ସାଇପ୍ରସ ଅନ୍ତର୍ଗତ ପୁରାତନ ପାଫୋସ୍ ନବପ୍ରସ୍ତର ଯୁଗରୁ ମଣିଷର ବାସସ୍ଥାନ ହୋଇରହିଛି। ଗ୍ରିକ୍ କି˚ବଦନ୍ତି ଅନୁଯାୟୀ ଏହା ପ୍ରେମ, ସୌନ୍ଦର୍ଯ୍ୟ ଓ ଉର୍ବରତାର ଦେବୀ ଆଫ୍ରୋଡାଇଟିଙ୍କ ଜନ୍ମସ୍ଥାନ। ଦେବୀ ନିକଟସ୍ଥ ସମୁଦ୍ରରୁ ଆବର୍ଭୂତ ହୋଇଥିଲେ। ଗ୍ରିକ୍ମାନଙ୍କର ଆଗମନର ବହୁ ପୂର୍ବରୁ ଏଠାରେ ଆଫ୍ରୋଡାଇଟି ପୂଜା ପାଉଥିଲେ। ମାଇସିନିଆନ୍ମାନେ ଖ୍ରୀଷ୍ଟ ପୂର୍ବ ଦ୍ୱାଦଶ ଶତାବ୍ଦୀରେ ଏଠାରେ ଦେବୀଙ୍କ ନିମନ୍ତେ ସୁବିଶାଳ ମନ୍ଦିର ତୋଳାଇଥିଲେ। ମନ୍ଦିର ଆଖ-ପାଖରେ ର˚ଗମଞ୍ଚ, ଦୁର୍ଗ, ପ୍ରାସାଦ ଆଦି ଗଢ଼ିଉଠିଥିଲା। ରୋମାନ୍ମାନଙ୍କର ଆଗମନ ପର୍ଯ୍ୟନ୍ତ ସେଗୁଡ଼ିକ ଅକ୍ଷୁଣ୍ଣ ଥିଲା। କାଳକ୍ରମେ ଧ୍ୱଂସ ପାଇଯାଇଥିଲା। ଏବେ କେବଳ ଧ୍ୱଂସାବଶେଷ ହିଁ ଦୃଷ୍ଟିରେ ପଡ଼େ। ହୋମର୍ଙ୍କ ‘ଇଲିଆଡ୍’ ଏବ˚ ‘ଓଡେସି’ରେ ପାଫୋସ୍ ତଥା ଆଫ୍ରୋଡାଇଟି ପୂଜନର ବର୍ଣ୍ଣନା ମିଳେ। ପୁରାତନ ପାଫୋସ୍ଠାରୁ କିଛି ଦୂରରେ ନୂଆ ପାଫୋସ୍ର ଧ୍ବ˚ସାବଶେଷ ଦେଖିବାକୁ ମିଳେ। ଟ୍ରୟ ଯୁଦ୍ଧ ସମୟରେ ଆର୍କାଡିଆନ୍ ମୁଖ୍ୟ ଆଗପେନର୍ ଏହି ନଗରୀ ବସାଇଥିଲେ। ୧୯୮୦ରେ ଉଭୟ ପାଫୋସ୍ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ।
ନବପ୍ରସ୍ତର ଯୁଗରୁ ମଣିଷର ବାସସ୍ଥାନ ହୋଇରହିଛି ସାଇପ୍ରସ ଅନ୍ତର୍ଗତ ପୁରାତନ ‘ପାଫୋସ୍’
Advertisment
Follow Us