କହିପାରିବେ ଏ ଫଟୋରେ ବଲ୍‌ କେଉଁଠି ଅଛି? ଦେଖିବା ଆପଣଙ୍କ ଆଖି କେତେ ତେଜ୍‌

Advertisment
କହିପାରିବେ ଏ ଫଟୋରେ ବଲ୍‌ କେଉଁଠି ଅଛି? ଦେଖିବା ଆପଣଙ୍କ ଆଖି କେତେ ତେଜ୍‌

ଆମେ ପୂର୍ବରୁ ବି ଅନେକ ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ ଗେମ୍‌ ଖେଳିଛେ। ଏହି ଗେମ୍‌ ଖାଲି ଯେ ମସ୍ତିଷ୍କର ବ୍ୟାୟାମ କରିଥାଏ, ତାହା ନୁହେଁ। ଏହା ଆମକୁ ଖୁବ୍‌ ମଜା ବି ଲାଗିଥାଏ। ଏମିତି ଖେଳ ଖେଳିବା ଦ୍ବାରା ମସ୍ତିଷ୍କ ବ୍ୟାୟାମ ସହିତ ମନୋରଞ୍ଜନ ବି ହୋଇଯାଏ। ଆପଣ ଇଣ୍ଟର୍‌ନେଟ୍‌ରେ ବିଭିନ୍ନ ପ୍ରକାରର ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ ଦେଖୁଥିବେ। କେବେ କେବେ ଫଟୋର ଏହି ରିଡଲ୍‌କୁ ସମାଧାନ କରିବାରେ ସଫଳ ହେଉଥିବେ ତ ପୁଣି କେବେ ବିଫଳ। ଏହି ଖେଳ ଖେଳିବା ଦ୍ବାରା ଆପଣଙ୍କ ଆଖି ଓ ମସ୍ତିଷ୍କ ୨ଟା ଯାକ ତୀକ୍ଷ୍ଣ ହୋଇଥାଏ।

ଉପରେ ଦିଆଯାଇଥିବା ଫଟୋଟି ଦେଖି ପାରୁଥିବେ। ଫଟୋଟି ଦେଖି ଆପଣଙ୍କୁ ତାହା ଭିତରେ ଥିବା ବଲ୍‌ଟିକୁ ଚିହ୍ନଟ କରିବାକୁ ହେବ। ଆଜି ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି ଦୃଶ୍ୟମାନ ହେଉଥିବା ଫଟୋଟିରେ ବଲ୍‌ କେଉଁଠି ଅଛି? ଏଥିରୁ ଜଣାପଡ଼ିବ ଆପଣଙ୍କ ମସ୍ତିଷ୍କ କେତେ ସକ୍ରିୟ ଅଛି।

ଫଟୋଟିରେ ଆପଣ ଏକ ସମୁଦ୍ରକୂଳ ଦେଖି ପାରୁଥିବେ। ସମୁଦ୍ରକୂଳରେ ଅଛି ନଡ଼ିଆ ଗଛ। ସେଠାରେ ବହୁତ ଲୋକ, ବିଭିନ୍ନ ପ୍ରକାରର ଖେଳ, ତମ୍ବୁ ଆଦି ଦେଖିବାକୁ ମିଳିଛି। ପିଲାମାନେ ବିଭିନ୍ନ ପ୍ରକାରର ଖେଳନା ଧରି ଖେଳୁଛନ୍ତି। ତାହା ମଧ୍ୟରେ ବଲ୍‌ଟି ବି ରହିଛି।

ଏହି ଫଟୋଟିକୁ ଦେଖିବା ପରେ ବହୁତ ଲୋକ ବଲ୍‌ଟିକୁ ଖୋଜିବାରେ ସମର୍ଥ ହୋଇଛନ୍ତି ତ କିଛି ଲୋକ ଖୋଜି ପାଇନାହାନ୍ତି। ଆପଣଙ୍କୁ ସହଜ ହେବାକୁ ଜଣାଇ ଦେଉଛୁ ଯେ ବଲ୍ଟି ଏକ ଛତା ତଳେ ଅଛି। ପାଇଲେ କି? ଦେଖନ୍ତୁ ‌ଫଟୋ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe