ହେଲିପ୍ୟାଡ୍‌ରେ ବିମାନ ଅବତରଣ!

ହେଲିପ୍ୟାଡ୍‌ରେ ବିମାନ ଅବତରଣ!

ହେଲିପ୍ୟାଡ୍‌ କେବଳ ହେଲିକପ୍ଟର୍‌ ଅବତରଣ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଦୁବାଇର ‘ବୁର୍ଜ ଅଲ୍ ଆରବ’ ହୋଟେଲର ୫୬ତମ ମହଲା ଶୀର୍ଷରେ ନିର୍ମିତ ହେଲିପ୍ୟାଡ୍‌ରେ ପ୍ରଥମ ଥର ପାଇଁ ଜଣେ ପାଇଲଟ୍ ଏକ ବିମାନକୁ ଅବତରଣ କରିବାରେ ସଫଳ ହୋଇଛନ୍ତି। ପୋଲାଣ୍ଡ୍‌ର ଲ୍ୟୁକ୍ ଜେପିଏଲା ନାମକ ଏଆର୍‌ଲାଇନ୍‌ ପାଇଲଟ୍‌ ଗତ ମଙ୍ଗଳବାର ଏହି ଦୁଃସାହସିକ କାର୍ଯ୍ୟ କରିବା ପୂର୍ବରୁ ଭୂପୃଷ୍ଠରେ ୬୫୦ ଥର ଅବତରଣ ଅଭ୍ୟାସ କରିଥିଲେ। ଉକ୍ତ ହେଲିପ୍ୟାଡ୍‌ର ଓସାର ମାତ୍ର ୨୭ ମିଟର ହୋଇଥିବାରୁ ଏଥିରେ ବିମାନ ଅବତରଣ ପ୍ରାୟ ଅସମ୍ଭବ କହିଲେ ଚଳେ। ଛୋଟ ଭୁଲ୍ ଦ୍ବାରା ଜୀବନ ଯିବା ସୁନିଶ୍ଚିତ। ତେବେ ୨୯ ବର୍ଷୀୟ ଲ୍ୟୁକ୍‌ ଜଣେ ଅସାଧାରଣ ପାଇଲଟ୍‌ ଯିଏ ‘ଏରୋବାଟିକ୍‌ସ’ରେ ପ୍ରବୀଣ। ସେ ବ୍ୟବହାର କରିଥିବା ଆମେରିକୀୟ ବିମାନଟିର ଓଜନ ହ୍ରାସ କରିବା ଲାଗି ସେଥିରେ ୧୩ ପ୍ରକାର ସ୍ବତନ୍ତ୍ର ମରାମତି କରାଯାଇଥିଲା। ସେ ଅତୀତରେ ଵାର୍ସୋ ପୋଲ ତଳେ ବିମାନ ଉଡ଼ାଇବା, ୟୁରୋପର ଦୀର୍ଘତମ କାଠ ବନ୍ଧରେ ଅବତରଣ କରିବା ଭଳି ଦୁଃସାହସିକ କାର୍ଯ୍ୟ କରିସାରିଛନ୍ତି। ଭୂପୃଷ୍ଠରୁ ୨୧୨ ମିଟର ଉଚ୍ଚତାରେ ଅବସ୍ଥିତ ହେଲିପ୍ୟାଡ୍‌ରେ ଏକ ବିମାନର ସଫଳ ଅବତରଣ କରି ସେ ଇତିହାସରେ ନିଜ ନାମ ଲିପିବଦ୍ଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe