ନିଜ କେଶରେ ଚିତ୍ର : ଚିନ୍ତା ଓ ଅବସାଦରୁ ମୁକ୍ତି ପାଇଁ ଅଭିନବ କଳା

Advertisment
ନିଜ କେଶରେ ଚିତ୍ର : ଚିନ୍ତା ଓ ଅବସାଦରୁ ମୁକ୍ତି  ପାଇଁ ଅଭିନବ କଳା

ଆମେ ସାଧାରଣତଃ କାଗଜ, ପେନସିଲ, ରଙ୍ଗ ଓ ତୂଳୀ ବ୍ୟବହାର କରି ଚିତ୍ର ଆଙ୍କିଥାଉ। ମାତ୍ର ଫିଲିପାଇନ୍‌ସର ଜଣେ ବ୍ୟକ୍ତି ନିଜର କେଶକୁ ବ୍ୟବହାର କରି ଲୋକଙ୍କର ଅବିକଳ ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିଛନ୍ତି। ତେବେ ସେ ଏପରି କଳାକୁ ଆଦରିବା ପଛରେ ଏକ ରୋଚକ କାରଣ ରହିଛି। ଜେଷ୍ଟୋନି ଗ୍ରାସିଆ ନାମକ ଏହି ୩୦ ବର୍ଷୀୟ ବ୍ୟକ୍ତି ଏକ ଜାହାଜ କର୍ମଚାରୀ ଭାବରେ କାର୍ଯ୍ୟରତ। ତାଙ୍କୁ ବର୍ଷର ପ୍ରାୟ ଆଠ ମାସ ସମୁଦ୍ର ଭିତରେ କାଟିବାକୁ ପଡ଼େ। ସେହି ସମୟରେ ଅବସାଦଗ୍ରସ୍ତ ଜୀବନକୁ ଟିକେ ରଙ୍ଗିନ କରିବା ପାଇଁ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ।

ତେବେ ସମୁଦ୍ରଯାତ୍ରା ସମୟରେ ରଙ୍ଗ ଓ ତୂଳୀର ଅଭାବ ପରିଲକ୍ଷିତ ହେବାରୁ ସେ ନିଜର କେଶ ସାହାଯ୍ୟରେ ଚିତ୍ର ଆଙ୍କିବାର ଅଭ୍ୟାସ କଲେ। ସେ ନିଜ କେଶ କାଟିବା ପରେ ସେଗୁଡ଼ିକୁ ସାଇତି ରଖିଥାନ୍ତି। ଏହା ପରେ ଧଳା କାନଭାସ ଉପରେ ତରଳ ରେଜିନ(ଏକପ୍ରକାର ସ୍ବଚ୍ଛ ତରଳ ପଦାର୍ଥ)ବ୍ୟବହାର କରି ତା ଉପରେ କାଟିଥିବା କେଶକୁ ବିଛାଇ ଚିତ୍ରର ରୂପ ଦେଇଥାନ୍ତି। ରେଜିନ ଶୁଖି କଠିନ ହୋଇଯିବା ପରେ କଳାଧଳା ଚିତ୍ରଟି ଅତି ସୁନ୍ଦର ଦେଖାଯାଇଥାଏ। ନିଜର କେଶ ବ୍ୟବହାର କରି ସେ ଅନେକ ଅଭିନେତା, ଗାୟକ ଏବଂ କ୍ରୀଡ଼ାବିତ୍‌ଙ୍କ ଚିତ୍ର ଆଙ୍କିଛନ୍ତି। ଗୋଟିଏ ସ୍ଥାନରେ ଆବଦ୍ଧ ହୋଇ ରହୁଥିବାରୁ ଜେଷ୍ଟୋନି ନିଜକୁ ଚିନ୍ତା ଓ ଅବସାଦରୁ ମୁକ୍ତି ଦେବା ପାଇଁ ଏହି ସୁନ୍ଦର କଳାକୁ ମାଧ୍ୟମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe