ଭାରତରେ ବର୍ତ୍ତମାନ ବହୁତ ଗୁଡ଼ାଏ ପେମେଣ୍ଟ୍ ଆପ୍ ରହିଛି। ଅଧିକ ସଫଳ ପାଇବାକୁ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସବୁଠୁ ଜନପ୍ରିୟ ‘ହ୍ଵାଟ୍ସ୍ଆପ୍’ ମଧ୍ୟ ଏଥିରେ ସାମିଲ ହୋଇଛି। ହ୍ଵାଟ୍ସ୍ଆପ୍ ହେଉଛି ଫେସ୍ବୁକ୍ କମ୍ପାନିର, ଫେସ୍ବୁକ୍ ଆପ୍ର ୨୦ କୋଟି ବ୍ୟବହାରକାରୀ ଭାରତରେ ଅଛନ୍ତି। ହ୍ଵାଟ୍ସ୍ଆପ୍ ବର୍ତ୍ତମାନ ପେମେଣ୍ଟ୍ ସେବା ଆରମ୍ଭ କରିଛି। ଏହି ସୁବିଧା ୟୁପିଆଇ ଦ୍ୱାରା ପ୍ରସାରିତ ହେଉଛି। ବର୍ତ୍ତମାନ ଦେଶରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୧ କୋଟି।
ହ୍ଵାଟ୍ସ୍ଆପ୍ ପେମେଣ୍ଟ୍ସ ସହ ଅନ୍ୟ ଦୁଇ ଲୋକପ୍ରିୟ ଆପ୍ସ୍ ପେଟିଏମ୍ ଓ ଗୁଗଲ୍ ତେଜ୍ ମଧ୍ୟରେ କ’ଣ ରହିଛି ତଫାତ୍। ବ୍ୟବହାରକାରୀ ଏଥିରୁ କି ସୁବିଧା ପାଇବେ ଓ କି ସୁବିଧା ପାଇବେନି, ଜାଣନ୍ତୁ….
/sambad/media/post_attachments/wp-content/uploads/2018/02/Payment-Apps_WhatsApp-vs-Tez-Paytm_Infographics_2.jpg)
ୟୁପିଆଇ ଜରିଆରେ ନେଣଦେଣର ସୀମା: ୧ ଲକ୍ଷ ଟଙ୍କା ସୀମା ଉଭୟ ପେଟିଏମ୍ ଓ ଗୁଗଲ୍ ତେଜ୍ ପାଇଁ
ହ୍ଵାଟ୍ସ୍ଆପ୍: ବ୍ୟାଙ୍କ୍ ଯେତିକି ଅନୁମତି ଦେଇଛି। ପେଟିଏମ୍: ୧ ଲକ୍ଷ ଟଙ୍କା। ଗୁଗଲ୍ ତେଜ୍: ୧ ଲକ୍ଷ ଟଙ୍କା।
କ୍ୟାସ୍ବ୍ୟାକ୍ ଅଫର୍: ଉଭୟ ପେଟିଏମ୍ ଓ ଗୁଗଲ୍ ତେଜ୍ କ୍ୟାସ୍ବ୍ୟାକ୍ ଅଫର୍ ଦେଉଥିବା ବେଳେ ହ୍ଵାଟ୍ସଆପ୍ ବର୍ତ୍ତମାନ ଯାଏ କିଛି ଦେଇନାହିଁ।
ହ୍ଵାଟ୍ସ୍ଆପ୍: ଅଫର୍ ନାହିଁ, ପେଟିଏମ୍: ଅଫର୍ ଅଛି, ଗୁଗଲ୍ ତେଜ୍: ଅଫର୍ ଅଛି।
ରେଳ ଟିକିଟ ବୁକିଂ: ଏପର୍ଯ୍ୟନ୍ତ କେବଳ ପେଟିଏମ୍ରେ ଏହି ସୁବିଧା ରହିଛି
ହ୍ଵାଟ୍ସ୍ଆପ୍: ନାହିଁ, ପେଟିଏମ୍: ଅଛି, ଗୁଗଲ୍ ତେଜ୍: ନାହିଁ।
/sambad/media/post_attachments/wp-content/uploads/2018/02/Payment-Apps_WhatsApp-vs-Tez-Paytm_Infographics_3.jpg)
ବିମାନ ଟିକିଟ ବୁକିଂ: ଉଭୟ ପେଟିଏମ୍ ଓ ଗୁଗଲ୍ ତେଜ୍ରେ ଅଛି ସୁବିଧା
ହ୍ଵାଟ୍ସ୍ଆପ୍: ନାହିଁ, ପେଟିଏମ୍: ଅଛି, ଗୁଗଲ୍ ତେଜ୍: ଅଛି।
ଗିଫ୍ଟ୍ କାର୍ଡସ୍: ଏହି ଫିଚର୍ କେବଳ ପେଟିଏମ୍ରେ ରହିଛି
ହ୍ଵାଟ୍ସ୍ଆପ୍: ନାହିଁ, ପେଟିଏମ୍: ଅଛି, ଗୁଗଲ୍ ତେଜ୍: ନାହିଁ।
ଅଡିଓ କମାଣ୍ଡ୍ସ୍: କେବଳ ଗୁଗଲ୍ ତେଜ୍ ଭଏସ୍ କମାଣ୍ଡ୍ସ ସପୋର୍ଟ୍ କରେ
ହ୍ଵାଟ୍ସ୍ଆପ୍: ନାହିଁ, ପେଟିଏମ୍: ନାହିଁ, ଗୁଗଲ୍ ତେଜ୍: ଅଛି (ଏହା ଗୁଗଲ୍ ଆସିଷ୍ଟାଣ୍ଟ୍ ମାଧ୍ୟମରୁ ରହିଛି)। ଏହି ଫିଚର୍ସ୍ ଦ୍ୱାରା ବ୍ୟବହାରକାରୀ ନିଜ ଉଏସ୍ କମାଣ୍ଡ୍ ଜରିଆରେ ଆଉ କାହାକୁ ପଇସା ପଠେଇ ପାରିବେ।
/sambad/media/post_attachments/wp-content/uploads/2018/02/Payment-Apps_WhatsApp-vs-Tez-Paytm_Infographics_4.jpg)