କର୍କଟ ପୀଡିତ ଥିବା ମାଲିକ ମୃତ୍ୟୁର ୧୫ ମିନିଟ୍‌ ପରେ ହେଲା ପୋଷା କୁକୁରର ମୃତ୍ୟୁ

Advertisment
କର୍କଟ ପୀଡିତ ଥିବା ମାଲିକ ମୃତ୍ୟୁର ୧୫ ମିନିଟ୍‌ ପରେ ହେଲା ପୋଷା କୁକୁରର ମୃତ୍ୟୁ

metro

ଏଡିନବରା: ସ୍କଟଲ୍ୟାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଉଛି। କର୍କଟରେ ପୀଡିତ ମାଲିକ ମୃତ୍ୟୁର ମାତ୍ର ୧୫ମିନିଟ ପରେ ପୋଷା କୁକୁରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କର୍କଟରେ ପୀଡିତ ହୋଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ  ନାମ ଷ୍ଟୁଅର୍ଟ ହଚିନ୍‌ସନ୍‌ (୨୫) ବୋଲି ଜଣାପଡ଼ିଛି।

publive-image

ହଚିନ୍‌ସନ୍‌ ଆଠବର୍ଷ ପୂର୍ବେ କର୍କଟରେ ପୀଡିତ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ ଅନେକ ସର୍ଜରି ସହିତ କିମୋଥେରାପି ନେଇଥିଲେ। କିନ୍ତୁ ଏହା ଅଧିକ ହୋଇଥିବା ହେତୁ ହଚିନ୍‌ସନ୍‌ଙ୍କୁ ଯେତେ ଚେଷ୍ଟା କରିଥିଲେ ବି ଡାକ୍ତର ବଞ୍ଚାଇ ପାରି ନଥିଲେ। ଷ୍ଟୁଅର୍ଟ ହଚିନ୍‌ସନ୍‌ଙ୍କ ମୃତ୍ୟୁ ସମୟରେ ତାଙ୍କ ପୋଷାକୁକୁର ଫ୍ରେନ୍‌ଚ ବୁଲଡଗ ନିରୋ ତାଙ୍କ ପାର୍ଶ୍ୱରେ ବସିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ମାଲିକଙ୍କ ମୃତ୍ୟୁର ଠିକ୍‌ ୧୫ ମିନିଟ୍‌ ପରେ ଏହି ପୋଷା କୁକୁର ନିରୋର ମୃତ୍ୟୁ ହୋଇଯାଇଥିଲା।

ଷ୍ଟୁଅର୍ଟ ହଚିନ୍‌ସନ୍‌ ମା’ଙ୍କ କହିବାନୁସାରେ, ଆମ ଘରେ ତିନିଟି ପୋଷାକୁକୁର ଥିଲା। କିନ୍ତୁ ନିରୋ ପୁଅର ବହୁତ ଆପଣାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe