ବ୍ୟକ୍ତିଙ୍କ କାନ୍ଧରେ ବିଶାଳ ଅଜଗର

Advertisment
ବ୍ୟକ୍ତିଙ୍କ କାନ୍ଧରେ ବିଶାଳ ଅଜଗର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଜଣେ ବ୍ୟକ୍ତି କାନ୍ଧରେ ଅଜଗରକୁ ଟେକିଟେକି ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି। ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି ଅଜଗରର ଲମ୍ବା ଶରୀରକୁ ଦେଖି ଦୂରତା ରକ୍ଷା କରି ଚାଲୁଥିବା ଜଣାପଡ଼ିଛି।

ଏହି ଦୃଶ୍ୟ ଦେଖି ଲାଗୁଛି ଉକ୍ତ ବ୍ୟକ୍ତି ଓ ଅଜଗର ମଧ୍ୟର ଏକ ସ୍ନେହର ବନ୍ଧନ ରହିଛି। ସାପକୁ କାନ୍ଧରେ ପକାଇ ନେଉଥିବା ବ୍ୟକ୍ତିଙ୍କ ନାମ ଜେ ବ୍ରୁଅର ବୋଲି ଜଣାପଡ଼ିଛି।

ସୋସିଆଲ ମିଡିଆରେ ଜେ ବ୍ରୁଅର ବହୁତ ସକ୍ରିୟ । ସେ ପଶୁପକ୍ଷୀଙ୍କ ସହିତ ବନ୍ଧୁ ପରି ଖେଳନ୍ତି ବୁଲନ୍ତି। ସାଧାରଣତଃ ଲୋକମାନେ ଏକ ଛୋଟ ସାପ ଦେଖି ଭୟଭୀତ ହୋଇ ଯାଇଥାଆନ୍ତି। କାରଣ ସାପ ଏପରି ଏକ ଜୀବ ତାହାକୁ ଯିଏ ଦେଖିବ ସେ ଭୟ କରିଯିବ। କିନ୍ତୁ ଜେଙ୍କ ସାପମାନଙ୍କ ସହିତ ଘନିଷ୍ଠ ବନ୍ଧୁତା ରହିଛି। ଏହି ଭାଇରାଲ ଭିଡିଓରେ ସେ କାନ୍ଧରେ ଏକ ବିଶାଳ ହଳଦିଆ ରଙ୍ଗର ସାପକୁ କାନ୍ଧେଇ ବୁଲୁଥିବା ଦେଖିବାକୁ ମିଳୁଛି।

ଭିଡିଓକୁ ଇନଷ୍ଟାଗ୍ରାମରେ 'ହେପଗୁଲ୍ ୫' ଦ୍ୱାରା ପୋଷ୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ୮,୪୦୦ ରୁ ଅଧିକ ଲାଇକ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe