ମୁସଲମାନ୍ ଗୋସେବକ ଶବ୍ବୀର ସୟଦ୍‌ଙ୍କ କଥା କିଛି କମ୍ ରୋମାଞ୍ଚକର ନୁହେଁ !

Advertisment
ମୁସଲମାନ୍ ଗୋସେବକ ଶବ୍ବୀର ସୟଦ୍‌ଙ୍କ କଥା କିଛି କମ୍ ରୋମାଞ୍ଚକର ନୁହେଁ !

ମୁମ୍ବାଇ: ଚଳିତବର୍ଷ କେନ୍ଦ୍ର ସରକାର ଏମିତି କେତେକ ତୃଣମୂଳ ସ୍ତରର ସମାଜସେବୀଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବାଲାଗି ଘୋଷଣା କରିଛନ୍ତି,ଯାହା ପ୍ରଶଂସାଜନକ। ଏଥର ପଦ୍ମଶ୍ରୀ ତାଲିକାରେ ଥିବା ଶବ୍ବୀର ସୟଦ୍‌ ଜଣେ ଗୋ ସେବକ ଭାବେ ପରିଚିତ।ଏଥର ଅନ୍ୟତମ ବିଜେତା ଶବ୍‌ବୀରଙ୍କ କାହାଣୀ ବି ବେଶ୍‌ ରୋମାଞ୍ଚକର।

ମହାରାଷ୍ଟ୍ରର ବିଡ ଜିଲ୍ଲାର ଶିରୁର୍‌ କାସାର୍‌ ଗାଆଁର ୫୮ ବର୍ଷ ବୟସ୍କ ଶବ୍‌ବୀରଙ୍କୁ ସାମାଜିକ କାର୍ଯ୍ୟ ଓ ପଶୁ କଲ୍ୟାଣ ଲାଗି ପଦ୍ମଶ୍ରୀ ପ୍ରଦାନ କରାଯିବାର ଘୋଷଣା କରାଯାଇଛି। ଶବ୍‌ବୀର ନିଜ ପରିବାର ସହିତ ଗତ ୫୦ ବର୍ଷ ଧରି ଗୋସେବା କରି ଆସୁଛନ୍ତି। ଶିରୁର ଅଞ୍ଚଳରେ ଉତ୍କଟ ଜଳାଭାବ ଥିବା ସତ୍ତ୍ୱେ ଶବ୍‌ବୀର ଗୋମହିଷାଦି ପଶୁମାନଙ୍କୁ କେବେ ବି କ୍ଷୁଧା-ତୃଷା ହେତୁ ମୃତ୍ୟୁ ହେବାକୁ ଦିଅନ୍ତି ନାହିଁ। ସେ କେବେ ବି କୌଣସି ଗାଈଙ୍କୁ ହତ୍ୟାକରି ନାହାନ୍ତି କି ସେମାନଙ୍କୁ ବିକ୍ରି କରି ନାହାନ୍ତି,ଏପରିକି ଦୁଧ ପାଇଁ ବି ଗାଈପାଳନ କରି ନାହାଁନ୍ତି। ଶବ୍‌ବୀର କେବଳ ଗାଈର ଗୋବର ବିକ୍ରି କରି ନିଜ ପରିବାରର ଭରଣପୋଷଣ କରିଥାନ୍ତି। ସେ ବାର୍ଷିକ ୭୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୧୬୫ ଜଣ ଗାଈ ଅଛନ୍ତି। ଶବ୍‌ବୀରଙ୍କ ପିତା କଂସେଇଖାନା ବନ୍ଦ କରି ଗୋରକ୍ଷା ଓ ଗୋସେବା କାମ ସତୁରି ଦଶକରୁ ଆରମ୍ଭ କରିଥିଲେ। ତାଙ୍କ ପତ୍ନୀ,ପୁଅ, ବୋହୁ ଓ ସେ ନିଜେ ଗୋମାଂସ ଖାଆନ୍ତି ନାହିଁ।ସେମାନେ ସମସ୍ତେ ମିଳିମିଶି ଗୋସେବା କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe