ଡାକ୍ତରାଣୀ ବିବାହ ପରେ ହେଲେ ଜଜ; ପରିବାରରେ ଖେଳି ଯାଇଛି ଖୁସିର ଲହରି

Advertisment

ଚୁରୁର ପରମା ଚୌଧୁରୀ ପ୍ରଥମ ପ୍ରୟାସରେ ଆରଜେଏସ୍ ପରୀକ୍ଷାରେ ୧୮୭ ନମ୍ବର ରଖି ବିଚାରପତି ଭାବେ ଉତ୍ତୀର୍ଣ୍ଣ ହେବା ସହିତ ସେ ରାଜସ୍ଥାନରେ ଏହି ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 

Updated On

ଚୁରୁର ପରମା ଚୌଧୁରୀ ପ୍ରଥମ ପ୍ରୟାସରେ ଆରଜେଏସ୍ ପରୀକ୍ଷାରେ ୧୮୭ ନମ୍ବର ରଖି ବିଚାରପତି ଭାବେ ଉତ୍ତୀର୍ଣ୍ଣ ହେବା ସହିତ ସେ ରାଜସ୍ଥାନରେ ଏହି ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 

ଅଦ୍ୟତନ ହୋଇଛି
ଂୗଯଂହ

ନୂଆଦିଲ୍ଲୀ: ରାଜସ୍ଥାନ ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷା (ଆରଜେଏସ୍)ର ଫଳାଫଳ ଘୋଷଣା ହୋଇଛି। ଚଳିତଥର ଆରଜେଏସ ପରୀକ୍ଷାରେ ୯୦ ପ୍ରତିଶତ ବାଳିକା ସଫଳ ହୋଇଛନ୍ତି। 

ଏହି କ୍ରମ‌ରେ ଚୁରୁର ପରମା ଚୌଧୁରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।  ବିଶେଷ କଥା ହେଉଛି ପରମା କେବଳ ପ୍ରଥମ ପ୍ରୟାସରେ ଆରଜେଏସ୍ ପରୀକ୍ଷାରେ ୧୮୭ ନମ୍ବର ରଖି କରି ବିଚାରପତି ଭାବେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି ସେ ରାଜସ୍ଥାନରେ ଏହି ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 

ପରମା ତାଙ୍କ ସଫଳତାର ଶ୍ରେୟ ପରିବାର ଓ ତାଙ୍କ ପରିଶ୍ରମକୁ ଦେଇଛନ୍ତି। ୨୦୧୦ରେ ବିଡିଏସ୍ କରିବା ପରେ ଡାକ୍ତରାଣୀ ହୋଇଥିବା ପରମା ଚୌଧୁରୀ ୨୦୧୨ରେ ଚୁରୁର ସୁମିତ ଲାମ୍ବାଙ୍କୁ ବିବାହ କରିଥିଲେ। ବିବାହ ପରେ ପରମା ଦୁଇ ସନ୍ତାନର ଜନନୀ ହୋଇଛନ୍ତି। 

ପରମା ନିଜର ସଫଳତାକୁ ନେଇ କହିଛନ୍ତି, ‘ଏହି ସଫଳତା ମୋର ପରିବାରର ସମର୍ଥନ ବିନା ସମ୍ଭବ ନଥିଲା।  ମୁଁ ମୋର ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରିଛି । ଶାଶୁ ବି ମୋତେ ଏକ୍ଷେତ୍ରରେ ଖୁବ ସାହାଯ୍ୟ କରିଛନ୍ତି। । ବିବାହ ପୂର୍ବରୁ ମୁଁ ବିଚାରପତି ହେବାର ସ୍ୱପ୍ନ ଦେଖିଥିଲି। ବିବାହ ପରେ ସ୍ବାମୀଙ୍କ ସହ ମିଶି ଆରଜେଏସ୍ ପରୀକ୍ଷା ପାଇଁ ଅଭ୍ୟାସ ଆରମ୍ଭ କରି ‌ଦେଇଥିଲି।
ମୋର ଶ୍ବଶୁର ସୁରେନ୍ଦ୍ର ସିଂହ ଲାମ୍ବା ବି ହେଉଛନ୍ତି ଜଣେ ଓକିଲ।  ୨୦୨୦ରେ ମୁଁ ଚୁରୁର ଲ କଲେଜରେ ନାଇ ଲେଖାଇଥିଲି। କୌଣସି କୋଚିଂ ବିନା ମୁଁ କଲେଜ ଟପ୍ପର ହୋଇପାରିଥିଲି।’

ଅଧିକପଢ଼ନ୍ତୁ:https://sambad.in/entertainment/suspicious-man-rushed-to-sonu-nigam-on-stage-during-live-show-singers-bouncers-beat-him-badly-gets-trolled-7368311

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe