ବାଇକରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇଲେ ବୃଦ୍ଧ

Advertisment
ବାଇକରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇଲେ ବୃଦ୍ଧ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ବାଇକ୍ ଷ୍ଟଣ୍ଟର ଅନେକ ଭିଡିଓ ଦେଖିଥିବେ ନିଶ୍ଚୟ । ତେବେ ବାଇକ ଷ୍ଟଣ୍ଟ ଅଧିକାଂଶ କ୍ଷେତ୍ରରେ ଯୁବକମାନେ କରୁଥିବା ଦେଖିବାକୁ ମିଳିଛି। ଅନେକ ଯୁବକ ଷ୍ଟଣ୍ଟ ଦେଖାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବାର ବି ନଜରକୁ ଆସିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ‌ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଭାଇରାଲ୍ ଭିଡିଓ ଜଣେ ବୃଦ୍ଧଙ୍କ ସହ ଜଡିତ ରହିଛି। ଏହି ଭିଡିଓ ଦେଖିବା ପରେ ଆପଣ ଏହା ମଧ୍ୟ କହିପାରିବେ ଯେ ଯୁବକମାନେ ମଧ୍ୟ ବୃଦ୍ଧ ବ୍ୟକ୍ତିଙ୍କ ପରି ଷ୍ଟଣ୍ଟ କରିପାରିବେ ନାହିଁ । ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ଚଳନ୍ତା ବାଇକରେ ବହୁତ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରୁଥିବା ନଜର ଆସିଛନ୍ତି । ବୃଦ୍ଧଙ୍କ ଷ୍ଟଣ୍ଟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓ ଦେଖିବା ପରେ ଲାଗୁଛି ଯେ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ବୟସ କିଛି ମୂଲ୍ୟ ରଖେ ନାହିଁ। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ବୃଦ୍ଧ ଜଣକ ବାଇକରେ କୌଣସି ଏକ ସ୍ଥାନକୁ ଯାଉଛନ୍ତି। ଏହି ସମୟରେ ଗୋଟିଏ ନୁହେଁ ଅନେକ ପ୍ରକାର ଷ୍ଟଣ୍ଟ ଦେଖାଉଛନ୍ତି ବୃଦ୍ଧ। ବେଳେବେଳେ ତ ସେ ହ୍ୟାଣ୍ଡେଲ ଉପରୁ ଦୁଇହାତ ମଧ୍ୟ ଛାଡି ଦେଉଛନ୍ତି। କେବଳ ଏତିକି ନୁହେଁ, ସେ ବାଇକରେ ନାଚୁଥିବା ମଧ୍ୟ ନଜର ଆସିଛନ୍ତି। ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ଲକ୍ଷରୁ ଅଧିକ ଲାଇକ୍ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe