https://www.indiatoday.in/
ଇସ୍ଲାମବାଦ: ଗତ ବର୍ଷ ଏକ ମଇଁଷି ସାମ୍ନାରେ ବୁମ୍ ଦେଖାଇ ବାଇଟ୍ ନେଉଥିବା ପାକିସ୍ତାନୀ ସାମ୍ବାଦିକଙ୍କ କଥା ଆପଣଙ୍କର ମନେ ଥିବ। ସେ ସମୟରେ ସୋସିଆଲ୍ ମିଡିଆରେ ମଇଁଷି ସହ ସାମ୍ବାଦିକଙ୍କ ଭିଡିଓ ଭାଇରାଲ୍ ହେବା ପରେ ସେ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଥିଲେ। ପାକିସ୍ତାନୀ ଚ୍ୟାନେଲ୍ ଜିଓ ନିଉଜ୍ର ସାମ୍ବାଦିକ ଅମିନ୍ ହଫିଜ୍ ଗତ ବର୍ଷ ମଇଁଷିର ସାକ୍ଷାତ୍କାର ନେବା ସହ ମାଙ୍କଡ଼ ଉପରେ ବସିଥିବା ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ନିକଟରେ ତାଙ୍କର ଆଉ ଏକ ମଜାଦାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଲୋକପ୍ରିୟତା ସାଉଁଟିବାରେ ଲାଗିଛି। ଏଥର ଭିଡିଓରେ ହଫିଜ ରାଜକୀୟ ବେଶ ପୋଷାକରେ ନଜର ଆସିଛନ୍ତି। ରାଜକୀୟ ପୋଷାକ ପିନ୍ଧି ସେ ନିଉଜ୍ ବୁଲେଟିନ୍ ପଢୁଥିବାର ଭିଡିଓରେ ଦେଖିବାକୁ ମିଳିିଛି।
ତାଙ୍କର ଏହି ଭିଡିଓଟିକୁ ଟ୍ବିଟ୍ରରେ ସେୟାର କରିଛନ୍ତି ଗୁଲାମ ଆବାସ ଶାହା। ସେ ଭିଡିଓଟିକୁ ସେୟାର୍ କରିବା ସହ କ୍ୟାପ୍ସନ ଦେଇଛନ୍ତି, ‘ଆକ୍ସନ ଅବତାରରେ ପାକିସ୍ତାନର ପ୍ରସିଦ୍ଧ ରିପୋର୍ଟର ଅମିନ୍ ହଫିଜ୍।’
କେହି କେହି ଅମିନ୍ ହଫିଜ୍ଙ୍କର ଏହି ବେଶ ଦେଖିବା ପରେ ପାକିସ୍ତାନର ମଜାଳିଆ ଭିଡିଓ କରୁଥିବା ଚାନ୍ଦ ନୱାବଙ୍କ ସହ ତୁଳନା କରିଥିବା ବେଳେ ଆଉ କେହି ହସି ହସି ବେଦମ୍ ହୋଇଛନ୍ତି। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି କି ଅମିନ୍ ହଫିଜ୍ ଏବେ ଚାନ୍ଦ ନୱାବଙ୍କୁ ପଛରେ ପକାଇଦେବେ। ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାର ଭିୟୁ ୧୯୪ ହଜାର ହୋଇ ସାରିଲାଣି।
Follow Us