ନୂଆଦିଲ୍ଲୀ: ନାରୀ ଓ ପୁରୁଷଙ୍କୁ ନେଇ ଆମେ ସମାନତାର ବାର୍ତ୍ତା ବାଣ୍ଟୁଥିବା ବେଳେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରନିତା ସୁବାସ ଓ ତାଙ୍କ ସ୍ବାମୀଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଖୁବ୍ ସମାଲୋଚନା କରିଛନ୍ତି। ଏହି ସମୟର ଫଟୋଟିକୁ ଅଭିନେତ୍ରୀ ପ୍ରନିତା ତାଙ୍କ ଟ୍ବିଟର୍ରେ ସେୟାର୍ କରିଛନ୍ତି। ଫଟୋଟି ଏକ ପୂଜାବିଧି ସମୟର ବୋଲି ଆପଣ ଦେଖିକି ଜାଣିପାରୁଥିବେ। ତେବେ, ଫଟୋଟିକୁ ଦେଖି କେହି କେହି ସଂସ୍କାରର ନାଁ ଦେଉଥିବା ବେଳେ କେହି କେହି ଏହାକୁ ପରୁଷବାଦ ବୋଲି କହୁଛନ୍ତି।
ଅଭିନେତ୍ରୀ ତାଙ୍କ ଆକାଉଣ୍ଟ୍ରେ ଫଟୋଟି ଦେଇ କ୍ୟାପ୍ସନ ଦେଇଛନ୍ତି ‘ଭିମାନା ଅମାବାସ୍ୟା’। ଫଟୋରେ ଦେଖିବାକୁ ମିଳିଛି ଅଭିନେତ୍ରୀଙ୍କ ସ୍ବାମୀ ନୀତିନ ରାଜୁ ଚ୍ୟାୟାର୍ ଉପରେ ବସିଛନ୍ତି। ତାଙ୍କ ପାଦ ତଳେ ବସିଛନ୍ତି ତାଙ୍କ ଅଭିନେତ୍ରୀ ପତ୍ନୀ ପ୍ରନିତା ସୁବାସ। ଅଭିନେତ୍ରୀ ଦୀପ, ଧୂପ, ହଳଦୀ, ସିନ୍ଦୂର ଓ ଅକ୍ଷତ ରଖି ସ୍ବାମୀଙ୍କ ପୂଜା ପାଇଁ ବସିଛନ୍ତି।
ଏହି ପୋଷ୍ଟ୍ରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଯିଏ ତୁମ ପାଇଁ ଏପରି କରିପାରିବ ସେପରି ଏକ ଝିଅକୁ ବିବାହ କର’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏମିତି ଜଣେ ପୁଅକୁ ବିବାହ କର ଯିଏ ତା’ ପତ୍ନୀଠାରୁ ଏସବୁ ଆଶା ରଖୁନଥିବ।’
ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କେବେ ବି ନୁହେଁ। ଏକା ରହି ମରିଯିବି ପଛେ। ନିଜ ପାର୍ଟନର୍କୁ ଏପରି ପରମ୍ପରା ମାନିବାକୁ କେବେ ବି ଅନୁମତି ଦେବିନି।’
Follow Us