ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ଫୋନ୍‌ମୁକ୍ତ ଫେବ୍ରୁଆରି

ଆମେ ବେଳେବେଳେ ଫୋନ୍‌ ପରଦାରେ ଲଗାତାର ନୋଟିଫିକେସନ୍‌ ଓ ସ୍କ୍ରିନ୍‌ ଟାଇମ୍‌ ଦେଖି ଅଭିଭୂତ ହୋଇଯାଉ। ତେବେ ଏ ପରିପ୍ରେକ୍ଷୀରେ ‘ଫୋନ୍‌ମୁକ୍ତ ଫେବ୍ରୁଆରି’  ଅଭିଯାନ ହେଉଛି ଏଭଳି ଏକ ଆହ୍ବାନ...

dggjvc

ଆମେ ବେଳେବେଳେ ଫୋନ୍‌ ପରଦାରେ ଲଗାତାର ନୋଟିଫିକେସନ୍‌ ଓ ସ୍କ୍ରିନ୍‌ ଟାଇମ୍‌ ଦେଖି ଅଭିଭୂତ ହୋଇଯାଉ। ତେବେ ଏ ପରିପ୍ରେକ୍ଷୀରେ ‘ଫୋନ୍‌ମୁକ୍ତ ଫେବ୍ରୁଆରି’  ଅଭିଯାନ ହେଉଛି ଏଭଳି ଏକ ଆହ୍ବାନ, ଯାହା ଅଧିକ ଫୋନ୍ ବ୍ୟବହାର ଅଭ୍ୟାସକୁ ଦୂର କରିପାରିବ। ଏହି ଅଭିଯାନ ଫେବ୍ରୁଆରି ମାସରେ ସ୍ମାର୍ଟଫୋନ୍‌ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ସୁସ୍ଥ ଡିଜିଟାଲ୍‌ ଅଭ୍ୟାସ ଓ ଅଧିକ ସନ୍ତୁଳିତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। 

‘ଗ୍ଲୋବାଲ୍‌ ସଲିଡାରିଟି ଫାଉଣ୍ଡେସନ୍‌’ ଦ୍ବାରା ପ୍ରସ୍ତୁତ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀଙ୍କୁ ନିଜ ଫୋନ୍‌ ବ୍ୟବହାର ସମୟର ଆତ୍ମସମୀକ୍ଷା କରିବା ସହ ସୁସ୍ଥ ବିକଳ୍ପ ଖୋଜିବା ପାଇଁ ପ୍ରବର୍ତ୍ତାଇବା। ଅବଶ୍ୟ ସଂପୂର୍ଣ୍ଣ ଭାବରେ ଫୋନ୍‌ ବ୍ୟବହାର ବର୍ଜନ କରିବା ଅଧିକାଂଶ ଲୋକଙ୍କ ପାଇଁ ସମ୍ଭବ ନୁହେଁ, ତେବେ ସ୍ମାର୍ଟଫୋନ୍‌ ବ୍ୟବହାରକୁ ପାରୁପର୍ଯ୍ୟନ୍ତ ସୀମିତ କରିବା ହେଉଛି ଏହାର ଲକ୍ଷ୍ୟ। ଫୋନ୍‌ ବ୍ୟବହାରକାରୀମାନେ ଦୁଇଟି ବିକଳ୍ପରୁ ଗୋଟିଏ ଚୟନ କରିପାରିବେ। ଗୋଟିଏ ହେଉଛି ‘ଫୋନ୍‌ପ୍ଳେକ୍ସ’, ଯେଉଁଥିରେ ନୂତନ ଫୋନ୍‌ ଅଭ୍ୟାସ ସ୍ଥିର କରିବା ଓ ଡିଜିଟାଲ୍‌ ସୁସ୍ଥତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ବାରୋପ କରାଯାଇଥାଏ। ଅନ୍ୟଟି ହେଉଛି ‘ଫୋନ୍‌ଫ୍ରି’, ଯେଉଁଥିରେ ପୂରା ମାସକ ପାଇଁ ସ୍ମାର୍ଟଫୋନ୍‌ ବ୍ୟବହାର ତ୍ୟାଗ କରିବାକୁ ପଡ଼ିବ। ଏହି ଚ୍ୟାଲେଞ୍ଜ ଫୋନ୍‌ ବ୍ୟବହାର ହ୍ରାସ କରି ନିଦ୍ରା, କାର୍ଯ୍ୟ ଉତ୍ପାଦନ ଓ ସାମାଜିକ ଭାବ ବିନିମୟରେ ଉନ୍ନତି ଆଣିବା ଭଳି କ୍ଷେତ୍ରରେ ଧ୍ୟାନକେନ୍ଦ୍ରିତ କରିବାକୁ ପ୍ରୋତ୍ସାହିତ କରିଥାଏ। 

ଫୋନ୍‌ ବ୍ୟବହାର ହ୍ରାସ କରିବା ପାଇଁ ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଦେଇଥାନ୍ତି। ସେଗୁଡ଼ିକ ହେଲା- ଫୋନ୍‌ର ‘ପୁସ୍‌ ନୋଟିଫିକେସନ୍‌’କୁ ବନ୍ଦ କରିଦେବା, କଲର୍‌ ଫିଲ୍‌ଟର୍‌କୁ ‘ଗ୍ରେସ୍କେଲ୍‌’ ବା କଳାଧଳାକୁ ପରିବର୍ତ୍ତନ କରି ଫୋନ୍‌କୁ ଯଥା ସମ୍ଭବ ଆକର୍ଷଣବିହୀନ କରିଦେବା, ଫୋନ୍‌ରୁ ମିଳୁଥିବା ଆନନ୍ଦ ସ୍ଥାନରେ ସ୍ବାସ୍ଥ୍ୟକର ଅଭ୍ୟାସ  ପାଇଁ ‘ଡୋପାମାଇନ୍‌ ରିପ୍ଳେସ୍‌ମେଣ୍ଟ୍‌ ଥେରାପି’ ଗ୍ରହଣ କରିବା, ଶୋଇବାର ଏକଘଣ୍ଟା ପୂର୍ବରୁ ଫୋନ୍‌କୁ ଶୋଇବାଘର ବାହାରେ ରଖି ଆଲାର୍ମ ପାଇଁ ଏକ ଆନାଲଗ୍‌ ଘଡ଼ି ବ୍ୟବହାର କରିବା, ଧ୍ୟାନ କରିବା କିମ୍ବା ବିନା ଫୋନ୍‌ରେ ଚାଲିବା ଇତ୍ୟାଦି। ସ୍କ୍ରିନ୍‌ ଟାଇମ୍‌ ହ୍ରାସ ସହିତ ମେଦବହୁଳତା ହ୍ରାସ, ନିଦ ସମସ୍ୟା ସମେତ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦୂର ପରି ଅନେକ ସ୍ବାସ୍ଥ୍ୟଗତ ଉପକାର ଜଡ଼ିତ ରହିଛି। ଏପରିକି ଦିନକୁ ମାତ୍ର ଗୋଟିଏ ଘଣ୍ଟା ଫୋନ୍‌ରୁ ଦୂରେଇ ରହିଲେ ମଧ୍ୟ ଜୀବନର ଗୁଣବତ୍ତା ଓ ଅବସାଦ ସ୍ତରରେ ଉଲ୍ଲେଖନୀୟ ଉନ୍ନତି ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe