ଦେଇପାରିବେ କି ଉତ୍ତର? କହିଲେ ଦେଖି ଏ ଫଟୋରେ କେଉଁଠି ଅଛି କୁନି ଝିଅ?

ଦେଇପାରିବେ କି ଉତ୍ତର? କହିଲେ ଦେଖି ଏ ଫଟୋରେ କେଉଁଠି ଅଛି କୁନି ଝିଅ?

Pinterest

ଆମେ ପୂର୍ବରୁ ବି ଅନେକ ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ ଗେମ୍‌ ଖେଳିଛେ। ଏହି ଗେମ୍‌ ଖାଲି ଯେ ମସ୍ତିଷ୍କର ବ୍ୟାୟାମ କରିଥାଏ, ତାହା ନୁହେଁ। ଏହା ଆମକୁ ଖୁବ୍‌ ମଜା ବି ଲାଗିଥାଏ। ଏମିତି ଖେଳ ଖେଳିବା ଦ୍ବାରା ମସ୍ତିଷ୍କ ବ୍ୟାୟାମ ସହିତ ମନୋରଞ୍ଜନ ବି ହୋଇଯାଏ।

ଉପରେ ଦିଆଯାଇଥିବା ଫଟୋଟି ତ ଆପଣ ଦେଖି ସାରିବେଣି। ଫଟୋଟି ଯେ ଜଣେ ବୟସ୍କ ପୁରୁଷ ଲୋକଙ୍କର ଏଥିରେ ସନ୍ଦେହ ନାହିଁ। ମାତ୍ର ଆମର ପ୍ରଶ୍ନ ହେଉଛି ସେ ଫଟୋରେ ଏକ କୁନି ଝିଅ ମଧ୍ୟ ରହିଛି। ଆପଣ କହିପାରିବେ କି ଫଟୋରେ ଝିଅଟି କେଉଁଠି ଅଛି।

ଆମେ ଆପଣଙ୍କୁ ଏକ ଛୋଟି ସୂଚନା ବି ଦେବୁ, ଯାହାକୁ ଆଧାର କରି ଆପଣ କୁନି ଝିଅଟିକୁ ଆଉ ଟିକେ ସହଜରେ ପାଇଯିବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ କୁନି ଝିଅଟି ବସିଥିବା ଅବସ୍ଥାରେ ଆପଣଙ୍କୁ ଫ‌ଟୋରେ ମିଳିବ। ତେବେ ଆପଣ କହନ୍ତୁ ଏବେ କୁନି ଝିଅଟି ଫଟୋରେ କେଉଁଠି ଅଛି?

ପାଉନାହାନ୍ତି? ଫଟୋରେ ଯେଉଁ ବୟସ୍କ ବ୍ୟକ୍ତି ଦୃଶ୍ୟମାନ ହେଉଛନ୍ତି ତାଙ୍କ ନାକକୁ ଦେଖିନ୍ତୁ ତ। ପାଇଲେ? ତାଙ୍କ ନାକକୁ ଭଲ କରି ଦେଖନ୍ତୁ ଆପଣଙ୍କୁ କୁନି ଝିଅଟି ବସିଥିବାର ନଜର ଆସିବ।

ଆପଣଙ୍କ ଦ୍ବନ୍ଦ୍ବକୁ ଦୂର କରିବାକୁ ଆମେ ତଳେ ନାଲି ଗାର ମାରି ଝିଅଟି ଯେଉଁଠି ଅଛି ଦର୍ଶାଇ ଦେଉଛୁ। ମାତ୍ର ଆପଣ ଯଦି ଆମ ଫଟୋ ଦେଖିବା ପୂର୍ବରୁ ହିଁ ଝିଅଟିକୁ ପାଇ ସାରିଛନ୍ତି ତେବେ ନିଶ୍ଚୟ ଉତ୍ତର ରଖନ୍ତୁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe