ଏମିତି ଏକ ଔଷଧ, ଯାହାକୁ ଖାଇବା ଦ୍ୱାରା ଶରୀରରେ କେଉଁ ରୋଗ ଅଛି ତୁରନ୍ତ ଜାଣିପାରିବେ !

Advertisment
ଏମିତି ଏକ ଔଷଧ, ଯାହାକୁ ଖାଇବା ଦ୍ୱାରା ଶରୀରରେ କେଉଁ ରୋଗ ଅଛି ତୁରନ୍ତ ଜାଣିପାରିବେ !

ନୂଆଦିଲ୍ଲୀ: ଆମେରିକାର ମେସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକନୋଲଜିର ବୈଜ୍ଞାନିକ ନିକଟରେ ଏମିତି ଏକ ଔଷଧର କ୍ୟାପସୁଲ ବନାଇବାର ଦାବି କରିଛନ୍ତି, ଯାହା ଭିତରେ ସେନ୍‌ସର ଖଞ୍ଜା ଯାଇଛି। ଏହାକୁ ଯେକୌଣସି ଅଙ୍ଗର ରକ୍ତକୁ ଯାଞ୍ଚ କରିବା ପାଇଁ ପ୍ରୟୋଗ କରାଯାଇଥାଏ। ଏହି ସେନ୍‌ସର ଯୁକ୍ତ ଔଷଧକୁ ମନୁଷ୍ୟ ସାଧାରଣ ବଟିକା ଭଳି ଖାଇ ପାରିବ। ଶରୀର ଭିତରକୁ ଯିବା ପରେ ଏହି କ୍ୟାପସୁଲ ଶରୀର ଅଭ୍ୟନ୍ତରୀଣ ସୂଚନା ଓ୍ଵୟାରଲେସ୍‌ ସେନ୍‌ସର ଜରିଆରେ ବାହାରକୁ ପଠାଇଥାଏ। ଏହି ସୂଚନାକୁ କମ୍ପ୍ୟୁଟର ଜରିଆରେ ଦେଖି ଯାଇପାରିବ। ଏହି ଟେକ୍‌ନିକ୍‌ର ମୁଖ୍ୟ ଲାଭ ଏହା ଶରୀର ଭିତରକୁ ଯାଇ ଦୁର୍ବଳ ଅଙ୍ଗ ବିଷୟରେ ସଠିକ୍‌ ସୂଚନା ଦେବା ସହିତ କେଉଁ ପ୍ରକାର ରୋଗ ଆପଣଙ୍କ ଶାରୀରେ ଅଛି ତାହା ଜଣାଇଦେବ। ସେହିପରି ଯେଉଁ ଅଙ୍ଗର ଚିକିତ୍ସା ଚାଲିଥିବ ସେନେଇ ମଧ୍ୟ ଏହି କ୍ୟାପସୁଲ ସୂଚନା ଦେବ କି ଏହାର ଉନ୍ନତି ହେଉଛି କି ନାହିଁ। ଏହା ମନୁଷ୍ୟର ଦାନ୍ତରେ ବି ଖଞ୍ଜା ଯାଇପାରିବ। ଫଳରେ ମନୁଷ୍ୟ ମୁଖରେ ଥିବା ରୋଗ ବିଷୟରେ ଜାଣିହେବ।

publive-image

ଏହି ଟେକ୍‌ନିକ୍‌ ଦ୍ୱାରା ୫୦ବର୍ଷରୁ ଊର୍ଧ୍ୱ ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ଶରୀର ଚିକିତ୍ସା କରିବା ଆଦୌ ଆବଶ୍ୟକ ନାହିଁ। ଡାକ୍ତର ପାଖକୁ ଯାଇ ଏହି ଗୋଟଏ ଔଷଧ ଖାଇ ପାରିବେ। ଯାହାକି ଆପଣ ଶରୀରରେ କେଉଁ ଅସୁବିଧା ଅଛି, କି କୌଣସି ସଂକ୍ରମଣ ହୋଇଛି ସେନେଇ ସଠିକ୍‌ ତଥ୍ୟ ସେନ୍‌ସର ଜରିଆରେ ଦେଇଦେବ। ଏହି ଔଷଧର ପରୀକ୍ଷାମୂଳକ ପ୍ରୟୋଗ ଘୁଷୁରୀମାନଙ୍କ ଉପରେ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe