ପୋଚର୍‌ ନିର୍ଦ୍ଦେଶକଙ୍କୁ ପେଟା ସମ୍ମାନ

Advertisment
ପୋଚର୍‌ ନିର୍ଦ୍ଦେଶକଙ୍କୁ ପେଟା ସମ୍ମାନ

ଭାରତରେ ଦନ୍ତାହାତୀ ଶିକାର ଉପରେ ସଚେତନତା ସୃଷ୍ଟି ପାଇଁ ନିର୍ମିତ ଧାରାବାହିକ ‘ପୋଚର୍‌’ର ନିର୍ଦ୍ଦେଶକ ରିଚି ମେହେଟାଙ୍କୁ ‘ପେଟା ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଛି। ହସ୍ତୀ ଦିବସ ଅବସରରେ ରିଚିଙ୍କୁ ଏହି ସମ୍ମାନ ମିଳିଛି। ଦନ୍ତାହାତୀ ଶିକାରକୁ ନେଇ ବିଭିନ୍ନ ସତ୍ୟ ଘଟଣା ଆଧାରିତ ଏହି ଧାରାବାହିକରେ ପ୍ରଦର୍ଶିତ ବିଭିନ୍ନ ଦୃଶ୍ୟ ଦର୍ଶକଙ୍କୁ ପ୍ରତ୍ୟକ୍ଷଦର୍ଶୀ ତଥା ଜୀବନ୍ତ ଅନୁଭବ ଆଣିପାରୁଛି। ତେବେ ନିର୍ମାଣ ସମୟରେ ଏଥିରେ ରିଚି କୌଣସି ଜୀବନ୍ତ ହାତୀକୁ ସାମିଲ କରିନାହାନ୍ତି। ବରଂ ତାହା ବଦଳରେ ସେ କମ୍ପ୍ୟୁଟର-ସୃଷ୍ଟ-ଛବି(ସିଜିଆଇ)ର ସଦୁପଯୋଗ କରି ଏହି ଧାରାବାହିକ ନିର୍ମାଣ କରିଛନ୍ତି।
ସମ୍ପ୍ରତି ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଉପଲବ୍‌ଧ ଏହି ଆପରାଧିକ ରୋମାଞ୍ଚଭରା ଧାରାବାହିକଟି କେରଳ ସରକାରଙ୍କ ବନ ବିଭାଗ ଦ୍ବାରା ଗୃହୀତ ‘ଅଭିଯାନ ଶିଖର’ ଆଧାରରେ ନିର୍ମିତ।

‘ପୋଚର୍‌’ ଧାରାବାହିକରେ ରିଚି କୌଣସି ଜୀବନ୍ତ ହାତୀକୁ ସାମିଲ କରିନାହାନ୍ତି। କେବଳ କମ୍ପ୍ୟୁଟର-ସୃଷ୍ଟ-ଦୃଶ୍ୟପଟ (ସିଜିଆଇ)ର ସଦୁପଯୋଗ କରି ସେ ସଂପୂର୍ଣ୍ଣ ଧାରାବାହିକ ନିର୍ମାଣ କରିଛନ୍ତି

ଏଥିରେ କେରଳର ବହୁଚର୍ଚ୍ଚିତ ବେଆଇନ ହାତୀଦାନ୍ତ କାରବାରରେ ଲିପ୍ତ ଦଳେ ମାଫିଆଙ୍କୁ ଧରିବା ଲାଗି ବନ ବିଭାଗ କର୍ମଚାରୀଙ୍କ ବର୍ଷ ବର୍ଷର ସଫଳ ପ୍ରୟାସକୁ ପ୍ରଦର୍ଶନ କରାଯାଇଛି। ଏଥି ସହିତ ଏଥିରେ ମନୁଷ୍ୟ ଦ୍ବାରା ପଶୁସମ୍ପଦର ବିଭିନ୍ନ ପ୍ରକାର ନିର୍ଯାତନା ଓ ଶୋଷଣକୁ ମଧ୍ୟ ଦର୍ଶାଯାଇଛି। ସାଧାରଣତଃ ଜୀବଜନ୍ତୁ ସମ୍ପର୍କିତ କୌଣସି ସିନେମା ବା ଟିଭି ଧାରାବାହିକ ପ୍ରସ୍ତୁତିରେ ବେଳେବେଳେ ସଂପୃକ୍ତ ପଶୁମାନଙ୍କୁ ଶାରୀରିକ ଆଘାତ, ଖାଦ୍ୟରୁ ବଞ୍ଚିତ କରିବା ଓ ଅନ୍ୟାନ୍ୟ ଅକଥନୀୟ ତାଲିମ ଦିଆଯିବା ସହ ସେମାନଙ୍କୁ ଶୃଙ୍ଖଳ ବା ପଞ୍ଜୁରୀରେ ଆବଦ୍ଧ କରି ରଖାଯାଇଥାଏ, ଯାହା ପରୋକ୍ଷରେ ସେମାନଙ୍କୁ ନିର୍ଯାତନା ଦେବା ସହ ସମାନ। ମାତ୍ର ‘ପୋଚର’ ଧାରାବାହିକରେ କୌଣସି ଜୀବଜନ୍ତୁଙ୍କୁ ନିଆନଯାଇ ତାହା ପରିବର୍ତ୍ତେ ସିଜିଆଇ ଜ୍ଞାନକୌଶଳ ଉପଯୋଗରେ ସେମାନଙ୍କର ଜୀବନ୍ତ ରୂପରେଖ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe