ଗାଡ଼ି ଆଗରେ ଗାଈକୁ ବସାଇ ବାଇକ୍‌ ଚଲାଇ ଭାଇରାଲ୍‌ ହେଲେ ପାକିସ୍ତାନୀ ଯୁବକ

Advertisment
ଗାଡ଼ି ଆଗରେ ଗାଈକୁ ବସାଇ ବାଇକ୍‌ ଚଲାଇ ଭାଇରାଲ୍‌ ହେଲେ ପାକିସ୍ତାନୀ ଯୁବକ

Photo Credit: YouTube

ଇସ୍‌ଲାମବାଦ୍‌: ପାକିସ୍ତାନର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ତାଙ୍କ ମୋଟରସାଇକେଲ ଆଗରେ ଏକ ଗାଈକୁ ବସାଇ ମୋଟରସାଇକେଲ୍‌ ଚଳାଇବାରେ ଲାଗିଛନ୍ତି। ଗାଈଟି ମୋଟରସାଇକେଲ ଆଗରେ ଚୁପ୍‌ଚାପ ବସିଥିବାର ଭିଡିଓରେ ଦେଖିବାକୁ ମିଳିଛି।

ବ୍ୟକ୍ତି ଜଣକ ଟିକେ ବି ବିଚଳିତ ନ ହୋଇ ଆରାମର ସହ ମୋଟରସାଇକେଲ ଚଳାଇବାରେ ଲାଗିଛନ୍ତି। ଗାଈଟିକୁ ଏକ କପଡ଼ାରେ ଗୁଡ଼ାଇ ବ୍ୟକ୍ତି ଜଣକ ମଟରସାଇକେଲ୍‌ ଉପରେ ବସାଇ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି।

ବ୍ୟକ୍ତି ଜଣକ ଗାଈଟିକୁ ଆଗରେ ତେଲ ଟାଙ୍କି ଉପରେ ବସାଇ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ବ୍ୟକ୍ତିଙ୍କ ପଛରେ ବାଇକ୍‌ରେ ଯାଉଥିବା ଅନ୍ୟ ଜଣେ ସୁଟ୍‌ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋହ କରିବା ପରେ ଭିଡିଓଟି ଭାଇରାଲ୍‌ ହୋଇଛି।

୨୮ ସେକେଣ୍ଡ୍‌ର ଏହି ଭିଡିଓଟଇରେ ବାଇକ୍‌ ଚାଳକ ଜଣକ ହସୁଥିବାର ଦେଖିବାକୁ ମିଳିଛନ୍ତି। ଗାଈଟି ଯେଉଁ ଭଳି ଭାବେ ସ୍ଥିର ହୋଇ ଟାଙ୍କି ଉପରେ ବସିଛି ତାହା ସଭିଙ୍କୁ ଚକିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe