ଆତଙ୍କ ଖେଳାଇବା ସହ ଶିକ୍ଷା ଦେଇଛି କରୋନା : ପି.ଚିଦାନନ୍ଦ ସୁବୁଦ୍ଧି

Advertisment
ଆତଙ୍କ ଖେଳାଇବା ସହ ଶିକ୍ଷା ଦେଇଛି କରୋନା : ପି.ଚିଦାନନ୍ଦ ସୁବୁଦ୍ଧି

ବିଶ୍ବ ମହାମାରୀ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି ମୁମ୍ବାଇ। ଲକ୍‌ଡାଉନ୍‌ ଯୋଗୁଁ ସ୍ବପ୍ନର ନଗରୀ ଏବେ ଧୀରେଧୀରେ ନିଃଶ୍ବାସ ନେଉଛି। ଆଇଟି କଂପାନିରେ ଏଠାରେ ରହି କାମ କରିବାକୁ ୨୩ ବର୍ଷ ଅତିକ୍ରାନ୍ତ ହେଲାଣି। ହେଲେ ଆଜିର ସ୍ଥିତି କେବେ ଦେଖିନଥିଲି ବୋଲି କହିଛନ୍ତି ମୁମ୍ବାଇରେ ରହୁଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁରର ପି. ଚିଦାନନ୍ଦ ସୁବୁଦ୍ଧି (ଟୁନୁ)।

ଲକ୍‌ଡାଉନ୍‌ ଯୋଗୁଁ ସହର ଖାଁଖାଁ। ଯେଉଁ ରାସ୍ତାରେ ପ୍ରତି ମିନିଟ୍‌ରେ ଶହଶହ ଗାଡ଼ି ଯାଉଥିଲା ସେଠାରେ ଘଣ୍ଟାଏ ବ୍ୟବଧାନରେ ଗୋଟିଏ ଦୁଇଟି ଗାଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ଜୀବନରେଖା କୁହାଯାଉଥିବା ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ର ଶବ୍ଦ ଆଉ ଶୁଣାଯାଉନି। ତେବେ ବର୍ତ୍ତମାନ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଛି। ପରିବେଶରେ ବ୍ୟାପକ ପରିବର୍ତ୍ତନ ଆସିଛି। ଶୁଦ୍ଧ ଏବଂ ଶୀତଳ ସମୀର ‌ପ୍ରବାହିତ ହେଉଛି। ଅଫିସକୁ ନଯାଇ ଅଧିକାଂଶ ଆଇଟି ବିଭାଗ କର୍ମଚାରୀ ଘରେ ରହି କାମ କରୁଛନ୍ତି। ନିଜେ ରହୁଥିବା ଚୁନାଭାଟି ଅଞ୍ଚଳର ସୋସାଇଟିକୁ ସପ୍ତାହରେ ଥରେ କିମ୍ବା ଦୁଇଥର ପରିବା ବାଲା ଆସି ପରିବା ଦେଇଯାଉଛି। ସମସ୍ତେ ପ୍ରାୟ ଘରେ ରହୁଛନ୍ତି। ସଂଧ୍ୟା ହେଲେ ସମୁଦ୍ର ତଟ ବଦଳରେ ନିଜ ବାଲ୍‌କୋନି ଏବଂ ଛାତ ଉପରେ ଛିଡ଼ା ହୋଇ ହାୱା ଖାଉଛନ୍ତି। କରୋନା ମଣିଷ ମନରେ ଆତଙ୍କ ସୃଷ୍ଟି କରିବା ସହ ଶିକ୍ଷା ବି ଦେଇଛି।

(ମୁମ୍ବାଇରେ ଟେକ୍‌ ମହିନ୍ଦ୍ରା କଂପାନିର ପ୍ରୋଜେକ୍ଟ ମ୍ୟାନେଜର ପି.ଚିଦାନନ୍ଦ ସୁବୁଦ୍ଧିଙ୍କ ସହ କଥା ହୋଇଥିଲେ 'ସମ୍ବାଦ' ଯାଜପୁର ସଂସ୍କରଣର ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe