ଭୁବନେଶ୍ବର : ରାଜ ଇଲେକ୍ଟ୍ରୋନିକ୍ସ ସୋ’ରୁମ୍ରେ ପାନାସୋନିକ୍ ପକ୍ଷରୁ ଓଏଲ୍ଇଡି ଟିଭି ଏଲ୍ଜେଡ୍ ୯୫୦ର ଦୁଇଟି ମଡେଲ୍କୁ ଉନ୍ମୋଚନ କରାଯାଇଛି। ଏହା ୫୫ ଇଞ୍ଚ୍ ଓ ୬୫ ଇଞ୍ଚ୍ ସ୍କ୍ରିନ୍ରେ ଉପଲବ୍ଧ ହୋଇଛି। ଟିଭିରେ ୪କେ ଷ୍ଟୁଡିଓ କଲର ଇଞ୍ଜିନ, ହେକ୍ସା କ୍ରୋମା ଡ୍ରାଇଭ୍, ଡଲ୍ବି ଭିଜନ ଆଟମ୍ସ, ହୋମ୍ ଥିଏଟର ବିଲ୍ଟ ଇନ୍, ଆଣ୍ଡ୍ରଏଡ୍ ଓଏସ୍, ଗୁଗୁଲ୍ ଆସିଷ୍ଟାଣ୍ଟ୍, ଆଲେକ୍ସା ସ୍ମାର୍ଟ ଭଳି ସୁବିଧା ରହିଛି। ଏହି ଅବସରରେ କଂପାନିର ବାଣିଜ୍ୟ ମୁଖ୍ୟ (ଓଡ଼ିଶା ଓ ଛତିଶଗଡ଼) ଦୁର୍ଗେଶ ଶୁକ୍ଳା, ସୋ’ରୁମ୍ ତତ୍ତ୍ବାବଧାୟକ ସନ୍ତୋଷ କୁମାର ବିଶ୍ବାଳ, ସିଦ୍ଧାର୍ଥ ଶଙ୍କର ବିଶ୍ବାଳ, ଗୌରବ ବିଶ୍ବାଳ, ଏସିଆ ମ୍ୟାନେଜର ହର୍ଷ ମିତ୍ତଲ ଓ ମାର୍କେଟିଂ ମ୍ୟାନେଜର ରାଏଜ୍ୟାଦା ଉପସ୍ଥିତ ଥିଲେ।
ପାନାସୋନିକ୍ର ନୂଆ ଓଏଲ୍ଇଡି ଟିଭି
Advertisment
Follow Us