ପ୍ଲାଷ୍ଟିକ୍ ପ୍ରଦୂଷଣ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଚାଲିଥିବା ବେଳେ ଏଥିପାଇଁ ବିଶ୍ୱକୁ ପ୍ରତିବର୍ଷ ଅତି କମ୍ରେ ୧୫,୦୦,୦୦୦ କୋଟି ଡଲାର ଖର୍ଚ୍ଚ କରିବାକୁ ପଡୁଛି ବୋଲି ବିଶେଷଜ୍ଞମାନେ ନିକଟରେ ଚେତାଇ ଦେଇଛନ୍ତି। ପ୍ଲାଷ୍ଟିକ୍ ପ୍ରଦୂଷଣ ଦ୍ୱାରା ଦୁର୍ବଳ ଲୋକ, ବିଶେଷକରି ଶିଶୁମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଥା’ନ୍ତି। ଗବେଷକମାନେ ଅଣୁପ୍ଲାଷ୍ଟିକ୍ ବିଷୟରେ ମଧ୍ୟ ଚେତାବନୀ ଦେଇଛନ୍ତି, ଯାହା ପୃଥିବୀର ପ୍ରାୟ ସବୁ ସ୍ଥାନ ଏବଂ ମାନବ ଶରୀର ମଧ୍ୟରେ ଦେଖିବାକୁ ମିଳୁଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିଶ୍ୱରେ ଉତ୍ପାଦିତ ପ୍ଲାଷ୍ଟିକ୍ ପରିମାଣ ୧୯୫୦ ମସିହାରେ ଦୁଇ ନିୟୁତ ଟନ୍ ଥିଲା ବେଳେ ୨୦୨୨ ମସିହାରେ ତାହା ୪୭୫ ନିୟୁତ ଟନ୍ରେ ପହଞ୍ଚିଛି ଏବଂ ୨୦୬୦ ସୁଦ୍ଧା ଏହି ସଂଖ୍ୟା ତିନିଗୁଣ ହେବ। ପ୍ଳାଷ୍ଟିକ୍ ସମ୍ପ୍ରତି ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ରୋଗ, ମୃତ୍ୟୁ ଓ ଅକ୍ଷମତା ସୃଷ୍ଟି କରୁଛି। ପ୍ଲାଷ୍ଟିକ୍ ଉତ୍ପାଦନ ବୃଦ୍ଧି ଜାରି ରହିଥିବାରୁ ଆଗାମୀ ବର୍ଷଗୁଡ଼ିକରେ ଏହି କ୍ଷତି ଅଧିକ ଗୁରୁତର ହେବ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି।
Follow Us