ଇସ୍ଲାମବାଦ୍: ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଶତ୍ରୁ ଦେଶ ପାକିସ୍ତାନକୁ କିପରି ହଇରାଣ କରାଯାଇ ପାରିବ ସେ ନେଇ ଭାରତ ବିଭିନ୍ନ ନୀତି ଅବଲମ୍ବନ କରି ସାରଛି। ମଧ୍ୟପ୍ରଦେଶର ଟମାଟୋ ଚାଷୀମାନେ ପାକିସ୍ତାନ ଉପରେ ନିଜର ରାଗ ସୁଝାଇବାକୁ ଯାଇ ପାକିସ୍ତାନକୁ ଟମାଟୋ ବିକିବା ବନ୍ଦ କରିଦେବା ଘଟଣା, ପାଣି କଟକଣା ଓ ପୂର୍ବରୁ ଫଳରେ ଭାରି ଟିକସ୍ ଆଦିକୁ ସହ୍ୟ କରିପାରି ନାହିଁ ପାକିସ୍ତାନ।
ଭାରତରେ ଏପରି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ଉପରେ କେତେ ଯେ ପ୍ରଭାବ ପକାଇଛି ତାହାର ପ୍ରମାଣ ସ୍ୱରୂପ ନିକଟରେ ଇଣ୍ଟର୍ନେଟ୍ରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ସେ ସଂପର୍କରେ ଆମେ ପୂର୍ବରୁ ଖବର ମଧ୍ୟ ପ୍ରକାଶ କରିଥିଲୁ।
ଭିଡିଓରେ ଜଣେ ପାକିସ୍ତାନୀ ସାମ୍ବାଦିକ ଚିତ୍କାର କରୁଥିବାର ଦେଖିବାକୁ ମିଳିଥିଲେ। ‘ଭାରତ ପାକିସ୍ତାନକୁ ଟମାଟୋ ବିକ୍ରି ବନ୍ଦ କରି ଏକ ନୀଚ କାର୍ଯ୍ୟ କରିଛି। ଭାରତର ଧାରଣା ଯେପରି ପାକିସ୍ତାନ ଟମାଟର୍ ବିନା ଜିଇ ପାରିବ ନାହିଁ। ସେହି ଟମାଟୋକୁ ଆମେ ରାହୁଲ ଓ ମୋଦିଙ୍କ ମୁହଁକୁ ମାରିବୁ। ଭାରତୀୟ ମିଡିଆ ଯେଉଁ ଭଳି ଭାବେ ଜଳୁଛି ତାଙ୍କ ଟମାଟୋ ବି ସେହି ଭଳି ଭାବେ ଜଳିବ। ପାକିସ୍ତାନ ଯେଉଁ ପରମାଣୁ ବୋମା ବନାଇଛି ତାହା ଭାରତ ପାଇଁ ହିଁ ବନାଇଛି।’ ବୋଲି ସାମ୍ବାଦିକ ଜଣକ କ୍ଷୋଭରେ କହୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା।
ସେହି ଭିିଡିଓଟି ପ୍ରଥମେ ସୋସିଆଲ୍ ମିଡିଆ ଓ ପରେ ବହୁ ଗଣମାଧ୍ୟମ ଚ୍ୟାନେଲ୍ରେ ବି ଦେଖିବାକୁ ମିଳିଥିଲା। ଭଡିଓଟି ଏବେ ଇଣ୍ଟରନେଟ୍ରେ ଏକ ପରିହାସଯୋଗ୍ୟ ବିଷୟବସ୍ତୁ ପାଲଟିଛି। ତାହାକୁ ସୋସିଆଲ୍ ମିିଡିଆ ବ୍ୟବହାରକାରୀମାନେ ଥଟା କରୁଥିବାର ନଜର ଆସିଛି।
‘ପୂରା ଭିଡିଓ ଦେଖିବାକୁ ମୋର ଧର୍ଯ୍ୟ ରହିଲାନି, ଏତେ ଚିଲଉଛ କାହିଁକି ଅଙ୍କଲ୍?’, ‘ପାକିସ୍ତାନରୁ କମେଡି ସୋ’ର ସିଧା ପ୍ରସାରଣ’, ‘ଓୟେ ହୋଏ ବେଟା ମୋର ରାଗିଗଲା’, ‘ଆମକୁ ଏବେ ଗୋଟିଏ ଟ୍ରକ୍ ଦେଶୀ ଟମାଟୋ ପାକିସ୍ତାନକୁ ପଠାଇବାକୁ ପଡ଼ିବ’, ‘ଭବିଷ୍ୟତରେ ତୁମେ କେବଳ ତୁମ ବହିରେ ଟମାଟୋ ଦେଖିବାକୁ ପାଇବ’, ‘କପିଲ୍ ଶର୍ମା ବି ଆମକୁ ଏତେ ହସାଇ ପାରିନାହାନ୍ତି, ଯେତିକି ଇଏ ହସାଇଲେ’। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ପାକିସ୍ତାନୀ ଚ୍ୟାନେଲ୍ର ଏହି ଖବର ଉପସ୍ଥାପକଙ୍କ ସଂପର୍କରେ ଏମିତି ସବୁ ମଜାକିଆ ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଛି।
Follow Us