ଦୃଷ୍ଟିହୀନଙ୍କୁ ରୋଜଗାରର ବାଟ ଦେଖାଉଛି ଏହି ସବୁ ସଂସ୍ଥା

Advertisment
ଦୃଷ୍ଟିହୀନଙ୍କୁ ରୋଜଗାରର ବାଟ ଦେଖାଉଛି ଏହି ସବୁ ସଂସ୍ଥା

Rise For India

ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ନେତ୍ରହୀନ ଦେଖାଯାଇଥାଆନ୍ତି ଭାରତରେ । ୨୦୧୧ ମସିହାରେ ହୋଇଥିବା ଜନଗଣନା ହିସାବରେ ଭାରତରେ ପ୍ରାୟ ୫୦ ଲକ୍ଷ ନେତ୍ରହୀନ ଅଛନ୍ତି । ତେବେ ସରକାରଙ୍କୁ ଛାଡ଼ି ଏପରି କିଛି ସଂସ୍ଥା ଅଛନ୍ତି ଯାହା ନେତ୍ରହୀନ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

publive-image yourstory

ଦ କାହାନୀ ପ୍ରୋଜେକ୍ଟ : ହଜିଯାଇଥିବା କାହାଣୀ ଶୁଣାଇବା ପରମ୍ପରାକୁ 'ଦ କାହାନୀ ପ୍ରୋଜେକ୍ଟର ' ମୁଖ୍ୟ ଅଜୟ ଦାସଗୁପ୍ତା ଦେଶର ଭିନ୍ନକ୍ଷମମାନଙ୍କ ପାଇଁ ପୁଣିଥରେ ଆରମ୍ଭ କରିଛନ୍ତି। ୨୦୧୨ ମସିହା ଶିଶୁ ଦିବସରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଅନ୍‌ଲାଇନ ଏହାର ୬୦୦ରୁ ଅଧିକ କାହାଣୀ ଅଛି ଏବଂ ଏହାକୁ ୧ଲକ୍ଷରୁ ଅଧିକ ଥର ପଢ଼ା ମଧ୍ୟ ସରିଲାଣି । ଏହି କାହାଣୀ ଅନଲାଇନରେ ଇଂରାଜୀ , ହିନ୍ଦୀ , ବେଙ୍ଗୋଲୀ , ଗୁଜୁରାଟୀ , ମରାଠୀ ଆଦି ବିଭିନ୍ନ ଭାଷାରେ ଉପଲବ୍ଧ ଅଛି। କାହାନୀର କର୍ମକର୍ତ୍ତାମାନେ ଦୃଷ୍ଟିହୀନ ପିଲାମାନଙ୍କୁ ଏମପି ୩ ପ୍ଲେୟାର ଦ୍ୱାରା ଏହାକୁ ଡ଼ାଉନଲୋଡ଼ କରି ଶୁଣିବାରେ ସାହାଯ୍ୟ କରିଥାନ୍ତି।

publive-image yourstory

ମିତ୍ର ଜ୍ୟୋତି : ମଧୁ ମିତ୍ରଙ୍କର ସଂସ୍ଥା ମିତ୍ର ଜ୍ୟୋତି ୨୬ ବର୍ଷରୁ ନେତ୍ର ହୀନ ବ୍ୟକ୍ତିମାନଙ୍କୁ ସଶକ୍ତ ହେବାରେ ସାହାଯ୍ୟ କରୁଛି। ସାଉଥ ଇଣ୍ଡିଆରଏକ ଗ୍ୟାରେଜରୁ ଆରମ୍ଭ ହୋଇଥିବା ମିତ୍ର ଜ୍ୟୋତି ଆଜି ଭାରତରେ ନିଜର ପ୍ରଥମ ବେଲ ପ୍ରେସ ଆବାସ ଆରମ୍ଭ କରିଛି। ଏହା ଭାରତର ସବୁଠାରୁ ବଡ଼ ଲାଇବ୍ରେରୀ ପ୍ରସ୍ତୁତ କରିଛି ଯେଉଁଥିରେ ସିଡ଼ି ଫରମାଟରେ ୩୮୦୦ ବହି ରହିଛି।
ନାବେଟ : 'ନ୍ୟାସନାଲ ଆସୋସିଏସନ ଫର ଦ ବ୍ଲାଇଣ୍ଡ' ବା 'ନାବେଟ' ନେତ୍ରହୀନ ବ୍ୟକ୍ତି ମାନଙ୍କୁ ନିଜ ଜୀବନ ନିର୍ବାହ କରିବା ପାଇଁ ଆଇଟି କମ୍ପାନୀଗୁଡ଼ିକରେ ଚାକରି ଯୋଗାଇଥାଏ। ଏହି ସଂସ୍ଥା ଭିନ୍ନ ପ୍ରକାର ପ୍ରଣାଳୀ ପ୍ରସ୍ତୁତ କରିଥାଏ ଯାହା ଦ୍ୱାରା ଆଇଟିର କାମଦୃଷ୍ଟିହୀନବ୍ୟକ୍ତି ମାନେ ଶିକ୍ଷା କରିପାରିଥାନ୍ତି। ଦୀର୍ଘ ୬ ବର୍ଷ ହେଲା କାମ କରୁଥିବା ଏହି ସଂସ୍ଥା ପ୍ରାୟ ୫୦୦ ରୁ ଅଧିକ ବ୍ୟକ୍ତିଙ୍କୁ ରୋଜଗାର ଦେବାରେ ସଫଳ ହୋଇଛି। ଓ୍ଵାସିଙ୍ଗଟନ ଡ଼ିସି , ଗ୍ଲୋବାଲ ଗୁଡ଼ ଫଣ୍ଡ ୨୦୧୭ ଏବଂ ଲଣ୍ଡନ କୁଇନସ୍‌ ୟଙ୍ଗ ଲିଡ଼ର ୨୦୧୭ ପୁରସ୍କାର ଦ୍ୱାରା ଏହି ସଂସ୍ଥାକୁ ପୁରସ୍କୃତ କରାଯାଇଛି।

publive-image yourstory

ଆସେସ ଫର ଅଲ: ମୁମ୍ବାଇର ୨୭ ବର୍ଷିୟା ଆର୍କିଟେକ୍ଟ ସିଦ୍ଧାର୍ଥ ସାହା ୨୦୧୬ରେ 'ଆସେସ ଫର ଅଲ୍‌' ଦ୍ୱାରା ଦୃଷ୍ଟିହୀନମାନଙ୍କ ପାଇଁ ସ୍ପର୍ଶ ଦ୍ୱାରା ଦେଶର କଳାକୃତିକୁ ଅନୁଭବ କରିବାର ଏକ ଫରମାଟ ପ୍ରସ୍ତୁତ କରିଥିଲେ।ଦୃଷ୍ଟିହୀନ ଦର୍ଶକଙ୍କୁ ଦେଶର କଳା ଏବଂ ଦର୍ଶନୀୟ ସ୍ଥାନ ପ୍ରତି ପ୍ରେତ୍ସାହନ କରିବା ପାଇଁ ଏହାର ପ୍ରୟାସ ଥିଲା । ଏହାକୁ ଭରତ ଏବଂ ପାକିସ୍ତାନର ବ୍ରେଲ ସଂଗ୍ରହାଳୟରେ ପ୍ରକାଶ କରାଯାଇଥିଲା।
ସାର୍ଥକ ଏଜୁକେସନ ଟ୍ରଷ୍ଟ: ଭିନ୍ନକ୍ଷମମାନଙ୍କୁ ଶିକ୍ଷା ଏବଂ ସକ୍ଷମ ହେବା ପାଇଁ 'ସାର୍ଥକ ଏଜୁକେଶନ ଟ୍ରଷ୍ଟ' ଆରମ୍ଭ କରାଯାଇଛି। ସଂସ୍ଥାପକ ଡ଼ା.ଜିନେନ୍ଦ୍ର ଅଗ୍ରଓ୍ଵାଲଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସଂସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦୦ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭାରତର ବିଭିନ୍ନ ରିଟେଲ ,ବିପିଓ , ଆଇଟି , ହସ୍ପିଟାଲିଟି ଆଦି ୧ ଟି ସ୍ଥାନରେ ରୋଜଗାରରେ ଲଗାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe