ଜଣେ ପୂର୍ବତନ ଜଜ୍‌ଙ୍କ ନାମରେ ୨୨୦୦ଟି ପଞ୍ଜୀକୃତ କାର୍‌ !

ଜଣେ ପୂର୍ବତନ ଜଜ୍‌ଙ୍କ ନାମରେ ୨୨୦୦ଟି ପଞ୍ଜୀକୃତ କାର୍‌ !

ଇସ୍‌ଲାମାବାଦ: ପାକିସ୍ତାନର ଜଣେ ପୂର୍ବତନ ଜଜ୍‌ ସିକନ୍ଦର ହୟାତ୍‌ ନିଜ ନାମରେ ୨୨୦୦ଟି କାର୍‌ ରେଜିଷ୍ଟର୍‌ କରିଛନ୍ତି। ହୟାତ୍‌ଙ୍କ ଓକିଲ ମିୟାଁ ଜଫର୍‌ ପାକିସ୍ତାନର ସୁପ୍ରିମକୋର୍ଟକୁ ଜଣାଇଛନ୍ତି ଯେ ସିକନ୍ଦର ହୟାତ୍‌ ଏଯାବତ୍‌ କେବଳ ଗୋଟିଏ କାର୍‌ କିଣିଛନ୍ତି।
ପାକିସ୍ତାନର ଅଗ୍ରଣୀ ସମ୍ବାଦ ପତ୍ର ଡନ୍‌ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ, ପୂର୍ବତନ ଜଜ୍‌ଙ୍କ ନାଆଁରେ ୨୨୦୦ଟି କାର୍‌ ପଞ୍ଜୀକୃତ ହୋଇଛି।
ଅପରପକ୍ଷରେ ପୂର୍ବତନ ଜଜ୍‌ ସିକନ୍ଦର ହୟାତଙ୍କ ଓକିଲ କହିଛନ୍ତି ଯେ,କିଛି ଦିନ ତଳେ ଏକ କାର୍‌ର ଚାଲାଣ ମିଳିଥିଲା। ଏହି କାର୍‌ ସେ କିଣି ନଥିଲେ। ପଞ୍ଜାବ ଏକ୍‌ସାଇଜ୍‌ ଆଣ୍ଡ୍‌ ଟ୍ୟାକ୍‌ସେସନ୍‌ ଡିପାର୍ଟମେଣ୍ଟ୍‌ ଦ୍ୱାରା ଏହି ବାବଦରେ ଦିଆଯାଇଥିବା ସୂଚନା ଅନୁଯାୟୀ ହୟାତ୍‌ ୨,୨୨୪ ଟି ବାହନର ପଞ୍ଜୀକୃତ ମାଲିକ ଥିଲେ।

publive-image
ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ପଞ୍ଜାବ ଏକ୍‌ସାଇଜ୍‌ ଡିପାର୍ଟମେଣ୍ଟରେ ସଚିବ ଓ ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ସପ୍ତାହକ ଭିତରେ ଦେବାକୁ କୁହାଯାଇଛି। ପାକିସ୍ତାନରେ ଏବେ ବେନାମୀ ସଂପତ୍ତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe