ନୂଆଦିଲ୍ଲୀ: ଆମର ଜାତୀୟପକ୍ଷୀ ହେଉଛି ମୟୂର। ଲୋକେ ମୟୂରକୁ ଦେଖିବା ପାଇଁ ଯେତିକି ପସନ୍ଦ କରନ୍ତି ତାର ଫଙ୍ଖ ମେଲାଇବା ଦୃଶ୍ୟକୁ ଦେଖିବା ପାଇଁ ସେତିକି ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି।
This is beautiful.. wait for it..🦚😍 pic.twitter.com/quOyVF7WjU
— 𝕐o̴g̴ (@Yoda4ever) December 8, 2025
ଅଧିକପଢ଼ନ୍ତୁ:ମୁଁ ‘ବିଜେଡି’ରେ ଅଛି, ଆମ ନେତା ନବୀନ ପଟ୍ଟନାୟକ: ପ୍ରଫୁଲ୍ଲ ସାମଲ
ଯୁବତୀଙ୍କ ହାତରୁ ଶସ୍ୟ ଖାଇବା ପରେ ଖୁସିରେ ପଙ୍ଖ ମେଲାଇଲା ମୟୂର
ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ପାର୍କରେ ବୁଲୁଥିବା ସମୟରେ ହଠାତ ଏକ ମୟୂରକୁ ଦେଖିଥିଲେ। ଆଖି ସାମ୍ନାରେ ସିଧାସଳଖ ମୟୂରକୁ ପାଇ ଯୁବତୀ ଜଣକ ଖୁବ ଉତ୍ସାହିତ ହୋଇ ଶସ୍ୟ ଖାଇବାକୁ ଦେଇଥିଲେ। ପ୍ରଥମେ ଭୟରେ ମୟୂର ଯୁବତୀଙ୍କ ହାତରୁ ଖାଦ୍ୟ ଖାଇବାକୁ ସଂକୋଚ କରିଥିଲା। କିଛିସମୟ ପରେ ଯୁବତୀଙ୍କ ସ୍ନେହ ଦେଖି ମୟୂର ବିଶ୍ବା।ସର ସହ ଆଗକୁ ବଢ଼ି ଶସ୍ୟ ଖାଇଥିଲା। ଶସ୍ୟ ଖାଇବା ପରେ ମୟୂର ଖୁବ ଆନନ୍ଦିତ ହୋଇ କିଛିପାଦ ପଛକୁ ଘୁଞ୍ଚିଯାଇ ପଙ୍ଖ ମେଲାଇ ଝୁମି ଯାଇଥିଲା। ଏ ଦୃଶ୍ୟ ଦେଖି ଯେମିତି ଲାଗୁଥିଲା ମୟୂର ଶସ୍ୟ ଖାଇବା ପରେ ଯୁବତୀଙ୍କୁ ଜଣାଇଥିଲା କୃତଜ୍ଞତା ।
ମୟୂରର ଏଭଳି ସୁନ୍ଦର ରୂପକୁ ଦେଖି ଯୁବତୀଜଣକ ଆଶ୍ଚର୍ଯ୍ୟ ହୋଇ ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/10/download-2-2025-12-10-18-47-42.jpg)