ପାହାଡ଼ରେ ଫୁଟ୍‌ବଲ୍ ଖେଳ!

Advertisment
ପାହାଡ଼ରେ ଫୁଟ୍‌ବଲ୍ ଖେଳ!

ବିଶ୍ବର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗିତାମୂଳକ ଖେଳ ଫୁଟ୍‌ବଲ୍‌ର ଏକ ପରିବର୍ତ୍ତିତ ସଂସ୍କରଣ ହେଉଛି ‘ଆଲ୍‌ପାଇନ୍‌ ଫୁଟ୍‌ବଲ୍‌’। ଏହି ଖେଳକୁ ଅଧିକ କଠିନ ଓ ମଜାଳିଆ କରିବା ପାଇଁ ସାଧାରଣତଃ ପାହାଡ଼ର ଗଡ଼ାଣିଆ ଭୂମିରେ ଏହି ଖେଳ ଖେଳାଯାଇଥାଏ। ତେବେ ପାହାଡ଼ ନ ହେଲେ ମଧ୍ୟ ପଡ଼ିଆଟି ଗଡ଼ାଣିଆ ହେବା ଗୁରୁତ୍ବପୂର୍ଣ୍ଣ। ଅସମ୍ଭବ ମନେ ହେଉଥିଲେ ହେଁ ଅଷ୍ଟେଲିଆର ଆଲ୍‌ପ୍‌ସ ପର୍ବତମାଳାର ଫୁଟ୍‌ବଲ୍‌ପ୍ରେମୀମାନେ ଏପରି ଭାବେ ଫୁଟ୍‌ବଲ୍‌ ଖେଳନ୍ତି। ୨୦୧୪ ଫୁଟ୍‌ବଲ୍‌ ବିଶ୍ବ କପ୍ ସମୟରେ ଏହି ଖେଳର ଜନ୍ମ ହୋଇଥିଲା। ଏହାର ଉଦ୍ଭାବକମାନେ ଟିଭିରେ ଫୁଟ୍‌ବଲ୍‌ ଦେଖୁଥିବା ବେଳେ ତାଙ୍କ ମନକୁ ଏହି ଖେଳର ବିଚାର ଆସିଥିଲା। ଏହା ପଛର ଏକ ବାଧ୍ୟବାଧକତା ମଧ୍ୟ ରହିଥିଲା। ଆଲ୍‌ପ୍‌ସ ପର୍ବତମାଳାରେ ସମତଳଭୂମି ମିଳିବା କଷ୍ଟକର। ତେଣୁ ଗଡ଼ାଣିଆ ଭୂଇଁକୁ ନେଇ ସେମାନେ ନୂଆ ଫୁଟ୍‌ବଲ୍‌ ଖେଳର ଉଦ୍ଭାବନ କଲେ। ଏବେ ସ୍ଥାନୀୟ ଯୁବକମାନେ ଆଲ୍‌ପାଇନ୍‌ ଫୁଟ୍‌ବଲ୍‌କୁ ନେଇ ଗର୍ବ କରନ୍ତି। ଏହାର ଖେଳାଳିମାନେ କୁହନ୍ତି, ଯେ କେହି ବି ସମତଳ ପଡ଼ିଆରେ ଖେଳିପାରିବ କିନ୍ତୁ ଗଡ଼ଣିଆ ପଡ଼ିଆରେ ଫୁଟ୍‌ବଲ୍‌ ଖେଳର ଅସଲ ସାମର୍ଥ୍ୟ ଜଣାପଡ଼ିଥାଏ। ସେମାନେ ସବୁଠାରୁ ଗଡ଼ାଣିଆ ପଡ଼ିଆ ଖୋଜି ଏହି ଖେଳର ଆୟୋଜନ କରୁଛନ୍ତି। ଏହାର ନିୟମ ସାଧାରଣ ଫୁଟ୍‌ବଲ୍‌ ସହିତ ସମାନ କିନ୍ତୁ ଗଡ଼ାଣିଆ ପଡ଼ିଆରେ ମାଧ୍ୟାକର୍ଷଣ ଶକ୍ତି ବିରୋଧରେ ଯାଇ ଖେଳିବା ପାଇଁ ଶକ୍ତିଶାଳୀ ଗୋଡ଼ ଓ ସହନଶକ୍ତି ଲୋଡ଼ା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe