ମା’ଙ୍କ ଏଭଳି ଇଚ୍ଛାକୁ ବଡ଼ ହୋଇ ପୂରା କଲା ପୁଅ, ଭୋଭୋ ହୋଇ କାନ୍ଦିଲେ ଦୁହେଁ

ମା’ଙ୍କ ଏଭଳି ଇଚ୍ଛାକୁ ବଡ଼ ହୋଇ ପୂରା କଲା ପୁଅ, ଭୋଭୋ ହୋଇ କାନ୍ଦିଲେ ଦୁହେଁ

ନୂଆଦିଲ୍ଲୀ: ପ୍ରତ୍ୟେକ ମା’-ବାପା ନିଜ ପିଲାର ସଫଳତା ପାଇଁ ଭଗବାନଙ୍କ ନିକଟରେ ପ୍ରତିଦିନ ପ୍ରାର୍ଥନା କରିଥାଆନ୍ତି। ଆଉ ମା’-ବାପା ବି ନିଜ ପିଲାକୁ ଜଣେ ଭଲ ମଣିଷ କରିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥାଆନ୍ତି। ନିକଟରେ ମା’ ଓ ପୁଅଙ୍କ ଏକ ହୃଦୟକୁସ୍ପର୍ଶୀ କାହାଣୀ ସୋସିଆଲ ମିଡିଆରୁ ସାମ୍ନାକୁ ଆସିଛି।

ଜଣେ ମହିଳା ସ୍ବପ୍ନ ଦେଖିଥିଲେ କି ତାଙ୍କ ସାନପୁଅ ବଡ଼ ହୋଇ ପାଇଲଟ ହେଉ। ଆଉ ସେ ବିମାନ ଚଲାଇ ତାଙ୍କୁ ମକ୍କା ନେଇଯାଉ। ଅନେକ ବର୍ଷ ପରେ ଯୁବକ ଜଣକ ପାଇଲଟ ହୋଇ ମା’ ଦେଖିଥିବା ସ୍ବପ୍ନକୁ ପୂରା କରିଛନ୍ତି।

ଏକ ଟୁଇଟର ପୋଷ୍ଟରେ  ଅମିର ରାସିଦ ୱାନି ପାଇଲଟ ପୋଷାକରେ ଏକ ଫଟୋ ଦେଇ ତାଙ୍କ ମା’ଙ୍କ ଦ୍ବାରା ବହୁବର୍ଷ ପୂର୍ବେ ଲେଖାଯାଇଥିବା ଏକ ନୋଟକୁ ସେୟାର କରିଛନ୍ତି।

ଏହି ନୋଟରେ ଲେଖାହୋଇଛି, ମୋର ମା’ ମୁଁ ସ୍କୁଲରେ ପାଠପଢ଼ୁଥିବା ସମୟରେ ଏକ କାର୍ଡ ‌ଲେଖି ଛାତିରେ ଝୁଲାଇ ଦେଇଥିଲେ। ଆଉ ସବୁବେଳେ କହୁଥିଲେ ତୁ ଯେଉଁଦିନ ପାଇଲଟ ହେବୁ ମୋତେ ବିମାନରେ ବସାଇ ମକ୍କା ନେଇଯିବୁ।’

ସୋସିଆଲ ମିଡିଆରେ ଏହି ଘଟଣାର ନୋଟ ପୋଷ୍ଟ ହେବାପ‌ରେ ଟୁଇଟକୁ ୨୦,୦୦୦ରୁ ଅଧିକ ଲାଇକ୍ସ ମିଳିବା ସହିତ ୨୩ହଜାରରୁ ଅଧିକ ଥର ରିଟୁଇଟ କରାଯାଇଛି। ଏଥିସହିତ ଅନେକ ପ୍ରତିକ୍ରିୟା ବି ଆସିଛି। ଜଣେ ଲେଖିଛନ୍ତି, ‘ଜୀବନରେ ଆଗକୁ ବଢ଼ିବାକୁ ହେଲେ ମା’-ବାପାଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ। ଆଉ ଜଣେ ଲେଖିଛନ୍ତି, ବାସ୍ତବରେ ଏହା ଏକ ହୃଦୟସ୍ପର୍ଶୀ କାହାଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe