ସୂର୍ଯ୍ୟର ନିକଟତମ ଦୂରତାରେ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’

Advertisment

ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ସୂର୍ଯ୍ୟ ଅଭିମୁଖେ ପ୍ରେରିତ ମହାକାଶ ଯାନ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ଏକ ବିରଳ କୀର୍ତ୍ତି ସ୍ଥାପନ କରିଛି। ଏହା ସୂର୍ଯ୍ୟର ନିକଟତମ କକ୍ଷପଥରେ ପ୍ରଦକ୍ଷିଣ କରିବାର ସୌଭାଗ୍ୟ ଲାଭ କରିଛି।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ସୂର୍ଯ୍ୟ ଅଭିମୁଖେ ପ୍ରେରିତ ମହାକାଶ ଯାନ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ଏକ ବିରଳ କୀର୍ତ୍ତି ସ୍ଥାପନ କରିଛି। ଏହା ସୂର୍ଯ୍ୟର ନିକଟତମ କକ୍ଷପଥରେ ପ୍ରଦକ୍ଷିଣ କରିବାର ସୌଭାଗ୍ୟ ଲାଭ କରିଛି।

addadd

ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ସୂର୍ଯ୍ୟ ଅଭିମୁଖେ ପ୍ରେରିତ ମହାକାଶ ଯାନ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ଏକ ବିରଳ କୀର୍ତ୍ତି ସ୍ଥାପନ କରିଛି। ଏହା ସୂର୍ଯ୍ୟର ନିକଟତମ କକ୍ଷପଥରେ ପ୍ରଦକ୍ଷିଣ କରିବାର ସୌଭାଗ୍ୟ ଲାଭ କରିଛି। ଗତ ୨୪ ତାରିଖରେ ଏହା ସୂର୍ଯ୍ୟ ପୃଷ୍ଠରୁ ମାତ୍ର ୩୮ ଲକ୍ଷ ମାଇଲ୍‌ ଦୂରତାରେ ପହଞ୍ଚି ଘଣ୍ଟାକୁ ୪.୩ ଲକ୍ଷ ମାଇଲ୍‌ ବେଗରେ ପ୍ରଦକ୍ଷିଣ କରି ରେକର୍ଡ ସୃଷ୍ଟି କରିଛି। ମନୁଷ୍ୟ ଦ୍ବାରା ସୃଷ୍ଟ କୌଣସି ଯାନ ହାସଲ କରିଥିବା ଏହା ସର୍ବାଧିକ ବେଗ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ୨୦୧୮ ମସିହା ଅଗଷ୍ଟ ୧୨ ତାରିଖରେ ମହାକାଶକୁ ଛଡ଼ାଯାଇଥିବା ଏହି ମହାକାଶଯାନ ଇତି ମଧ୍ୟରେ ସକ୍ରିୟ ତଥା ସକ୍ଷମ ରହି ଅନ୍ତରୀକ୍ଷରେ ୬ ବର୍ଷରୁ ଅଧିକ କାଳ ବିତାଇସାରିଲାଣି।

‘ନାସା’ ଦ୍ବାରା ପ୍ରେରିତ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ଘଣ୍ଟାକୁ ୪.୩ ଲକ୍ଷ ମାଇଲ୍‌ ବେଗରେ ଗତି କରି ମାନବ ନିର୍ମିତ ସବୁଠାରୁ ବେଗବାନ୍‌ ବସ୍ତୁର ରେକର୍ଡ ହାସଲ କରିଛି। ଆସନ୍ତା ମାର୍ଚ୍ଚ ୨୨ ଓ ଜୁନ୍‌ ୧୯ରେ ଏହି ଯାନ ସୂର୍ଯ୍ୟର ଆହୁରି ନିକଟତର ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। 

ଏହି ଅବସରରେ ଏହା ସୂର୍ଯ୍ୟର ଦ୍ବିତୀୟ ନିକଟତମ ଗ୍ରହ ଶୁକ୍ର ବାଟ ଦେଇ ତାହାକୁ ନିକଟରୁ ୭ ଥର ଅତିକ୍ରମ କରିସାରିଛି। ଗତ ନଭେମ୍ବର ୬ ତାରିଖରେ ଏହା ଶେଷ ଥର ପାଇଁ ଶୁକ୍ରକୁ ଅତିକ୍ରମ କରିଥିଲା। ତେବେ ଶୁକ୍ରକୁ ଏପରି ବାରମ୍ବାର ଅତିକ୍ରମ କରିବାର କୌଶଳ ଦ୍ବାରା ଉକ୍ତ ମହାକାଶ ଯାନଟି ସୂର୍ଯ୍ୟର ଭୀଷଣ ତାପର ସମ୍ମୁଖୀନ ହୋଇ ନିଜର ସ୍ଥିତିସ୍ଥାପକତା ବଜାୟ ରଖିବା ସହ ସୂର୍ଯ୍ୟର ଅତି ନିକଟତର ହୋଇ ସୁଦ୍ଧା ଏହାର ବୈଜ୍ଞାନିକ ସରଞ୍ଜାମଗୁଡ଼ିକ ସୁରକ୍ଷିତ ରହିଛି। ତେବେ ଏହି ଉପଲବ୍‌ଧି ହାସଲ ପାଇଁ ଦଶନ୍ଧି ଦଶନ୍ଧିର ପ୍ରଯୁକ୍ତିବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇଛି ବୋଲି ‘ନାସା’ ପକ୍ଷରୁ କୁହାଯାଇଛି। 

ମହାକାଶଯାନକୁ ଢଙ୍କାଯାଇଥିବା ଅଙ୍ଗାର ଫୋମ୍‌ ଚାଦରଟି ୧,୮୦୦ ଡିଗ୍ରି ଫାରେନ୍‌ହାଇଟ୍‌ ତାପମାତ୍ରା ସହିବାକୁ ସକ୍ଷମ। ସୌରମଣ୍ଡଳ ଓ ତାହା ବାହାରେ ସୂର୍ଯ୍ୟର ପ୍ରଭାବକୁ ବୁଝିବା ଲାଗି ପ୍ରେରିତ ଏହି ମହାକାଶଯାନ ଦ୍ବାରା ସଂଗୃହୀତ ତଥ୍ୟ ସୂର୍ଯ୍ୟ ନିକଟରେ ସୌରଝଡ଼ର ତ୍ବରଣ ଓ ଚାର୍ଜଡ୍ ପାର୍ଟିକ୍‌ଲ କାର୍ଯ୍ୟକଳାପର ଉନ୍ମୋଚନ କରିବ ବୋଲି ‘ନାସା’ର ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ଆସନ୍ତା ମାର୍ଚ୍ଚ ୨୨ ଓ ଜୁନ୍‌ ୧୯ ତାରିଖରେ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ତାହାର ପରବର୍ତ୍ତୀ ପ୍ରୟାସରେ ସୂର୍ଯ୍ୟର ଆହୁରି ନିକଟତର କକ୍ଷପଥରେ ନିଜକୁ ଅବସ୍ଥାପିତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe