TIMES OF REPUBLIC
କାନପୁର: 'ସ୍ପାଇଡର୍-ମ୍ୟାନ୍' ବିଷୟରେ ପ୍ରାୟତଃ ସମସ୍ତେ ଜାଣନ୍ତି | ଆମେ ସମସ୍ତେ ସ୍ପାଇଡର୍-ମ୍ୟାନର ଚଳଚ୍ଚିତ୍ର, କାର୍ଟୁନ୍ ଏବଂ ଫଟୋ ଦେଖିଛେ। କିନ୍ତୁ ବାସ୍ତବ ଜୀବନରେ ବି ଜଣେ ସ୍ପାଇଡର୍-ମ୍ୟାନ୍ ପରି କୌଣସି ସାହାରା ନ ନେଇ କାନ୍ଥ ଉପରକୁ ଚଢ଼ି ପାରୁଥିବା ଆପଣ ହୁଏତ କେବେ ଦେଖି ନଥିବେ।
ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ କାନପୁରରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୭ ବର୍ଷର ଶିଶୁ ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଉପରକୁ ଚଢି ଯାଉଛନ୍ତି | ତୃତୀୟ ଶ୍ରେଣୀରେ ପଢ଼ୁଥିବା ଯଶାର୍ଥ ସିଂହ ଗୌର ସ୍ପାଇଡର୍ ମ୍ୟାନ୍ ଫିଲ୍ମରୁ ପ୍ରେରିତ ହୋଇ ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ | କିନ୍ତୁ ତଳେ ପଡ଼ି ଅନେକ ଥର ଆହତ ବି ହୋଇଛନ୍ତି। ଏହି କାରଣରୁ ପରିବାର ଲୋକ ତାଙ୍କୁ ବହୁତ ଥର ଏଥିରୁ ନିବୃତ୍ତ ରହିବାକୁ କହିଥିଲେ। କିନ୍ତୁ ଯଶାର୍ଥ କାହାରି କୌଣସି କଥା ନଶୁଣି ନିଜ ଅଭ୍ୟାସ ଜାରି ରଖିଥିଲେ।
zeenews.india.comଧୀରେ ଧୀରେ ସେ କୌଶଳ ଶିଖିଗଲେ ଓ ସ୍ପାଇଡର୍ ମ୍ୟାନ୍ ଭଳି କୌଣସି ସାହାରା ନ ନେଇ କାନ୍ଥ ଚଢିବାରେ ଅଭ୍ୟସ୍ତ ହୋଇଗଲେ | ଏହାପରେ ପ୍ରତିଦିନ ଯଶାର୍ଥଙ୍କ କାନ୍ଥ ଚଢିବା ଦେଖି ଘରଲୋକ ତାଙ୍କୁ ଆଉ ରୋକି ନ ଥିଲେ | ଯଶାର୍ଥ ସିଂହ ଗୌର ବଡ ହୋଇ ଜଣେ ଆଇପିଏସ୍ ଅଫିସର ହେବାକୁ ଇଛା ରଖିଥିବା କହିଛନ୍ତି।
Follow Us