www.indiatoday.in
ନୂଆଦିଲ୍ଳୀ: ପୂର୍ବରୁ ଇଣ୍ଟର୍ନେଟ୍ରେ ଆମେ ଅନେକ ମଜାଦାର୍ ଭିଡିଓ ଦେଖିଛନ୍ତି। ମଣିଷରୁ ନେଇ ପଶୁପକ୍ଷୀ ଆଦିଙ୍କର ଅନେକ ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି ଓ ତାହାକୁ ଲୋକେ ପସନ୍ଦ ବି କରିଛନ୍ତି।
ନିକଟରେ ଏକ କୁକୁରର ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି। ଯାହାକୁ ଦେଖିବା ପରେ ଆପଣ କହିବେ କି ପୁଣି ଥରେ ପ୍ରମାଣିତ ହୋଇଛି ଯେ କୁକୁର ମଣିଷଠାରୁ ବି ବେଶି ବିଶ୍ବାସୀ।
ଭିଡିଓରେ ଦେଖିବାକୁ ମିଳିଛ ଜଣେ କୁନି ଝିଅଟି ତା’ ସ୍କୁଲ୍ ଭ୍ୟାନ୍ରୁ ବାହାରୁଛି। ତାକୁ ବାଟରେ ଜଗି ରହିଛି ତା’ ପୋଷା କୁକୁର। କୁନି ଝିଅଟି ଗାଡ଼ିରୁ ବାହାରିବା ବେଳେ କୁକୁର ଯାଇ ତା’ ହାତରୁ ସ୍କୁଲ୍ ବ୍ୟାଗ୍ ନେଇ ଆସୁଛି। କୁନି ଝିଅଟି ଗାଡ଼ିରୁ ଓହ୍ଲାଇ ତା’ ସାଙ୍ଗମାନଙ୍କୁ ବିଦାୟ ଦେଉଛି। କୁକୁରଟି ମଧ୍ୟ ଗାଡ଼ି ଭିତରକୁ ଅନେଇ କୁନି ଝିଅର ସାଙ୍ଗମାନଙ୍କୁ ଟା ଟା-ବାୟ ବାୟ କରୁଛି।
ଭିଡିଓଟି ଏବେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ଭାଇରାଲ୍ ହୋଇଛି। ଭିଡିଓଟି ପୋଷ୍ଟ୍ ହେବା ପରେ ପରେ ପ୍ରାୟ ୨୦ ହଜାର ଭିୟୁ ହୋଇ ସାରିଲାଣି। ଭିଡିଓଟିକୁ ବହୁ ଗ୍ରହଣୀୟତା ମିଳି ସାରିଲାଣି। ଭିଡିଓଟିକୁ ଦେଖି ଟ୍ବିଟରିୟାନ୍ମାନେ ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି।
Follow Us