ନୂଆଦିଲ୍ଲୀ: ସାପ ଏପରି ଏକ ଜୀବ ଯାହାକୁ ଦେଖିବା ମାତ୍ରେ ଲୋକେ ଭୟଭୀତ ହୋଇଯାଇଥାଆନ୍ତି । ସାପକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଘଟିଥିବା ଘଟଣା ଅଷ୍ଟ୍ରେଲିଆର ବୋଲି କୁହାଯାଉଛି।|
ଏହି ଭିଡିଓକୁ ଏବିସି ନ୍ୟୁଜ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ଭିଡିଓଟି ଦେଖିଲେ ଭୟ ଲାଗୁଛି। ଭିଡିଓରେ ମାଲକମ ନାମକ ଜଣେ ବ୍ୟକ୍ତି ଖୋଲା ସ୍ଥାନରେ ଏକ ଚେୟାରରେ ବସି ନିଜର କାମ କରୁଛନ୍ତି। ଏହି ସମୟରେ ଏକ କଳାରଙ୍ଗର ସାପ ତାଙ୍କ ପଛପଟରୁ ଆସି ଚୌକି ନିକଟରେ ପହଞ୍ଚି ଯାଇଥିଲା। ସାପ ଏତେ ନିକଟତର ହୋଇଥିଲେ ବି ବ୍ୟକ୍ତି ଜଣକ ନିଜ କାମରେ ମଗ୍ନ ଥିଲେ।
ଏତିକି ବେଳେ ସାପ ତାଙ୍କ ପାଦ ଉପରେ ଚଢ଼ି ଯାଇଥିଲା। ତେଣୁ ବୃଦ୍ଧ ଜଣକ କ’ଣ ଚଢ଼ିଗଲା ବୋଲି ଦେଖିଲା ବେଳକୁ ତାହା ଥିଲା ଏକ ସାପ। ବୃଦ୍ଧ ଜଣକ ଜୀବନ ବିକଳରେ ଗୋଡ଼କୁ ଛାଡ଼ି ଚୌକି ସହିତ ପଛକୁ ଘୁଞ୍ଚି ଯାଇଥିଲେ। ସାପ ବି ଭୟଭୀତ ହୋଇ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲା। ସୌଭାଗ୍ୟବଶତଃ ସର୍ପ ଦଂଶନରୁ ବୃଦ୍ଧଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
Follow Us