ନୂଆବର୍ଷ ପାଇଁ ବୁଲିବାକୁ ଯୋଜନା ରଖିଥିଲେ ଏହି ପୋର୍ଟାଲରୁ ଭୁଲରେ ବି ହୋଟେଲ ବୁକ୍‌ କରନ୍ତୁ ନାହିଁ

Advertisment
ନୂଆବର୍ଷ ପାଇଁ ବୁଲିବାକୁ ଯୋଜନା ରଖିଥିଲେ ଏହି ପୋର୍ଟାଲରୁ ଭୁଲରେ ବି ହୋଟେଲ ବୁକ୍‌ କରନ୍ତୁ ନାହିଁ

ନୂଆବର୍ଷ ଅବସରରେ ଯଦି ଆପଣ ବନ୍ଧୁ କିମ୍ବା ପରିବାର ଲୋକଙ୍କ ସହ କେଉଁଆଡେ ବୁଲିଯିବାକୁ ଯୋଜନା କରୁଛନ୍ତି ଆଉ ସେଠାରେ ରହିବା ପାଇଁ ଅନଲାଇନ ହୋଟେଲ ବୁକ୍‌ କରିବାକୁ ଚାହୁଁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ପଶ୍ଚିମବଙ୍ଗ, ବିହାର, ଓଡିଶା ସମେତ ୧୩ଟି ପୂର୍ବ ରାଜ୍ୟମାନଙ୍କରେ ଅନଲାଇନ ହୋଟେଲ ବୁକ କରିବା ଦ୍ୱାରା ଆପଣଙ୍କୁ ରହିବାକୁ ଦିଆଯିବ ନାହିଁ । ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି, ୧୬ ଜାନୁଆରୀରୁ ମେକ ମାଇଟ୍ରିପ ଏବଂ ଗୋ ଆଇବିବୋ ଜରିଆରେ ହୋଇଥିବା ଅନଲାଇନ ବୁକିଂକୁ ବନ୍ଦ କରିଦିଆଯିବ । କାରଣ ଏହି ପୋର୍ଟାଲ ଜରିଆରେ ହୋଟେଲବୁକ କରିବା ଦ୍ୱାରା ହୋଟେଲ ସେମାନଙ୍କର ବୁକିଂ ଗ୍ରହଣ କରିବ ନାହିଁ।

publive-image

ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ ଅଫ୍‌ ଓଡିଶାର ଅଧ୍ୟକ୍ଷ ଜେକେ ମହାନ୍ତିଙ୍କ ସୂଚନା ଅନୁସାରେ, ୨୬ ଡିସେମ୍ବରକୁ ଆୟେଜିତ HAROକମନ ବଡି ମିଟିଂରେ ସର୍ବସମ୍ମତି ଦ୍ୱାରା ଏହି ନିଷ୍ପତି ନିଆଯାଇଛି । ଉଭୟ ହୋଟେଲ ମାଲିକ ଏବଂ ଅନଲାଇନ ବୁକିଂ ପୋର୍ଟାଲଗୁଡିକ ମଧ୍ୟରେ କମିଶନକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି । ରୁମ ବୁକିଂ ଉପରେ ହୋଟେଲ ମାଲିକ ପୋର୍ଟାଲଗୁଡିକୁ ୧୫ ପ୍ରତିଶତରୁ ଅଧିକ କମିଶନ ଦେବାକୁ ଚାହୁଁ ନାହାଁନ୍ତି ହେଲେ ୨୨ ପ୍ରତିଶତ ପର୍ଯ୍ୟନ୍ତ କମିଶନ ଦେବାକୁ ପୋର୍ଟାଲଗୁଡିକ ଦାବି କରୁଛନ୍ତି । ଯାହା ଦ୍ୱାରା ହୋଟେଲ ମାଲିକଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି ।

publive-image

ଅନ୍ୟପକ୍ଷରେ ହୋଟେଲ ମାଲିକଙ୍କ କହିବା କଥା ହେଲା କି, ଅନଲାଇନ ବୁକିଂ କରୁଥିବା ପୋର୍ଟାଲ ବଡ ବଡ ହୋଟେଲମାନଙ୍କଠାରୁ ୮ରୁ ୧୦ପ୍ରତିଶତର କମିଶନ ନେଇଥାନ୍ତି । ସେହିପରି ଗୋଟିଏ, ଦୁଇଟି ହୋଟେଲର ମାଲିକଙ୍କଠାରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ କମିଶନ ନେଉଛନ୍ତି । ଯାହାକୁ କେନ୍ଦ୍ର କରି ଏଭଳି ନିଷ୍ପତି ନିଆଯାଇଛି । ଖୁବ୍‌ ଶୀଘ୍ର ଉତର, ପଶ୍ଚିମ ଏବଂ ଦକ୍ଷିଣ ଭାରତର ହୋଟେଲ ଆସୋସିଏସନ ବି ଏଭଳି ପ୍ରକାରର ନିଷ୍ପତି ନେଇପାରନ୍ତି। ଯ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe