ଲକ୍‌ଡାଉନ୍‌ ମୋ ପାଇଁ ନୂଆ ନୁହେଁ : ପଦ୍ମଶ୍ରୀ ହଳଧର ନାଗ

Advertisment
ଲକ୍‌ଡାଉନ୍‌ ମୋ ପାଇଁ ନୂଆ ନୁହେଁ : ପଦ୍ମଶ୍ରୀ ହଳଧର ନାଗ

‘ମୋ ପାଇଁ କରୋନା କିମ୍ବା ଲକ୍‌ଡାଉନ୍‌ କିଛି ନୁଆଁ ନୁହେଁ। ପୂର୍ବରୁ ବୈଶାଖ ଆସିବା ପୂର୍ବରୁ ମହାମାରୀ ହେଉଥିଲା। କିନ୍ତୁ ତାହା ଗାଁରେ ସୀମିତ ରହୁଥିଲା। ଏଥର ବିଶ୍ବବ୍ୟାପୀ ଖେଳି ଯାଇଛି। ଦ୍ବିତୀୟତଃ ଲକ୍‌ଡାଉନ୍‌.. ମୁଁ ଜୀବନ‌ର ଅର୍ଧାଧିକ ସମୟ ନିସଂଗ ବିତାଇଛି। ତାହା ବି ତ ଲକ୍‌ଡାଉନ୍‌। ମୋର ଆବଶ୍ୟକତା ଅତି କମ୍‌,' ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ।

ସେ କହିଛନ୍ତି ଯେ, ‘ଲକ୍‌ଡାଉନ୍‌ ଯୋଗୁଁ ଚଣା, ଆଳୁ ଓ ଛୋଟମୋଟ ସାମଗ୍ରୀ ଆଗରୁ ରଖିଛି। ପଖାଳ ସାଂଗରେ ଭଜା ହେଲେ ଦିନ କଟିଲା। ଦିନବେଳା ଗରମ ହେଉଛି। ତେଣୁ ବହି ପଢ଼ାପଢ଼ିରେ ସମୟ କଟୁଛି। ଆଗକୁ ନ୍ୟୁୟର୍କରେ 'ଚମ୍ପୁ ଏବଂ 'ଜଗନ୍ନାଥ ବିଷୟବସ୍ତୁ ନେଇ ବିରାଟ କାର୍ଯ୍ୟକ୍ରମ ରହିଛି। ବର୍ଷେ ହେଲା ଏଥିପାଇଁ ପ୍ରସ୍ତୁତି ଚାଲିଛି। ବ୍ୟକ୍ତିଗତ ଭାବେ ଲକ୍‌ଡାଉନ୍‌ର ସୁବିନିଯୋଗ କରୁଛି। ସ୍ତ୍ରୀ ଓ ମୁଁ ପାଳି କରି ରୋଷେଇ କରୁଛୁ। ସ୍ତ୍ରୀ ଦିନବେଳା ଖାଣ୍ଟି ଓଡ଼ିଆ ଖାଦ୍ୟ ରାନ୍ଧୁଛି। ରାତିରେ ମୁଁ ବିଦେଶରୁ ଶିଖିଥିବା ଖାଦ୍ୟ ରାନ୍ଧୁଛି। ଲକ୍‌ଡାଉନ୍‌ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ଶାଣିତ କରିଛି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe