ଇଂରାଜୀରେ କଥା ହୋଇ ଅଟୋ ଚାଳକ ଲୋକଙ୍କୁ ଦେଲେ ଏଭଳି ପରାମର୍ଶ

Advertisment
ଇଂରାଜୀରେ କଥା ହୋଇ ଅଟୋ ଚାଳକ ଲୋକଙ୍କୁ ଦେଲେ ଏଭଳି ପରାମର୍ଶ

ନୂଆଦିଲ୍ଲୀ: ପ୍ରତ୍ୟେକ କ୍ଷେତ୍ର‌ରେ ଏବେ ଇଂରାଜୀ ଜାଣିବା ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ଏହାକୁ ଅମ୍ରାବତୀର ଜଣେ ବୃଦ୍ଧ ଅଟୋ ଚାଳକ ମଧ୍ୟ  ଭଲ ଭାବରେ ଜାଣିଛନ୍ତି।

ଏହି ଅଟୋ ଚାଳକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ବୃଦ୍ଧ ଅଟୋ ଚାଳକଙ୍କ ସ୍ପଷ୍ଟ ଇଂରାଜୀ କହିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଉକ୍ତ ବୃଦ୍ଧଙ୍କ ଅଟୋରେ ବସିଥିବା ବ୍ୟକ୍ତି ଜଣକ ଭିଡିଓ ସେୟାର କରି ଲେଖିଛନ୍ତି,  ଆଜି ମୁଁ ଜଣେ ଆଶ୍ଚର୍ଯ୍ୟଜନକ ଭଦ୍ରଲୋକଙ୍କୁ ଭେଟିଲି` ଯିଏକି ଅଟୋ ଚାଳକ ଭାବେ କାମ କରନ୍ତି। ଆମର ବାର୍ତ୍ତାଳାପ ଅତ୍ୟନ୍ତ ମଜାଦାର ଥିଲା, କିନ୍ତୁ ମୋ ପାଇଁ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । କାରଣ ଉକ୍ତ ବୃଦ୍ଧ ଅଟୋ ଚାଳକ ଜଣକ ସ୍ପଷ୍ଟ ଭାବେ ଇଂରାଜୀରେ ମୋ ସହିତ କଥା ହୋଇଥି‌ଲେ।

ଆଉ କହିଥିଲେ, ‘ଆଜିକା ସମୟରେ ଇଂରାଜୀ ଜାଣିବା ନିହାତି ଆବଶ୍ୟକ। କାରଣ ଆଜିକାଲି ମା’ ବାପାମାନେ ସେମାନଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମିକ ସ୍କୁଲର ନାମ ଲେଖାଉଛନ୍ତି। ଏଭଳି କ୍ଷେତ୍ରରେ ଆପଣ ଇଂରାଜୀ ଜାଣିଥିଲେ ପିଲାଙ୍କ ପାଠପଢ଼ାରେ ଅସୁବିଧା ଉପୁଜିପାରେ। ଏଥିସହିତ ଆପଣ ଇଂରାଜୀ ଜାଣିଥିଲେ କୌଣସି ସ୍ଥାନକୁ ଯିବାରେ କିଛି ଅସୁବିଧା ହେବନାହିଁ। କାରଣ ଇଂରାଜୀ ହେଉଛି ଏକ ଅନ୍ତର୍ଜାତୀୟ ଭାଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe