ପରାଶର ସରୋବର

Advertisment

ମହାମୁନି ପରାଶର ଭାରତୀୟ ଦର୍ଶନର ଏକ ପ୍ରାତଃସ୍ମରଣୀୟ ଉଚ୍ଚାରଣ। ତାଙ୍କର ନାମ ହିଁ ତାଙ୍କ ମହନୀୟତାର ପ୍ରତୀକ। ପରାଶର ଶବ୍ଦର ଅର୍ଥ, ମୃତ୍ୟୁକୁ ଯେ ଅମୃତମୟ କରିଥିଲେ। ଏ ସଂପର୍କରେ ‘ମହାଭାରତ’ରେ ଏକ ସୁଦୀର୍ଘ ବର୍ଣ୍ଣନା ରହିଛି।

ମହାମୁନି ପରାଶର ଭାରତୀୟ ଦର୍ଶନର ଏକ ପ୍ରାତଃସ୍ମରଣୀୟ ଉଚ୍ଚାରଣ। ତାଙ୍କର ନାମ ହିଁ ତାଙ୍କ ମହନୀୟତାର ପ୍ରତୀକ। ପରାଶର ଶବ୍ଦର ଅର୍ଥ, ମୃତ୍ୟୁକୁ ଯେ ଅମୃତମୟ କରିଥିଲେ। ଏ ସଂପର୍କରେ ‘ମହାଭାରତ’ରେ ଏକ ସୁଦୀର୍ଘ ବର୍ଣ୍ଣନା ରହିଛି।

dgjgjjg

ମହାମୁନି ପରାଶର ଭାରତୀୟ ଦର୍ଶନର ଏକ ପ୍ରାତଃସ୍ମରଣୀୟ ଉଚ୍ଚାରଣ। ତାଙ୍କର ନାମ ହିଁ ତାଙ୍କ ମହନୀୟତାର ପ୍ରତୀକ। ପରାଶର ଶବ୍ଦର ଅର୍ଥ, ମୃତ୍ୟୁକୁ ଯେ ଅମୃତମୟ କରିଥିଲେ। ଏ ସଂପର୍କରେ ‘ମହାଭାରତ’ରେ ଏକ ସୁଦୀର୍ଘ ବର୍ଣ୍ଣନା ରହିଛି। ନିଜର ସହସ୍ରପୁତ୍ରଙ୍କ ମୃତ୍ୟୁରେ ବିଚଳିତ ହୋଇ ବ୍ରହ୍ମର୍ଷି ବଶିଷ୍ଠ ଆତ୍ମହତ୍ୟା କରିବାପାଇଁ ବାହାରିଲେ। ଚାରିଥର ବିଫଳ ହେଲା ପରେ ପଞ୍ଚମ ଚେଷ୍ଟା ପୂର୍ବରୁ ସେ ଏକ କୋମଳ କଣ୍ଠର ବେଦଧ୍ୱନି ଶୁଣି, ତାହାର ଅନୁସରଣ କରି ଯେଉଁଠି ପହଞ୍ଚିଲେ, ତାହା ଥିଲା ଯେପରି ବିସ୍ମୟକର ସେହିପରି ଆନନ୍ଦଦାୟକ। କାରଣ ସେହି ବେଦଧ୍ୱନି କରୁଥିଲା ତାଙ୍କ ପୁତ୍ର ଶକ୍ତିଙ୍କର ପତ୍ନୀ ଅଦୃଶ୍ୟନ୍ତିଙ୍କର ଗର୍ଭସ୍ଥ ସନ୍ତାନ। ବ୍ରହ୍ମର୍ଷି ନିଜ ଅଜନ୍ମାପୁତ୍ରର ଏହି ବିସ୍ମୟକର ଦିବ୍ୟଶକ୍ତି ସଂପର୍କରେ ଅବଗତ ହୋଇ ତାକୁ ଆଶ୍ରମକୁ ନେଇ ଆସିଲେ। ମୃତ୍ୟୁ ଚିନ୍ତାରୁ ତାଙ୍କୁ ମୁକ୍ତ କରି ଥିବାରୁ ସେ ପୌତ୍ରର ନାମକରଣ କଲେ ପରାଶର। 

ପରାଶର ବୟଃପ୍ରାପ୍ତ ହେଲା ପରେ ହେଲେ ବ୍ରହ୍ମଜ୍ଞାନୀ, ମନ୍ତ୍ରଦ୍ରଷ୍ଟା ଋଷି। ଜ୍ୟୋତିଷଶାସ୍ତ୍ରରେ ଥିଲା ତାଙ୍କର ଅସମ୍ଭବ ଦକ୍ଷତା। ତାଙ୍କ ସଂପର୍କରେ କୁହାଯାଏ, ଯେପରି ବେଦପ୍ରମାଣ ସ୍ୱତଃସିଦ୍ଧ, ତୀର୍ଥଜଳ ଓ ଅଗ୍ନି ସ୍ୱୟଂଶୁଦ୍ଧ, ତାଙ୍କୁ ଶୁଦ୍ଧ କରିବାର ଆବଶ୍ୟକତା ପଡ଼େ ନାହିଁ; ପରାଶରଙ୍କର ବଚନ ଓ ଜ୍ୟୋତିଷ ଶାସ୍ତ୍ର ସେହିପରି ସ୍ୱୟଂସିଦ୍ଧ; ଏହାକୁ ସିଦ୍ଧ କରିବାର ଆବଶ୍ୟକତା ପଡ଼େ ନାହିଁ। ଜ୍ୟୋତିଷଶାସ୍ତ୍ର ସହିତ ସେ ବୃକ୍ଷ ଆୟୁର୍ବେଦ ମଧ୍ୟ ରଚନା କରିଥିଲେ। ବହୁ ଅଦ୍ଭୁତ କର୍ମର ସେ ଥିଲେ ସ୍ରଷ୍ଟା; ଯେପରି ମତ୍ସ୍ୟଗନ୍ଧା ସତ୍ୟବତୀଙ୍କୁ ଯୋଜନଗନ୍ଧାରେ ପରିଣତ କରିବା ତଥା ସତ୍ୟବତୀଙ୍କ ଗର୍ଭରୁ କୃଷ୍ଣ ଦ୍ୱୈପାୟନ ବ୍ୟାସଙ୍କୁ ଜନ୍ମ ଦେବା ନିମିତ୍ତ ଯମୁନା ନଦୀ ଗର୍ଭରେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କରିବା ଇତ୍ୟାଦି। ମହାନ କୁରୁ-ପାଣ୍ଡବଙ୍କର ସେ ଥିଲେ ପ୍ରପିତାମହ। 

ଏହି ମହାନ ମୁନିଙ୍କର ସ୍ମୃତି ସଦୃଶ ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୨୭୩୦ ମିଟର ଉଚ୍ଚରେ ଏକ ମିଠା ପାଣିର ସରୋବର ରହିଛି। ତାହାର ନାମ ପରାଶର ସରୋବର। ମଣ୍ଡିଠାରୁ ପ୍ରାୟ ୪୯ କି.ମି. ଦୂରରେ ଏହା ଅବସ୍ଥିତ। କଥିତ ଅଛି, ଏହା ଥିଲା ମହର୍ଷି ପରାଶରଙ୍କର ତପୋଭୂମି। ସବୁଜ ଦୁର୍ବାଦଳ ଶୋଭିତ ଉପତ୍ୟକା, ସବୁଜ ବୃକ୍ଷଲତା ଓ ହିମ ଆଚ୍ଛାଦିତ ପର୍ବତଶ୍ରେଣୀ ମଧ୍ୟରେ ଏହି ସରୋବର ବିରାଜିତ। ଏହାର ବିଶେଷତ୍ୱ ହେଉଛି, ଏହା ମଧ୍ୟରେ ଏକ ଭାସମାନ ସବୁଜିମାଭରା ଦ୍ୱୀପ ରହିଛି, ଯାହା କେବେ ବି ପାଣିରେ ବୁଡ଼ିଯାଏ ନାହିଁ। କୁହାଯାଏ, ଏହା ମହାମୁନି ପରାଶରଙ୍କର ତପୋଭୂମି ହୋଇଥିବା ହେତୁ ଏହା ଦୈବୀଶକ୍ତି ସଂପନ୍ନ। ବିସ୍ମୟକର କଥା ହେଉଛି, ଦିବସର ପ୍ରହର ଅନୁଯାୟୀ ଏହି ଟାପୁଟି ନିଜର ଦିଗ ପରିବର୍ତ୍ତନ କରିଥାଏ। ୨୭୩୦ ମିଟର ଉଚ୍ଚରେ ରହି ମଧ୍ୟ ଏହାର ଜଳ ସ୍ଥିର ନୁହେଁ। ଏହି ଜଳ କୁଆଡ଼ୁ ଆସେ ଓ କୁଆଡ଼େ ଯାଏ କେହି ଜାଣନ୍ତି ନାହିଁ। ବୁଡ଼ାଳିମାନେ ମଧ୍ୟ ଏହି ସରୋବରର ଗଭୀରତା ମାପି ପାରି ନାହାନ୍ତି। କଥିତ ଅଛି, ଏହି ସରୋବରରେ ଦେବଦେବୀମାନେ ଆସି ସ୍ନାନ କରିଥାନ୍ତି। 

ଏହି ସରୋବରର ତଟଦେଶରେ ଏକ ତିନି ମହଲା ବିଶିଷ୍ଟ ଶିବାଳୟ ରହିଛି। ଏହି ମନ୍ଦିରଟି ହିମାଚଳ ପ୍ରଦେଶର କାଷ୍ଠକଳାର ଏକ ଅନୁପମ ଉଦାହରଣ। ମଣ୍ଡିର ଚତୁର୍ଦ୍ଦଶ ଶତାବ୍ଦୀର ରାଜା ବାଣସେନ ଏହାକୁ ନିର୍ମାଣ କରିଥିଲେ। କୁହାଯାଏ, ଯେଉଁ ସ୍ଥାନରେ ଏହି ମନ୍ଦିର ରହିଛି ସେଠାରେ ମହାମୁନି ପରାଶର ତପସ୍ୟା କରୁଥିଲେ। ମନ୍ଦିର ମଧ୍ୟରେ ବିଷ୍ଣୁ, ଶିବ ଓ ମହିଷମର୍ଦ୍ଦିନୀଙ୍କର ପ୍ରସ୍ତର ନିର୍ମିତ ପ୍ରତିମା ରହିଛି। ଆଷାଢ଼ ସଂକ୍ରାନ୍ତି ଓ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏଠାରେ ବିରାଟ ମେଳା ହୁଏ। ଏହାକୁ ଋଷି ପରାଶରଙ୍କର ଜନ୍ମୋତ୍ସବ ଭାବରେ ପାଳନ କରାଯାଏ। ଏଠାରେ ଋଷି ପରାଶର ସହସ୍ର ବର୍ଷ ତପସ୍ୟା କରିଥିଲେ। ଋଷି ନିଜ ଦଣ୍ଡ ଆଘାତରେ ବ୍ରହ୍ମକୁଣ୍ଡ, ଅମୃତକୁଣ୍ଡ, ହାତୀଆକୁଣ୍ଡ ନାମକ ତିନୋଟି କୁଣ୍ଡ ନିର୍ମାଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe