ହଜିଯାଉଛି ମାନବିକତା: ମା’ ପୁଅ ରାସ୍ତାରେ ପଡ଼ି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଲୋକେ ଫଟୋ ଉଠାଉ ଥିଲେ, ଭିଡ଼ିଓ କରୁଥିଲେ!

Advertisment
ହଜିଯାଉଛି ମାନବିକତା: ମା’ ପୁଅ ରାସ୍ତାରେ ପଡ଼ି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଲୋକେ ଫଟୋ ଉଠାଉ ଥିଲେ, ଭିଡ଼ିଓ କରୁଥିଲେ!

www.thehindu.com

ନୂଆଦିଲ୍ଲୀ(ଗୁରୁଗ୍ରାମ) : ମଣିଷ ଅତ୍ୟାଧୁନିକ ଜୀବନଶୈଳୀ ଆପଣାଇଥିବା ସହ ମାନବିକତା ଠାରୁ ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଅକ୍ଟୋବର ୧୩ ତାରିଖରେ ଜଣେ ଜଜଙ୍କ ପତ୍ନୀ ଓ ପୁଅକୁ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଖବର ଆସିଥିଲା। ସେଦିନ ରକ୍ତ ଜୁଡୁଜୁଡୁ ଅବସ୍ଥାରେ ରାସ୍ତାରେ ଜଜଙ୍କ ପତ୍ନୀ ଓ ପୁଅ ପଡ଼ି ଛଟପଟ ହୋଇଥିବା ବେଳେ ଲୋକମାନେ ସେମାନଙ୍କୁ ହସ୍ପିଟାଲ ନ ନେଇ ମୋବାଇଲ୍‌ରେ ଫଟୋ ଓ ଭିଡ଼ିଓ ଉଠାଇବାରେ ଲାଗିଥିଲେ।

ଗୁରୁଗ୍ରାମର ସେକ୍ଟର ୪୯ରେ ଥିବା ଆର୍କାଡିଆ ମାର୍କେଟରେ ସୁରକ୍ଷାକର୍ମୀ ମହିପାଲ୍‌ ସିଂ ଜଜ୍‌ଙ୍କ ପତ୍ନୀ ରିତୁ ଗର୍ଗ(୩୮) ଓ ପୁଅ ଧୃବ ଗର୍ଗ(୧୮)ଙ୍କୁ ଗୁଳିମାରିବା ପରେ ସେମାନେ ପାର୍କିଂ ଏରିଆରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲେ। ଏହି ସମୟରେ ସେଠାରେ ପହଞ୍ଚଥିଲେ ୩୦ ବର୍ଷୀୟ ମେକାନିକାଲ୍‌ ଇଂଜିନିୟର ଅନିଲ୍‌ ଅନ୍ତିଲ୍‌ । ସେ ମା-ପୁଅ’ଙ୍କୁ ଉଠାଇ ଡାକ୍ତରଖାନା ନେବାକୁ ଲୋକଙ୍କ ସାହାଯ୍ୟ ମାଗୁଥିବା ବେଳେ ସେମାନେ ଏଇଟା ପୁଲିସ କେସ୍‌ କହି ଦୂରେଇ ଯାଇଥିଲେ। କେହି ଜଣେ ହେଲେ ବି ସାହାଯ୍ୟ ପାଇଁ ଆଗେଇ ଆସି ନ ଥିଲେ।

ଅନିଲ୍‌ କହନ୍ତି, ଏହାପରେ ବଡ଼ କଷ୍ଟରେ ଦୁଇଜଣ ଅଟୋ ରିକ୍ସାଚାଳକ ସେମାନଙ୍କୁ ନେବା ଲାଗି ରାଜି ହୋଇଥିଲେ। ଗୋଟିଏ ଅଟୋରେ ମୁଁ ରିତୁଙ୍କୁ ଧରି ନେଉଥିବା ବେଳେ ଅନ୍ୟ ଅଟୋରେ ଚାଳକ ଜଣକ ଏକାକୀ ଧୃବଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ। ମାତ୍ର ପ୍ରବଳ ରକ୍ତସ୍ରାବ ହେତୁ ରିତୁ ଗର୍ଗ କିଛି ସମୟ ମଧ୍ୟରେ ପ୍ରାଣ ହରାଇଥିଲେ ଓ ଧୃବ ଦିନକ ପରେ ବ୍ରେନଡେଡ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe