କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମା’ଙ୍କୁ ହସ୍‌ପିଟାଲର ଝରକା ଉପରେ ଚଢ଼ି ବିକଳ ହୋଇ ଦେଖୁଛି ପୁଅ

Advertisment
କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମା’ଙ୍କୁ ହସ୍‌ପିଟାଲର ଝରକା ଉପରେ ଚଢ଼ି ବିକଳ ହୋଇ ଦେଖୁଛି ପୁଅ

ରମଲ୍ଲା: ସମଗ୍ର ଦୁନିଆରେ କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଉଥିବା ଲୋକଙ୍କୁ କେହି କାନ୍ଧ ଦେଉ ନ ଥିବା ବେଳେ କେହି ଶେଷଥର ପାଇଁ ନିଜ ପିତା-ମାତା ଆତ୍ମୀୟଙ୍କୁ ଦେଖି ନପାରି ହସ୍‌ପିଟାଲ୍‌ ପରିସରରେ ଭୋ ଭୋ ହୋଇ କାନ୍ଦୁ ଥିବାର ଅନେକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। ପାଲେଷ୍ଟାଇନର ଏକ ହସ୍ପିଟାଲରୁ ଏହିଭଳି ଏକ ହୃଦୟଥରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ଶେଷ ସମୟରେ ନିଜ ମା’ଙ୍କୁ ଦେଖିବା ପାଇଁ ହସ୍‌ପିଟାଲ୍‌ ଝରକା ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଜିହାଦ ଅଲ-ସୁବେତି ନାମକ ଯୁବକଙ୍କ ୭୩ବର୍ଷୀୟ ମା’ ରଶ୍ମି ସୁବେତି କିଛିଦିନ ତଳେ କରୋନା ସଂକ୍ରମିତ ହୋଇ ହେବ୍ରୋନ୍‌ ଷ୍ଟେଟ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ସେ ହସ୍‌ପିଟାଲରେ ମରଣ ସହ ସଂଘର୍ଷ କରୁଥିଲେ। ପାଖକୁ ଯାଇ ପାରୁ ନଥିବା ପୁଅ ଜିହାଦ ମା’ଙ୍କ ଗୋଟିଏ ଝଲକ ପାଇବାକୁ ପ୍ରତିଦିନ ହସ୍ପିଟାଲର ଆଇସିୟୁ ଝରକା ଉପରେ ଚଢ଼ି ମା’ଙ୍କୁ ଦେଖୁଥିଲେ। ପୁଅ ମା’ଙ୍କୁ ବିକଳ ହୋଇ ଦେଖୁ ଥିବା ସମୟର ଏହି ଫଟୋକୁ ମହମ୍ମଦ ସାଫା ନାମକ ଜଣେ ହ୍ୟୁମାନ ରାଇଟ୍‌ସ ଆକ୍ଟିଭିଷ୍ଟ ସୋସିଆଲ ମିଡିଆରେ ପ୍ରଥମେ ସେୟାର କରିଥିଲେ, ଯାହା ପରେ ଏହା ଭାଇରାଲ ହୋଇଯାଇଛି।

ମା’ଙ୍କୁ ବିକଳ ହୋଇ ହସ୍‌ପିଟାଲ ଝରକା ଆରପାର୍ଶ୍ୱରେ ଚାହିଁ ରହିଥିବା ପୁଅଙ୍କ ଫଟୋକୁ ମହମ୍ମଦ ସାଫା ସେୟାର କରି ଟୁଇଟରେ ଲେଖିଛନ୍ତି, ପାଲେଷ୍ଟାଇନର ଏହି ଯୁବକ ପ୍ରତିଦିନ ହସ୍ପିଟାଲର ଉଚ୍ଚ କାନ୍ଥରେ ଚଢି ଝରକା ଉପରେ ବସି ନିଜ ମା’ଙ୍କୁ ଦେଖୁଥିଲେ । ତାଙ୍କ ମା ଆଇସିୟୁରେ ଭର୍ତ୍ତି ଥିଲେ ଏବଂ ତାଙ୍କର କରୋନା ଚିକିତ୍ସା ଚାଲିଥିଲା।

Final Goodbye! Palestinian Man Climbs Wall to See Mother Through ... India.com

ଦୁଃଖର ବିଷୟ ରଶ୍ମି ସୁବେତି କରୋନାରୁ ସୁସ୍ଥ ହୋଇପାରିଲେ ନାହିଁ। ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ମା’ଙ୍କ ମୃତ୍ୟୁ ଖବର ଶୁଣି ବାହାରେ ରହି ଦେଖୁଥିବା ପୁଅ ଜିହାଦ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe