ଏହି ଗାଁରେ କୁମ୍ଭକର୍ଣ୍ଣଙ୍କ ପରି ଦୀର୍ଘ ସମୟ ଶୋଇ ରହୁଛନ୍ତିି ଲୋକେ, ଜାଣନ୍ତୁ କାହିଁକି

ଏହି ଗାଁରେ କୁମ୍ଭକର୍ଣ୍ଣଙ୍କ ପରି ଦୀର୍ଘ ସମୟ ଶୋଇ ରହୁଛନ୍ତିି ଲୋକେ, ଜାଣନ୍ତୁ କାହିଁକି

ରାବଣର ଭାଇ କୁମ୍ଭକର୍ଣ୍ଣଙ୍କ ନିଦ୍ରା କଥା ତ ଆପଣ ଜାଣିଥିବେ। କଳିଯୁଗରେ ବି ଦେଖିବାକୁ ମିଳୁଛନ୍ତି କୁମ୍ଭକର୍ଣ୍ଣ। ଜଣେ ନୁହେଁ କି ଦୁଇ ଜଣ ନୁହଁ, ଅନେକ ଜଣ। କାଜିକ୍‌ସ୍ଥାନରେ ଏକ ଗାଁ ରହିିଛି। ସେହି ଗାଁଟିର ନାଁ ଏବେ କୁମ୍ଭକର୍ଣ୍ଣ ନାମରେ ନାମିତ। ଏହି ଗାଁଟିକୁ କୁମ୍ଭକର୍ଣ୍ଣ ଗାଁ କହିବାର କାରଣ ହେଉଛି ଏଠାରେ ବି ଲୋକେ ଦୀର୍ଘ ସମୟ ଧରି ନିଦ୍ରା ଯାଉଛନ୍ତି। ନିଦ୍ରା ଯିବା ସମୟରେ ପୂରା ଅଚତ ଅବସ୍ଥାକୁ ପଳେଇ ଆସୁଛନ୍ତି।

publive-image

ଏହି ଗାଁର ଲୋକଙ୍କର ଏପରି ଅବସ୍ଥାର କାରଣ ଜାଣିବା ପାଇଁ କିଛି ଡାକ୍ତର ଯାଇ ସେମାନଙ୍କୁ ଚିକିତ୍ସା କରିଥିଲେ। ସେଠାରେ ରହୁଥିବା ସମୁଦାୟ ୬୦୦ ଗ୍ରାମବାସୀଙ୍କ ମଧ୍ୟରେ ୧୪ ପ୍ରତିଶତ ଗ୍ରାମବାସୀ ଏକ ଅଜଣା ରୋଗରେ ପୀଡ଼ିତ ଅଛନ୍ତି ବୋଲି ଡାକ୍ତରମାନେ ଜାଣିବାକୁ ପାଇଲେ। ତେବେ, ଏହି ରୋଗର କାରଣ କିମ୍ବା ନିରାକରଣ ଏଯାବତ୍‌ ଜଣାପଡ଼ିନାହିଁ। ଏହି ରୋଗ ଦିନକୁ ଦିନ ଗାଁ ମଧ୍ୟରେ ବଢ଼ିବାରେ ଲାଗୁଛି। ଲୋକମାନେ ଭୟ କରୁଛନ୍ତି ଯେ ଏପରି ନ ହଉ କି ଥରେ ନିଦ ହୋଇ ଆଉ ନିଦ ନ ଭାଙ୍ଗୁ। ଡାକ୍ତରମାନଙ୍କ କହିବା ଅନୁଯାୟୀ ଏହି ଲୋକମାନଙ୍କ ଭିତରେ ସେପରି କୌଣସିସ ଭୟଙ୍କର ଜୀବାଣୁ ବା କୀଟାଣୁ ବି ନାହିଁ। ଗ୍ରାମର ପାଣି ପରୀକ୍ଷା କରି ଦେଖିଲେ ଯେ ପାଣି ବି ସ୍ୱଚ୍ଛ, ସେଥିରେ ବି ବିଷାକ୍ତ ପରିମାଣ ନାହିଁ। ବିନା କାରଣରେ ଏହି ଗ୍ରାମରେ ଏହି ରୋଗଟି କାହିଁକି ବଂଶବିସ୍ତାର କରିଚାଲିଛଇ ତାହା ଲୋକଙ୍କ ଭିତରେ ଏକ ଭୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe