ସିକନ୍ଦରପୁର ଗ୍ରାମର ଲୋକମାନେ ଭାଲୁ ପୋଷାକ ପିନ୍ଧି ମାଙ୍କଡ଼ମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ମାଙ୍କଡ଼ମାନେ ବି ମଣିଷର ଏଭଳି ଭାଲୁ ରୂପ ଦେଖି ଭୟ କରି ସେ ସ୍ଥାନ ଛାଡ଼ି ଚାଲି ଯାଉଛନ୍ତି।

Image result for ople-of-shahjahanpur-are-playing-role-of-bear The Weather Channel

ସିକନ୍ଦରପୁର ଗ୍ରାମର ମୁଖିଆ ରାମ ଲଲିତ ବର୍ମାଙ୍କ କହିବାନୁସାରେ, ‘ଆମେ ଏକ ଦଳ ଗଠନ କରିଛୁ। ଏହି ଦଳ ମଧ୍ୟରୁ ପ୍ରତିଦିନ ଜଣେଜଣେ ଭାଲୁ ପୋଷାକ ପିନ୍ଧି ଗାଁରେ ବୁଲିବୁଲି ମାଙ୍କଡ଼ମାନଙ୍କୁ ଭୟଭୀତ କରି ଗାଁ ଭିତରୁ ମାଙ୍କଡ଼ଙ୍କୁ ଘଉଡ଼ାଉଛନ୍ତି। ଝାନସୀରେ ରହୁଥିବା ଜଣେ ସମ୍ପର୍କୀୟ ଏଭଳି ଉପାୟ ଦେଇଥିଲେ। ପ୍ରଥମେ ଆମେ ଏହି ଉପାୟ ପରୀକ୍ଷା କରି ଦେଖିଥିଲୁ। ପରେ ୧୭୦୦ଟଙ୍କା ଖର୍ଚ୍ଚ କରି ତିନିଟି ଭାଲୁ ପୋଷାକ କିଣିଥିଲୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe