ପରିବେଶ ପାଇଁ ଅପରିହାର୍ଯ୍ୟ ଉଦ୍ଭିଦ-ସମୃଦ୍ଧ ଖାଦ୍ୟାଭ୍ୟାସ

Advertisment

ସମ୍ପ୍ରତି ବିଶ୍ୱ ଜନସଂଖ୍ୟାର ମାତ୍ର ୧ ପ୍ରତିଶତରୁ କମ୍ ଲୋକ ‘ସୁରକ୍ଷିତ ଓ ନ୍ୟାୟପୂର୍ଣ୍ଣ ସ୍ଥିତି’ରେ ଜୀବନଯାପନ କରୁଛନ୍ତି। ଏହାର ଅର୍ଥ ହେଲା ବିଶ୍ବର ୯୯% ଲୋକଙ୍କ ଖାଦ୍ୟ ଆବଶ୍ୟକତା ପୃଥିବୀର ସହନ ସୀମା ଅତିକ୍ରମ କରିସାରିଛି।

ସମ୍ପ୍ରତି ବିଶ୍ୱ ଜନସଂଖ୍ୟାର ମାତ୍ର ୧ ପ୍ରତିଶତରୁ କମ୍ ଲୋକ ‘ସୁରକ୍ଷିତ ଓ ନ୍ୟାୟପୂର୍ଣ୍ଣ ସ୍ଥିତି’ରେ ଜୀବନଯାପନ କରୁଛନ୍ତି। ଏହାର ଅର୍ଥ ହେଲା ବିଶ୍ବର ୯୯% ଲୋକଙ୍କ ଖାଦ୍ୟ ଆବଶ୍ୟକତା ପୃଥିବୀର ସହନ ସୀମା ଅତିକ୍ରମ କରିସାରିଛି।

fsfsxcccx

ସମ୍ପ୍ରତି ବିଶ୍ୱ ଜନସଂଖ୍ୟାର ମାତ୍ର ୧ ପ୍ରତିଶତରୁ କମ୍ ଲୋକ ‘ସୁରକ୍ଷିତ ଓ ନ୍ୟାୟପୂର୍ଣ୍ଣ ସ୍ଥିତି’ରେ ଜୀବନଯାପନ କରୁଛନ୍ତି। ଏହାର ଅର୍ଥ ହେଲା ବିଶ୍ବର ୯୯% ଲୋକଙ୍କ ଖାଦ୍ୟ ଆବଶ୍ୟକତା ପୃଥିବୀର ସହନ ସୀମା ଅତିକ୍ରମ କରିସାରିଛି। ତେଣୁ ୨୦୫୦ ମସିହା ସୁଦ୍ଧା ସୁରକ୍ଷିତ ସୀମା ମଧ୍ୟରେ ହଜାରେ କୋଟି ଲୋକଙ୍କୁ ‘ସ୍ବାସ୍ଥ୍ୟକର’ ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟାଭ୍ୟାସରେ ଏକ ବିଶ୍ୱସ୍ତରୀୟ ପରିବର୍ତ୍ତନ ଆବଶ୍ୟକ ବୋଲି ‘ଇଟ୍‌-ଲାନ୍‌ସେଟ୍‌ କମିସନ୍‌’ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଏହି ପରିବର୍ତ୍ତନ କୃଷିରୁ ମିଥେନ୍‌ ଭଳି ଅଣ-ଅଙ୍ଗାରକାମ୍ଳ ସବୁଜଗୃହ ବାଷ୍ପ ନିର୍ଗମନକୁ ୧୫ ପ୍ରତିଶତ ହ୍ରାସ କରିପାରିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। 

ଜୀବାଶ୍ମ ଇନ୍ଧନଜନିତ ଅଙ୍ଗାରକାମ୍ଳ ନିର୍ଗମନ ସମ୍ପୂର୍ଣ୍ଣ ହ୍ରାସ କରିଦେଲେ ମଧ୍ୟ ବର୍ତ୍ତମାନର ଖାଦ୍ୟ ଅଭ୍ୟାସ ଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ୍‌ ଭିତରେ ସୀମିତ ରଖିବା ସମ୍ଭବ ହେବ ନାହିଁ। ଏଥିପାଇଁ ଖାଦ୍ୟାଭ୍ୟାସ ବଦଳାଇବା ଜରୁରି।

ଉଲ୍ଲେଖଯୋଗ୍ୟ, ପୃଥିବୀରେ ଜୀବନକୁ ନିୟନ୍ତ୍ରଣ କରୁଥିବା ନଅଟି ପ୍ରମୁଖ ପ୍ରାକୃତିକ ପ୍ରଣାଳୀ ମଧ୍ୟରୁ ଜଳବାୟୁ, ଜୈବବିବିଧତା, ଭୂମି, ମଧୁର ଜଳ, ନାଇଟ୍ରୋଜେନ୍ ଓ ଫସ୍‌ଫରସ୍ ପ୍ରଦୂଷଣ ଏବଂ ନବ୍ୟ ସାମଗ୍ରୀ (କୀଟନାଶକ, ଅଣୁଜୀବନିରୋଧକ ଓ ଅଣୁପ୍ଲାଷ୍ଟିକ୍‌) ପରି ଛଅଟିର ସୀମା ଅତିକ୍ରାନ୍ତ ହୋଇସାରିଛି। ଏହି ସୀମା ଲଙ୍ଘନ ମାନବ ସଭ୍ୟତାକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେବ। ଏହି ଛଅଟି ମଧ୍ୟରୁ ପାଞ୍ଚଟିର ଲଙ୍ଘନ ପାଇଁ ଖାଦ୍ୟ ଉତ୍ପାଦନ ଢାଞ୍ଚା ମୁଖ୍ୟତଃ ଦାୟୀ, ଯାହା ବିଶ୍ୱ ସ୍ତରରେ ପ୍ରାୟ ୩୦% ସବୁଜଗୃହ ବାଷ୍ପ ନିର୍ଗମନ କରିଥାଏ। ଏହାକୁ ହ୍ରାସ ନ କରି ଜୀବାଶ୍ମ ଇନ୍ଧନଜନିତ ଅଙ୍ଗାରକାମ୍ଳ ନିର୍ଗମନ ସମ୍ପୂର୍ଣ୍ଣ ହ୍ରାସ କରିଦେଲେ ମଧ୍ୟ ବର୍ତ୍ତମାନର ଖାଦ୍ୟ ଅଭ୍ୟାସ ଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ୍‌ ଭିତରେ ସୀମିତ ରଖିବା ସମ୍ଭବ ନୁହେଁ ବୋଲି ରିପୋର୍ଟରେ ସତର୍କ କରାଇ ଦିଆଯାଇଛି। 
୩୫ରୁ ଅଧିକ ଦେଶର ଜଳବାୟୁ, ପୁଷ୍ଟିସାର, ସ୍ୱାସ୍ଥ୍ୟ, କୃଷି, ସାମାଜିକବିଜ୍ଞାନ ଓ ଅର୍ଥନୀତି ବିଶେଷଜ୍ଞଙ୍କୁ ନେଇ ଗଠିତ କମିସନଙ୍କ ରିପୋର୍ଟର ବିଶ୍ଳେଷଣରେ ସମସ୍ତ ଅଞ୍ଚଳରେ ପର୍ଯ୍ୟାପ୍ତ ଫଳ, ପନିପରିବା, ବାଦାମ, ଡାଲି ଆଦିର ଅଭାବ ରହିଥିବା କୁହାଯାଇଛି। ଅପରପକ୍ଷେ, ଅନେକ ସ୍ଥାନରେ ଖାଦ୍ୟରେ ଅଧିକ ମାଂସ, କ୍ଷୀର, ପଶୁ ଚର୍ବି, ଚିନି ଓ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ରହିଛି। ତେବେ ରିପୋର୍ଟରେ ଉଦ୍ଭିଦ-ସମୃଦ୍ଧ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇ ୨୦୫୦ ସୁଦ୍ଧା ବିଶ୍ୱ ସ୍ତରରେ ୯୬୦ କୋଟି ଲୋକ କିପରି ପରିବେଶଗତ ସୀମା ମଧ୍ୟରେ ପୁଷ୍ଟିକର ଖାଦ୍ୟ ଖାଇପାରିବେ ତାହାର ସୀମା ସ୍ଥିର କରାଯାଇଛି। ସେଥି ମଧ୍ୟରେ ପାରମ୍ପରିକ ସୁସ୍ଥ ଖାଦ୍ୟକୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା, ସୁସ୍ଥ ଖାଦ୍ୟର ଚାହିଦା ବୃଦ୍ଧି କରୁଥିବା ସୁଲଭ ଖାଦ୍ୟ ପରିବେଶ ସୃଷ୍ଟି କରିବା, ଅଙ୍ଗାର ସଂରକ୍ଷଣ, ବାସସ୍ଥାନ ସୃଷ୍ଟି ଏବଂ ଜଳ ଗୁଣବତ୍ତାକୁ ଉନ୍ନତ କରୁଥିବା ସ୍ଥାୟୀ ଉତ୍ପାଦନ କରାଇବା, ଖାଦ୍ୟ କ୍ଷତି ଓ ଅପଚୟ ହ୍ରାସ କରିବା ଆଦି ଅନ୍ତର୍ଭୁକ୍ତ। ଏପରି ବିଶ୍ୱସ୍ତରୀୟ ଖାଦ୍ୟ ପରିବର୍ତ୍ତନ ଦ୍ବାରା ପ୍ରତି ବର୍ଷ ପ୍ରାୟ ଦେଢ଼ କୋଟି ଅକାଳ ମୃତ୍ୟୁକୁ ମଧ୍ୟ ରୋକା ଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe