ବିଚିତ୍ର ଆଳୁକୁ ଭଗବାନ ବିଷ୍ଣୁଙ୍କ କଳ୍କି ଅବତାର ଭାବି ପୂଜା କରୁଛନ୍ତି ଲୋକେ

ଉତ୍ତରପ୍ରଦେଶର ସମ୍ଭଲରେ ଲୋକମାନେ ଏକ ଅଦ୍ଭୁତ ଆକୃତିର ଆଳୁକୁ ଦେଖିବା ପରେ ତାହାକୁ ଭଗବାନ ବୋଲି ବିବେଚନା କରି ପୂଜାଅର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି। ଶଙ୍କର କଲେଜ କ୍ରସିଂରେ ଅବସ୍ଥିତ ତୁଳସୀ ମାନସ ମନ୍ଦିର (ରାମ ଦରବାର ମନ୍ଦିର)ରେ ଏହି ଅଜବ ଆକୃତିର ଆଳୁ ରଖାଯାଇଛି।

WETR

ଲକ୍ଷ୍ମୌ: ଭାରତ ଭଳି ଦେଶରେ ପ୍ରତ୍ୟେକ ଧର୍ମର ଲୋକ ବସବାସ କରନ୍ତି। ସମସ୍ତ ଧର୍ମର ପୂଜା ପଦ୍ଧତି ଭିନ୍ନଭିନ୍ନ ରହିଛି। ହିନ୍ଦୁ ଧର୍ମରେ ବିଶେଷ ଭାବେ ପ୍ରକୃତିକୁ ମଧ୍ୟ ପୂଜା କରାଯାଏ। ଏହି କ୍ରମରେ ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଲୋକେ ଏକ ଆଳୁକୁ ପୂଜା କରୁଥିବା ଦେଖିବାକୁ ମିଳୁଛି।  

ଏହି ଘଟଣାଟି ଉତ୍ତରପ୍ରଦେଶର ସମ୍ଭଲରେ ଘଟିଛି। ଏଠାରେ ଲୋକମାନେ ଏକ ଅଦ୍ଭୁତ ଆକୃତିର ଆଳୁକୁ ଦେଖିବା ପରେ ତାହାକୁ ଭଗବାନ ବୋଲି ବିବେଚନା କରି ପୂଜାଅର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି।

ସମ୍ଭଲ ଜିଲ୍ଲାର ଶଙ୍କର କଲେଜ କ୍ରସିଂରେ ଅବସ୍ଥିତ ତୁଳସୀ ମାନସ ମନ୍ଦିର (ରାମ ଦରବାର ମନ୍ଦିର)ରେ ଏହି ଅଜବ ଆକୃତିର ଆଳୁ ରଖାଯାଇଛି। ଲୋକମାନେ ଏହାକୁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କଳ୍କିଙ୍କ ରୂପ ସହିତ ଯୋଡ଼ୁଛନ୍ତି ଏବଂ ପୂଜା କରୁଛନ୍ତି। ଏହି ଆଳୁକୁ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ରଖାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ, ଆଳୁକୁ ଦେଖିବା ପାଇଁ ମନ୍ଦିରରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି।

ଏହି ଅଜବ ଆକୃତିର ଆଳୁ ସମ୍ପର୍କରେ ମନ୍ଦିରର ପୂଜାରୀ କହିଛନ୍ତି,‘ ଏହି ଆଳୁରେ ଭଗବାନ କଳ୍କିଙ୍କ ବିଭିନ୍ନ ଅବତାର ଦୃଶ୍ୟମାନ ହେଉଛି। ଏହାକୁ ଦର୍ଶନ ଏବଂ ପୂଜା ପାଇଁ ମନ୍ଦିରରେ ସ୍ଥାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe