ପାସ୍‌ପୋର୍ଟ୍‌ ପାଇଁ ବାହାରିଲା ମୋବାଇଲ ଆପ୍‌ mPassportSeva, ବର୍ତ୍ତମାନ ମୋବାଇଲ୍‌ ଆପ୍‌ରେ ଅପ୍ଲାଏ କରିପାରିବେ ନୂଆ ପାସ୍‌ପୋର୍ଟ୍‌

ପାସ୍‌ପୋର୍ଟ୍‌ ପାଇଁ ବାହାରିଲା ମୋବାଇଲ ଆପ୍‌ mPassportSeva, ବର୍ତ୍ତମାନ ମୋବାଇଲ୍‌ ଆପ୍‌ରେ ଅପ୍ଲାଏ କରିପାରିବେ ନୂଆ ପାସ୍‌ପୋର୍ଟ୍‌

ସରକାର ବର୍ତ୍ତମାନ ‘mPassportSeva’ ମୋବାଇଲ୍‌ ଆପ୍‌ରେ ନୂଆ ଫିଚର୍ସ୍‌ ସାମିଲ କରିଛନ୍ତି ଯାହା ଦ୍ୱାରା ଆପଣ ମୋବାଇଲ୍‌ ଆପ୍‌ ମାଧ୍ୟମରେ ନୂଆ ପାସ୍‌ପୋର୍ଟ୍‌ ପାଇଁ ଆବେଦନ କରିପାରିବେ। ଏହି ଆପ୍‌ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଉଭୟ ପାଇଁ ତିଆରି କରାଯାଇଛି। ଏହି ଆପ୍‌ ‘କନ୍‌ସୁଲାର୍‌, ପାସ୍‌ପୋର୍ଟ୍‌ ଓ ଭିସା (ସିପିଭି) ଡିଭିଜନ୍‌’ ତିଆରି କରିଛି। ଅନ୍‌ଲାଇନ୍‌ େଓ୍ଵବ୍‌ସାଇଟ୍‌ରେ ପାସ୍‌ପୋର୍ଟ୍‌ ଆବେଦନ ପାଇଁ ଯାହା ରହିଛି ଏଠି ମଧ୍ୟ ତାହା ରହିବା ସହ କିଛି ସହଜ ଓ ନୂଆ ଫିଚର୍ସ୍‌ ସାମିଲ କରାଯାଇଛି।

publive-image

publive-image

ଆପ୍‌ ଷ୍ଟୋର୍‌ରୁ ପ୍ରଥମେ ଡାଉନ୍‌ଲୋଡ୍‌ କରନ୍ତୁ mPassportSeva ମୋବାଇଲ୍‌ ଆପ୍‌

publive-image

ଆପ୍‌ ଖୋଲି ନିଉ ୟୁଜର୍‌ ରେଜିଷ୍ଟ୍ରେସନ୍‌ ଖୋଲନ୍ତୁ

publive-image

ପାସ୍‌ପୋଟ୍‌ର୍ ଅଫିସ୍‌ ସିଲେକ୍ଟ୍‌ କରନ୍ତୁ

publive-image

ନିଜର ତଥ୍ୟ ଦିଅନ୍ତୁ (ଯେମିତି କି; ନାମ, ଜନ୍ମ ତାରିଖ, ଇ-ମେଲ୍‌ ଆଇଡି ଇତ୍ୟାଦି)

publive-image

ଏକ ଲଗ୍‌ଇନ୍‌ ଆଇଡି ଖୋଲନ୍ତୁ: ଏକ ନୂଆ ନାମରେ ଲଗ୍‌ଇନ୍‌ ଆଇଡି ଖୋଲି ପାସ୍‌ଓ୍ଵାର୍ଡ୍‌ ଦିଅନ୍ତୁ। କିମ୍ବା ନିଜର ଇ-ମେଲ୍‌ ଆଇଡିକୁ ମଧ୍ୟ ଏହି ଆପ୍‌ରେ ଲଗ୍‌ଇନ୍‌ ଆଇଡି ଭାବେ ବ୍ୟବହାର କରିପାରିବେ।

publive-image

ସିକ୍ୟୁରିଟି ପ୍ରଶ୍ନ ଓ ଉତ୍ତର ଚୟନ କରନ୍ତୁ: ଯଦି ଆପଣ ଦେଇଥିବା ପାସ୍‌ଓ୍ଵାର୍ଡ୍‌ ଭୁଲି ଯାଉଛନ୍ତି ତା’ହେଲେ ଏହି ସିକ୍ୟୁରିଟି ପ୍ରଶ୍ନ ମାଧ୍ୟମରେ ପୁଣି ରିସେଟ୍‌ କରି ପାରିବେ।

publive-image

କାପ୍‌ଚା ଦିଅନ୍ତୁ: କନ୍‌ଫର୍‌ମେସନ୍‌ ପରେ ଏକ ଛୋଟ ଚିତ୍ରରେ ଦିଆଯାଇଥିବା ଲେଖା (କାପ୍‌ଚା କୋଡ୍‌)କୁ ଲେଖି ସବ୍‌ମିଟ୍‌ ବଟନ୍‌ରେ କ୍ଲିକ୍‌ କରନ୍ତୁ।

publive-image

ଇମେଲ୍‌ ଚେକ୍‌ କରନ୍ତୁ: Passport.adminରୁ ଆସିଥିବା ଇମେଲ୍‌କୁ ଖୋଲନ୍ତୁ ଓ ସେଥିରେ ଭେରିଫିକେସନ୍‌ ପାଇଁ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରି ଭେରିଫାଏ କରନ୍ତୁ।

publive-image

ପାସ୍‌ପୋଟ୍‌ର୍ ସେବା େଓ୍ଵବ୍‌ସାଇଟ୍‌ରେ ଲିଙ୍କ୍‌ ଭେରିଫାଏ କରନ୍ତୁ: ଲିଙ୍କ୍‌କୁ କ୍ଲିକ୍‌ କଲା ପରେ ଏକ େଓ୍ଵବ୍‌ସାଇଟ୍‌ ଖୋଲିବ ଯେଉଁଠି ଆପଣଙ୍କୁ କନ୍‌ଫର୍‌ମେସନ୍‌ କରିବା ପାଇଁ ଲଗିନ୍‌ ଆଇଡି ଦେବାକୁ କୁହାଯିବ।

publive-image

ଆପ୍‌ ବନ୍ଦ କରି ପୁଣି ଖୋଲନ୍ତୁ: Existing Userରେ କ୍ଲିକ୍‌ କରି ଲଗ୍‌ଇନ୍‌ ଆଇଡି ଓ ପାସ୍‌ଓ୍ଵାଡ୍‌ର୍ ଦେଇ କାପ୍‌ଚା କୋଡ୍‌ ଦିଅନ୍ତୁ। ଏହାପରେ ଆପଣଙ୍କୁ ଦେଖାଯିବ ନୂଆ ସ୍କ୍ରିନ୍‌ ଯେଉଁଠି ନୂଆ/ଫ୍ରେସ୍‌ ପାସ୍‌ପୋର୍ଟ୍‌ ଆବେଦନ ସହ ଅନ୍ୟ ଅପ୍‌ସନ୍‌ ଥିବ।

publive-image

ଫର୍ମ ଆଣି ଫିଲ୍‌ଅପ୍‌ କରନ୍ତୁ: ଅପ୍ଲାଏ ଫ୍ରେସ୍‌ ପାସ୍‌ପୋର୍ଟ୍‌ରେ କ୍ଲିକ୍‌ କରନ୍ତୁ, ଏହାକୁ ଫଲୋ କରି ଫମ୍‌ର୍ ଫିଲ୍‌ଅପ୍‌ କରନ୍ତୁ।

publive-image

ପଇସା ପଇଠ କରନ୍ତୁ: ଯେତେବେଳେ ଆପଣ ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରୁଛନ୍ତି, ପଇସା ମଧ୍ୟ ଡିଜିଟାଲି ଅନ୍‌ଲାଇନ୍‌ କରିପାରିବେ।

publive-image

ଡକ୍ୟୁମେଣ୍ଟ୍‌ ଭେରିଫିକେସନ୍‌ ପାଇଁ ସମୟ ନିର୍ଦ୍ଧାରିତ କରନ୍ତୁ: ଫମ୍‌ର୍ ଫିଲ୍‌ଅପ୍‌ କରି ସାରିଲା ପରେ ଆପଣ ଡକ୍ୟୁମେଣ୍ଟ୍‌ ଭେରିଫିକେସନ୍‌ ପାଇଁ ଆପଣଙ୍କ ସହରର ପାସ୍‌ପୋଟ୍‌ର୍ ଅଫିସ୍‌ରେ ଏପଏଣ୍ଟ୍‌ମେଣ୍ଟ୍‌ ଫିକ୍ସ୍‍ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe