ଲଗାଣ ବର୍ଷାକୁ ଖାତିର ନ କରି ଆଣ୍ଠୁଏ ପାଣିରେ ଠିଆ ହୋଇ ଡ୍ୟୁଟି କଲେ ଟ୍ରାଫିକ୍‌ ପୁଲିସ, ଭିଡିିଓ ଭାଇରାଲ ପରେ ଛୁଟିଲା ପ୍ରଶଂସାର ସୁଅ

Advertisment
ଲଗାଣ ବର୍ଷାକୁ ଖାତିର ନ କରି ଆଣ୍ଠୁଏ ପାଣିରେ ଠିଆ ହୋଇ ଡ୍ୟୁଟି କଲେ ଟ୍ରାଫିକ୍‌ ପୁଲିସ, ଭିଡିିଓ ଭାଇରାଲ ପରେ ଛୁଟିଲା ପ୍ରଶଂସାର ସୁଅ

oneindia.com

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଜଣେ ଟ୍ରାଫିକ୍‌ ପୁଲିସଙ୍କ କାର୍ଯ୍ୟଶୈଳୀର ଭିଡ଼ିଓ ସମସ୍ତଙ୍କୁ ଖୁସି କରାଇଛି । ଉତ୍ତରପ୍ରଦେଶର ମୁଜାଫରନଗରରେ ଲଗାଣ ବର୍ଷା ହେତୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ରାସ୍ତାରେ ଉପରେ ଆଣ୍ଠୁଏ ପାଣି ଜମି ଯାଇଥିବାରୁ ଲୋକମାନଙ୍କୁ ବାଟ ଜାଣିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଦେଖି ନିଜ ଡ଼୍ୟୁଟି କରିବା ଆରମ୍ଭ କରିଥିଲେ ଟ୍ରାଫିକ ପୁଲିସ। ଲଗାଣ ବର୍ଷାରେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ସେ ଲୋକଙ୍କୁ ବାଟ ଦେଖାଇଥିଲେ ।

publive-image oneindia.com

ଯାହାଦ୍ୱାରା ଲୋକମାନେ ପାଣିରେ ବୁଡ଼ିଥିବା ରାସ୍ତାରେ ବି ସହଜରେ ଯାତାୟତ କରି ପାରିଥିଲେ । ଏହି ସମୟରେ ଭିଡିଓ ଉତ୍ତରପ୍ରଦେଶ ପୁଲିସ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିବା ପରେ କିଛି ମିନିଟ୍‌ ମଧ୍ୟରେ ଏହା ଭାଇରାଲ ହେବା ଆରମ୍ଭ ହୋଇଥିଲା । ଚାରିଆଡୁ ଲୋକମାନେ ଭିଡ଼ିଓ ଦେଖି ଟ୍ରାଫିକ୍‌ ପୁଲିସଙ୍କ ସାହସ ଏବଂ ଲୋକମାନଙ୍କୁ ସାହାଯ୍ୟ କରିବାର ଇଚ୍ଛା ଶକ୍ତିକୁ ସଲାମ କରିଛନ୍ତି । ଟ୍ରାଫିକ୍‌ ପୁଲିସଙ୍କ ନାମ କୁଲ୍‌ଦୀପ୍‌ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe