ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଥିବା ଏହି ଫଟୋଟି ଏବେ ଟ୍ବିଟରିୟାନ୍‌ଙ୍କ ପାଇଁ ବହୁମୂଲ୍ୟ ପାଲଟିଛି

Advertisment
ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଥିବା ଏହି ଫଟୋଟି ଏବେ ଟ୍ବିଟରିୟାନ୍‌ଙ୍କ ପାଇଁ ବହୁମୂଲ୍ୟ ପାଲଟିଛି

Photo Credit: Twitter

ନୂଆଦିଲ୍ଲୀ: ଣ୍ଟର୍‌ନେଟ୍‌ରେ ପୂର୍ବରୁ ଅନେକ କିଛି ଭାଇରାଲ୍‌ ହୋଇଛି। ମାତ୍ର ନିକଟରେ ଭାଇରାଲ୍‌ ହୋଇଥିବା ଏହି ଫଟୋଟିକୁ ଲୋକେ ବହୁମୂଲ୍ୟ ବୋଲି କହି ସେୟାର୍‌ କରିବାରେ ଲାଗିଛନ୍ତି। ଫଟୋଟି ହେଉଛି ଏକ ମେଟ୍ରୋ ଟ୍ରେନ୍‌ ଭିତରର। ସେଥିରେ ଦୁଇ ଜଣ ବରିଷ୍ଠ ନାଗରିକଙ୍କ ନିଚ୍ଛକ ଭଲପାଇବା ଦେଖିବାକୁ ମିଳିଛିି। ଯେଉଁ ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ହଲ୍ଲା ମଚାଇଛି।

ଫଟୋରେ ଦେଖିବାକୁ ମିଳିଛି ବୃଦ୍ଧା ଜଣକ ତାଙ୍କ ପାଖରେ ବସିଥିବା ବୃଦ୍ଧଙ୍କୁ ଏକ ମଫ୍‌ଲର୍‌ ପିନ୍ଧାଇ ଦେଉଛନ୍ତି। ତେବେ, ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ସେ ଦୁହେଁ ପତି-ପତ୍ନୀ ବୋଲି ଅନୁମାନ କରାଯାଉଛି।

କେହି ବ୍ୟବହାରକାରୀ ଫଟୋଟିକୁ ଦେଖି ‘ପିକ୍‌ଚର୍‌ ଅଫ୍‌ ଡେ’ ବୋଲି କହିଥିବା ବେଳେ ଆଉ କେହି ‘ବାସ୍ତବ ପ୍ରେମ’ ବୋଲି ମତ ରଖିଛନ୍ତି। ଆହୁରି ଜଣେ ବ୍ୟବହାରକାରୀ ଏହାକୁ ଏଲ୍‌ଆଇସିର ବିଜ୍ଞାପନ ପାଇଁ ଉପଯୁକ୍ତ ବୋଲି ଲେଖିଛନ୍ତି।

ଯାହାବି ହେଉ, ଫଟୋଟି କିନ୍ତୁ ସଭିଙ୍କ ମନ ମୋହିଛି। ପରିଣତ ବୟସରେ ଉଭୟ ଉଭୟଙ୍କର କିପରି ଭାବେ ସାଥ୍‌ ଦେବା ଉଚିତ ଫଟୋଟି ଅନେକଙ୍କୁ ଶିକ୍ଷା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe