ସରକାରଙ୍କୁ ଘେରିଲେ ବିରୋଧୀ : ଆଲୋକ ବର୍ମାଙ୍କ ଛୁଟି ଉପରେ ରାହୁଲଙ୍କ ପ୍ରଶ୍ନ, ର‌ାଫେଲ୍‌ ଚୁକ୍ତିର ତଦନ୍ତ ଚାହୁଥିଲେ ବର୍ମା

Advertisment
ସରକାରଙ୍କୁ ଘେରିଲେ ବିରୋଧୀ : ଆଲୋକ ବର୍ମାଙ୍କ ଛୁଟି ଉପରେ ରାହୁଲଙ୍କ ପ୍ରଶ୍ନ, ର‌ାଫେଲ୍‌ ଚୁକ୍ତିର ତଦନ୍ତ ଚାହୁଥିଲେ ବର୍ମା

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟରେ ‌େଦଖାଦେଇଥିବା ଅନ୍ତଃକନ୍ଦଳକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ବି‌େଶଷକରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସରକାର ଛୁଟିରେ ପଠାଇବା ପରେ ବିରୋଧୀମାନେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। କ‌ଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ନେଇ ମୋଦୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରାଜସ୍ଥାନର ଏକ ଜନସମାବେଶରେ ରାହୁଲ କହିଛନ୍ତି, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ବିବାଦୀୟ ରାଫେଲ୍‌ ଚୁକ୍ତି ଉପରେ ନିୟମିତ ଭାବେ ପ୍ରଶ୍ନ ଉଠାଇବା ସହିତ ଏହାର ତଦନ୍ତ କରିବାକୁ ଚାହୁଥିଲେ। ତେଣୁ ସିବିଆଇ ଅନ୍ତଃକନ୍ଦଳ ବାହାନାରେ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି।

ରାହୁଲ କହିଛନ୍ତି, ଶିଳ୍ପପତି ଅନୀଲ ଅମ୍ବାନିଙ୍କ ସ୍ବାର୍ଥକୁ ଦୃଷ୍ଟି‌ରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଫେଲ୍‌ ଚୁକ୍ତିରେ ଅଯଥା ହସ୍ତ‌େକ୍ଷପ କରିଥିଲେ। ୟୁପିଏ ସରକାର ରାଫେଲ୍‌ ଚୁକ୍ତିକୁ ରାଷ୍ଟ୍ରାୟତ୍ତ ହାଲ୍‌କୁ ଦେବା ପାଇଁ ଚାହୁଥିଲେ, କିନ୍ତୁ ମୋଦୀ ସରକାର ଶିଳ୍ପପତି ଅନୀଲ ଅମ୍ବାନିଙ୍କୁ ଖସି କରିବାକୁ ତାଙ୍କୁ ଏହି ଚୁକ୍ତି ହସ୍ତାନ୍ତର କରିଛନ୍ତି। ଏହାଦ୍ବାରା ଦେଶର ସ୍ବାର୍ଥ ପ୍ରଭାବିତ ହୋଇଛି। ଏଭଳି ସଙ୍ଗିନ୍‌ ମାମଲା ଉପରେ ବର୍ମା ପ୍ରଶ୍ନ ଉଠାଇବା ସହିତ ମାମଲାର ତଦନ୍ତ କରିବାକୁ ଚାହୁଥିଲେ। କିନ୍ତୁ ସରକାର ଏହା ଆଦୌ ଚାହୁନଥିଲେ। ତେଣୁ ତାଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ‌କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଅଭିଷେକ ମନୁ ସିଙ୍ଘ୍‌ଭି କହିଛନ୍ତି, କେନ୍ଦ୍ର ସରକାର ଭାରତୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏଜେନ୍ସିଗୁଡ଼ିକୁ ଆଇସିୟୁ ମଧ୍ୟକୁ ଠେଲିଦିଆଯାଇଛି। ମୋଦୀ ସରକାର ଏବଂ ବିଜେପି ନେତାମାନେ କେନ୍ଦ୍ରରେ ଗୁଜରାଟ ମଡେଲ୍‌ ପ୍ରଚଳନ କରିଛନ୍ତି। ଫଳରେ ବର୍ତ୍ତମାନ ଏଭଳି ପରିସ୍ଥିତି ସବୁ ଉପୁଜୁଛି। ଏଭଳି ଘଟଣାକ୍ରମରେ ‌େସମାନେ ସିବିଆଇ ଭଳି ତଦନ୍ତକାରୀ ଏଜେନ୍ସିକୁ ମଧ୍ୟ ଛାଡ଼ିନ‌ାହାନ୍ତି। ରାଫେଲ୍‌ ଚୁକ୍ତି ଦୁର୍ନୀତିରୁ ବର୍ତ୍ତିବା ପାଇଁ ସରକାର ତରବରିଆ ଭାବେ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେଇଛନ୍ତି।

ଅପରପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସିବିଆଇ ଲାଞ୍ଚ ମାମଲାରେ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ସିବିଆଇ ଏବେ ସିବିଆଇ (ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌) ହୋଇ ରହିନାହିଁ, ବରଂ ବିବିଆଇ (ବିଜେପି ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌)ରେ ପରିଣତ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମମତା କହିଛନ୍ତି। ସେପଟେ ଅସଦୁଦ୍ଦିନ୍‌ ଅୱେସି ମଧ୍ୟ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜଣେ ଭ୍ରଷ୍ଟ ନେତାଙ୍କୁ ସରକାର କାହିଁକି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ସେ ବୁଝିପାରୁ ନାହାନ୍ତି। ତା’ଛଡ଼ା ଶୁକ୍ରବାର ସୁପ୍ରିମ୍‌ କୋର୍ଟରେ ଆଲୋକ ବର୍ମାଙ୍କୁ ନିଶ୍ଚିତ ରିହାତି ମିଳିବ ବୋଲି ସେ ବିଶ୍ବାସ କରୁଥିବା ଅୱେସି ଦର୍ଶାଇଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ ଦେଶର ସାମ୍ବିଧାନିକ ସଂସ୍ଥା ଓ ସରକାରୀ ପ୍ରତିଷ୍ଠାନ ସଂକଟରେ ବୋଲି କହିଛନ୍ତି। ସିବିଆଇ ଭଳି ତଦନ୍ତକାରୀ ଏଜେନ୍ସିରେ ଏମିତି ସଂକଟ ଦେଖାଦେବା ଆଦୌ ଗ୍ରହଣୀୟ ନୁହେଁ।

ଡିଏମ୍‌କେ ସଭାପତି ଏମ୍‌ କେ ଷ୍ଟାଲିନ୍‌ ମଧ୍ୟ ସିବିଆଇ ଲାଞ୍ଚ ମାମଲାରେ ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସିବିଆଇରେ ଏଭଳି ସଂକଟ ଆସିବା ଦ୍ବାରା ଦେଶରେ ଅଘେ‌ାଷିତ ଜରୁରୀ ପରିସ୍ଥିତି ଉପୁଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଜରୁରୀ ପରିସ୍ଥିତି ସୃଷ୍ଟି କରିଛନ୍ତି। ତେବେ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ତାଙ୍କ ସ୍ଥାନରେ ଏମ୍‌ ନାଗେଶ୍ବର ରାଓଙ୍କୁ ନିଯୁକ୍ତି ଦିଆଯିବା ଆଦୌ ଠିକ୍‌ ହୋଇନାହିଁ। ରାଓ ଜଣେ ଦୁର୍ନୀତିଖୋର ଅଧିକାରୀ ବୋଲି ସେ ଦର୍ଶାଇଛନ୍ତି। ସେ ଆ‌ହୁରି କହିଛନ୍ତି ଯେ ଆଲୋକ ବର୍ମାଙ୍କୁ ହଟାଇ ମୋଦୀ ସରକାର ରାଫେଲ୍‌ ଚୁକ୍ତି ମାମଲାକୁ ଚାପିଦେବାକୁ ଉଦ୍ୟମ କରିଛନ୍ତି। ବର୍ମା ରାଫେଲ୍‌ ଚୁକ୍ତି ଉପରେ ପ୍ରଶ୍ନ ଉଠାଇବା ସହିତ ଏହାର ତଦନ୍ତ କରିବାକୁ ଚାହୁଥିଲେ। ତେଣୁ ସରକାରଙ୍କୁ ତାଙ୍କୁ ହଟାଇ ଦେଇଛନ୍ତି।

ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି, କେନ୍ଦ୍ର ସରକାର ସିବିଆଇ ବିରୋଧରେ ଏକ ରାଜନୈତିକ ଲଢ଼େଇ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe