ପିକାସୋଙ୍କ ବୃହତ୍ତମ ଚିତ୍ର

ପିକାସୋଙ୍କ ବୃହତ୍ତମ ଚିତ୍ର

ବିଶ୍ବବିଖ୍ୟାତ ସ୍ପେନୀୟ ଚିତ୍ରଶିଳ୍ପୀ ପାବଲୋ ପିକାସୋଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜଣେ ଇଟାଲୀୟ କଳାକାର ଏକ ଟ୍ରାକ୍ଟର୍ ସାହାଯ୍ୟରେ ତାଙ୍କର ସର୍ବବୃହତ୍ ଚିତ୍ର ଆଙ୍କିଛନ୍ତି। ଗତ ୮ ତାରିଖରେ ପିକାସୋଙ୍କ ତିରୋଧାନ ତାରିଖ ଥିଲା। ଭୂଇଁ ଉପରେ ଚିତ୍ର ଆଙ୍କିବାରେ ପାରଙ୍ଗମ ଇଟାଲିର ଡାରିଓ ଗାମ୍ବାରିନ୍ ସେଦିନ୍ ଭେରୋନା ଅନ୍ତର୍ଗତ କାଷ୍ଟାଗ୍‌ନାରୋର ଏକ ଗୋଚର ଜମିରେ ଟ୍ରାକ୍ଟର ନେଇ ହଳ କରିଥିଲେ। ୧୯୦୭ରେ ପିକାସୋ ଆଙ୍କିଥିବା ନିଜର ଏକ ଚିତ୍ରକୁ ଅନୁକରଣ କରି ଗାମ୍ବାରିନ୍ ଏହି ଅତ୍ୟନ୍ତ ବିଶାଳ ଚିତ୍ରଟିକୁ ମାଟି ଉପରେ ଫୁଟାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe