ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟରେ ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ବାଲାଘାଟ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ତେଲ ଭରୁଥିବା ସମୟରେ ଏକ କାରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁ ହେତୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।
ତେବେ ଏହି ଘଟଣା ସମୟରେ କିଏ ଦୂରରେ ଥାଇ ଭିଡିଓ କରୁଥିଲା ତ ଆଉ କିଏ ଫଟୋ ଉଠାଇବାରେ ବ୍ୟସ୍ତ ଥିଲା। ଏହି ସମୟରେ ପେଟ୍ରୋଲ ପମ୍ପ ପାଖରେ କାମ କରୁଥିବା ମୁକେଶ ନାମକ ଯୁବକ କାରରେ ନିଆଁ ଲାଗିଥିବା ଦେଖି ଧାଇଁ ଆସିଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ନିଜ ଜୀବନକୁ ଖାତିର ନକରି ନିଆଁ ଲାଗିଥିବା କାର ପାଖକୁ ଯାଇ ଗାଡ଼ିକୁ ଏକ ଶକ୍ତ ଧକ୍କା ଦେଇଥିଲେ। ଏହି ଧକ୍କାରେ କାରଟି ପେଟ୍ରୋଲ ପମ୍ପରୁ ଦୂରକୁ ଚାଲି ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।
ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏବେ ମୁକେଶଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ନିଜ ଜୀବନକୁ ବାଜି ଲଗାଇ ଶହଶହ ଲୋକଙ୍କ ଜୀବନ ବଞ୍ଚାଇ ଥିବାରୁ ଏବେ ମୁକେଶଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
Follow Us