ଅଭିନେତାଙ୍କ କାମକୁ ନେଇ ପ୍ରଶଂସା: ମହିଳା ୱେଟରଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ୧.୪ ଲକ୍ଷ ଟଙ୍କା ଟିପ୍ ଦେଲେ

Advertisment
ଅଭିନେତାଙ୍କ କାମକୁ ନେଇ ପ୍ରଶଂସା: ମହିଳା ୱେଟରଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ୧.୪ ଲକ୍ଷ ଟଙ୍କା ଟିପ୍ ଦେଲେ

indiatimes.com

ନୂଆଦିଲ୍ଲୀ: ଏକ ରେସ୍ତୋରାଁରେ କାମ କରୁଥିବା ମହିଳା ୱେଟରଙ୍କୁ ଜଣେ କଣ୍ଠଶିଳ୍ପୀ-ଅଭିନେତା ଟିପ୍ ଆକାରରେ ଦେଇଥିବା ଟଙ୍କାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କଣ୍ଠଶିଳ୍ପୀ-ଅଭିନେତାଙ୍କ ନାଁ ଡୋନି ୱାହଲବର୍ଗ ବୋଲି ଜଣା ପଡ଼ିଥିବା ବେଳେ ସେ ଜଣେ ୱେଟରଙ୍କୁ ୧.୪ଲକ୍ଷ ଟଙ୍କା ଟିପ୍ ଆକାରରେ ଦେଇଥିବା ଜଣା ପଡ଼ିଛି। ନବବର୍ଷରେ ଡୋନି ରେସ୍ତୋରାଁଙ୍କୁ ଖାଇବାକୁ ଯାଇଥିବା ବେଳେ ବିଲରେ ମହିଳା ୱେଟରଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ୧.୪ଲକ୍ଷ ଟିପ୍ ଆକାରରେ ଦେଇଥିଲେ। ବିଲର ଫଟୋ ଡୋନିଙ୍କ ପତ୍ନୀ ଜେନି ଟୁଇଟରରେ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି।

ଜେନିଙ୍କ ଟୁଇଟ୍ ପ‌ରେ ଡୋନିଙ୍କ କାମକୁ ଲୋକେ ଟୁଇଟରରେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ସୂଚନା ମୁତାବକ, ଡୋନି ଇଲିନୋଇସ୍ ରେସ୍ତୋରାଁକୁ ନବବର୍ଷରେ ନିଜ ପତ୍ନୀ ଜେନିଙ୍କୁ ଧରି ଖାଇବାକୁ ପହଞ୍ଚିଥିଲେ। ପରେ ସେଠାକାର ଖାଇବା ଓ ମହିଳା ୱେଟରଙ୍କ ବ୍ୟବହାରରେ ଖୁସି ହୋଇଥିଲେ ଡୋନି। ଖାଇବାର ବିଲ୍ ଆସିବା ପରେ ସେ ବିଲ୍ ଭରିବା ସହ ୧.୪ଲକ୍ଷ ଟଙ୍କାର ଟିପ୍ ଦେଇଥିଲେ। ଯାହାକୁ ଦେଖିବା ପରେ ମହିଳା ୱେଟର ବେଠାନୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ଡୋନିଙ୍କ ଏଭଳି କାମ ରେସ୍ତୋରାଁର ସମସ୍ତ କର୍ମଚାରୀଙ୍କୁ ଖୁସି କରାଇଥିବା ବେଳେ ଡୋନିଙ୍କ ପତ୍ନୀ ଜେନି ମଧ୍ୟ ଏ ନେଇ ଖୁସି ଥିବା ଟୁଇଟ୍ କରି କହିଛନ୍ତି। ମୋ ସ୍ବାମୀ ଜଣେ ଭଲ ମଣିଷ ବୋଲି ଲେଖି ବିଲର ଫଟୋ ଟୁଇଟ୍ କରିଛନ୍ତି ଜେନି। ଯାହା ଏବେ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe