ପାଇଲଟ୍‌ ପୁଅର ନିଆରା ସର୍‌ପ୍ରାଇଜ୍‌, ବିମାନରେ ପାଦ ଦେବା ପରେ କକ୍‌ପିଟ୍‌ରେ ପୁଅକୁ ଦେଖି ଚକିତ ହେଲେ ବାପାମାଆ

ପାଇଲଟ୍‌ ପୁଅର ନିଆରା ସର୍‌ପ୍ରାଇଜ୍‌, ବିମାନରେ ପାଦ ଦେବା ପରେ କକ୍‌ପିଟ୍‌ରେ ପୁଅକୁ ଦେଖି ଚକିତ ହେଲେ ବାପାମାଆ

ନୂଆଦିଲ୍ଲୀ: ପ୍ରତି ପିଲାଙ୍କ ସ୍ବପ୍ନ ଥାଏ ନିଜ ବାପାମାଆଙ୍କ ଓଠରେ ଟିକେ ହସ ଖେଳାଇବା ଓ ସେମାନଙ୍କୁ ଗର୍ବିତ କରାଇବା। ସେହିପରି ଜଣେ ପାଇଲଟ୍‌ ନିଜ ବାପାମାଆଙ୍କୁ ଦେଇଥିବା ସର୍‌ପ୍ରାଇଜ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପାଇଲଟ୍‌ଙ୍କ ଘର ରାଜସ୍ଥାନର ଜୟପୁର। ଆପଣ ଭାବୁଥିବେ ଯେ ପାଇଲଟ୍‌ ଜଣକ ଏପରି କି ସର୍‌ପ୍ରାଇଜ୍‌ ଦେଇଛନ୍ତି କି?

ଘଟଣାଟି ଏପରି।  ପାଇଲଟ୍‌ଙ୍କ ବାପାମାଆ ବିମାନ ଭିତରକୁ ଯିବା ପରେ ଅଚାନକ ତାଙ୍କ ପୁଅକୁ ବିମାନ ଉଡ଼ାଉଥିବା ସ୍ଥାନରେ ବସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପାଇଲଟ୍‌ ତାଙ୍କ ବାପାମାଆଙ୍କୁ ସର୍‌ପ୍ରାଇଜ୍‌ ଦେବାକୁ ପୂର୍ବରୁ କହି ନଥିଲେ ଯେ ସେମାନେ ଯେଉଁ ବିମାନରେ ଯାତ୍ରା କରିବେ ସେହି ବିମାନର ଉଡ଼ାଣ ସେ ନିଜେ କରିବେ ବୋଲି।

ପାଇଲଟ୍‌ କମଲ କୁମାର ତାଙ୍କର ଏହି ସ୍ବତନ୍ତ୍ର ମୁହୂର୍ତ୍ତର ଭିଡିଓକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଭିଡିଓଟିର ଏବେ ସୁଦ୍ଧା ୨ ମିଲିୟନ୍‌ ଭିୟୁ ହୋଇ ସାରିଲାଣି। ଭିଡିଓ‌ଟିରେ ଦେଖିବାକୁ ମିଳିଛି କମଲଙ୍କ ବାପାମାଆ ବିମାନ ଭିତରେ ପ୍ରବେଶ କରୁଛନ୍ତି। ସେମ‌ାନେ କକ୍‌ପିଟ୍‌ ଭିତରେ ତାଙ୍କ ପୁଅ କମଲଙ୍କୁ ଦେଖି ଚକିତ ହୋଇ ଯାଉଛନ୍ତି। କମଲଙ୍କ ମାଆ ପୁଅକୁ ଦେଖି ଖୁସିରେ ତାଙ୍କ ହାତକୁ ଧରିପକାଇ ହସୁଥିବାର ଦେଖିବାକୁ ମିଳିଛନ୍ତି।

ସେ ଭିଡିଓଟିକୁ ସେୟାର କରି କମଲ ଲେଖିଛନ୍ତି କି ‘ମୁଁ ବିମାନ ଉଡ଼ାଇବା ଦିନରୁ ହିଁ ଏହି ସମୟକୁ ଅପେକ୍ଷା କରିଥିଲି। ଶେଷରେ ଏହି ସୌଭାଗ୍ୟ ମୋତେ ମିଳିଛି। ମୁଁ ‌ମୋ ବାପାମାଆଙ୍କୁ ନେଇ ମୋ ସହର ସହର ଜୟପୁରକୁ ଉଡ଼ାଣ କରିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe