Advertisment

୧୪୦୦ କିଲୋର ବିଶାଳ ଗାଈ ପରେ ଏବେ ସାମ୍ନାକୁ ଆସିଛି ଦୁନିଆର ସବୁଠୁ ବଡ଼ କୁକୁଡା, ଦେଖନ୍ତୁ ଭିଡିଓ...

Advertisment
୧୪୦୦ କିଲୋର ବିଶାଳ ଗାଈ ପରେ ଏବେ ସାମ୍ନାକୁ ଆସିଛି ଦୁନିଆର ସବୁଠୁ ବଡ଼ କୁକୁଡା, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଦୁନିଆର ସବୁଠୁ ବଡ଼ ଗାଈକୁ ଦେଖବାକୁ ମିଳିଥିଲା । ଏବେ ସବୁଠୁ ବଡ଼ କୁକୁଡା ସୋସିଆଲ ମିଡିଆରେ ଚହଳ ପକାଉଛି, ଏହି କୁକୁଡାର ନାମ ହେଉଛି ମରକଲି। ଏହି କୁକୁଡାକୁ ୟୁରୋପର ଏକ ପୋଲ୍ଟ୍ରି ଫାର୍ମରେ ଠାବ କରାଯାଇଛି । ଏହାର ଲମ୍ବ ୩ ଫୁଟ୍ ହେଇଥିବା ବେଳେ ଓଜନ ୭.୭ କେଜି । ବର୍ତ୍ତମାନ ମରକଲିକୁ ଦୁନିଆର ସବୁଠୁ ବଡ କୁକୁଡା ବୋଲି ମାନ୍ୟତା ଦିଆଯାଇଛି । କୁକୁଡା ମାଲିକଙ୍କ କହିବା ଅନୁଯାୟୀ, ସେ ଏବେ ଦୁଇଟି କୁକୁଡାଙ୍କ ସହ ରହୁଛି ଓ ତାର ବହୁତ ଭଲ ଭାବରେ ଯତ୍ନ ନିଆଯାଉଛି । ଏହି ପ୍ରଜାତିର କୁକୁଡା ବ୍ରହ୍ମା ଚିକେନ୍ ନାମରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ସାଧାରଣରେ କୁକୁଡାର ଓଜନ ୫.୫ କେଜି ହୋଇଥାଏ କିନ୍ତୁ ଏହି କୁକୁଡାର ଓଜନ ତା’ଠାରୁ ବି ଅଧିକ ଅଟେ । ପ୍ରଥମେ ଲୋକେ ଏହି ଫଟୋ ଓ ଭିଡିଓକୁ ମିଛ ବୋଲି ଭାବୁଥିଲେ କିନ୍ତୁ ପରେ ଯେତେ ବେଳେ ଲୋକଙ୍କ ସାମ୍ନାକୁ ଏହି କୁକୁଡାର ସତ୍ୟତା ଆସିଲା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଦେଖନ୍ତୁ ଏହି କୁକୁଡାର ଭିଡିଓ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe