କହିଲେ ଦେଖି ଏ ଫଟୋରେ କି କି ଜୀବ ଅଛନ୍ତି? ପ୍ରଥମଟି କୁକୁର, ଦ୍ବିତିୟଟି କିଏ?

Advertisment
କହିଲେ ଦେଖି ଏ ଫଟୋରେ କି କି ଜୀବ ଅଛନ୍ତି? ପ୍ରଥମଟି କୁକୁର, ଦ୍ବିତିୟଟି କିଏ?

www.jagranjosh.com

ଆମେ ପୂର୍ବରୁ ବି ଅନେକ ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ ଗେମ୍‌ ଖେଳିଛେ। ଏହି ଗେମ୍‌ ଖାଲି ଯେ ମସ୍ତିଷ୍କର ବ୍ୟାୟାମ କରିଥାଏ, ତାହା ନୁହେଁ। ଏହା ଆମକୁ ଖୁବ୍‌ ମଜା ବି ଲାଗିଥାଏ। ଏମିତି ଖେଳ ଖେଳିବା ଦ୍ବାରା ମସ୍ତିଷ୍କ ବ୍ୟାୟାମ ସହିତ ମନୋରଞ୍ଜନ ବି ହୋଇଯାଏ।

ଉପରେ ଦିଆଯାଇଥିବା ଫଟୋଟି ତ ଆପଣ ଦେଖି ସାରିବେଣି। ଫଟୋଟିରେ ଆପଣ ଏକ କୁକୁରଟିକୁ ଦେଖି ପାରୁଥିବେ। ଆପଣଙ୍କୁ ଫଟୋରେ ଥିବା ଦ୍ବିତୀୟ ଜୀବକୁ ଖୋଜିବାକୁ ହେବ।

ଫଟୋଟିକୁ ଖୁବ୍ ସତର୍କତାର ସହ ଦେଖନ୍ତୁ। କିଛି ଦେଖିପାରିଲେ କି? ଆମେ ଏକ ସୂଚନା ଦେଉଛୁ, ସେହି ସୂଚନା ଜରିଆରେ ଆପଣ ଦ୍ବିତୀୟ ଜୀବଟିକୁ ଖୋଜି ପାଇବେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଦ୍ବିତୀୟ ଜୀବଟିକୁ ଆପଣ ଗଛ ଡାଳରେ ଦେଖିବାକୁ ପାଇବେ।

ପାଉନାହାନ୍ତି? କୁକୁରଟିର ଠିକ୍‌ ଉପ‌ର ଦେଇ ଯାଇଥିବା ଗଛର ଡାଳଟିକୁ ଦେଖନ୍ତୁ। ସେହି ଡାଳରେ ହିଁ ଆପଣଙ୍କୁ ଦ୍ବିତୀୟ ଜୀବ ଦେଖିବାକୁ ମିଳିବ। ଆପଣଙ୍କ ଦ୍ବନ୍ଦ୍ବକୁ ଦୂର କରିବାକୁ ସେହି ଜୀବର ଫଟୋଟି ନିମ୍ନରେ ଦେଉଛୁ। ମାତ୍ର ଫଟୋ ଦେଖିବା ପୂର୍ବରୁ ହିଁ ଯଦି ଜୀବଟିକୁ ପାଇ ସାରିଛନ୍ତି ତେବେ ନିଶ୍ଚୟ ଉତ୍ତର ରଖନ୍ତୁ। ଜୀବଟି ମୂଷା ବୋଲି ଆପଣ ଫଟୋ ଦେଖିବା ପରେ ଜାଣି ପାରୁଥିବେ।

publive-image www.jagranjosh.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe